ଅବକାରୀ ବିଭାଗ ଚଢ଼ାଉ,ହାତରନ୍ଧା ମଦ ବିକ୍ରି ଅଭିଯୋଗ ରେ କୋର୍ଟ ଚାଲାଣ।
କଳାହାଣ୍ଡି,୨୧/୦୭
କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଅବକାରୀ ଥାନା ପକ୍ଷରୁ ଅବକାରୀ ଓଆଇସି ଗୁପ୍ତେଶ୍ଵର ପଟେଲ ଙ୍କ ନେତୃତ୍ୱରେ ମଙ୍ଗଳବାର ପେଟ୍ରୋଲିଂ ସମୟରେ ମାଝୀଗୁଡା ଗ୍ରାମ ରେ ଚଢ଼ାଉ ବେଳେ ଗ୍ରାମର ନିଳାମ୍ବର ବାଗ (୫୯) ଙ୍କୁ ବେଆଇନ ଭାବେ ହାତ ରନ୍ଧା ଦେଶୀ ମଦ ବିକ୍ରି ଅଭିଯୋଗ ରେ ଗିରଫ କରି ତା ନିକଟରୁ ୮ ଲିଟର ଦେଶୀ ମଦ ଜବତ କରିଛି। ଏହି ଘଟଣା ରେ ଅଭିଯୁକ୍ତ ନିଳାମ୍ବର ବାଗ କୁ କୋର୍ଟ ଚାଲାଣ କରା ଯାଇଥିବା ନେଇ ଶ୍ରୀ ପଟେଲ ସୂଚନା ଦେଇଛନ୍ତି। ଏହି ଚଢ଼ାଉ ରେ ଅବକାରୀ ବିଭାଗ କର୍ମଚାରୀ ମାନେ ସାମିଲ ଥିଲେ।

