ଟେମରା ଗ୍ରାମ ରେ ପାଗଳ କୁକୁର ଆତଙ୍କ,୩ ମହିଳା ଙ୍କୁ ଝୁଣି କ୍ଷତାକ୍ତ ଆକ୍ରମଣ।
କଳାହାଣ୍ଡି,୨୧/୦୭
କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଟେମରା ପଞ୍ଚାୟତ ଟେମରା ଗ୍ରାମ ରେ ମଙ୍ଗଳବାର ସକାଳୁ ଏକ ପାଗଳ କୁକୁର ଆତଙ୍କ ରେ ୩ ଜଣ ମହିଳା ଗୁରୁତର ଆହତ ହୋଇଥିବା ଜଣାପଡିଛି। ଗ୍ରାମବାସୀ ଙ୍କ କହିବା ମତେ ଆଜି ସକାଳୁ ଗ୍ରାମ ର ଭାନୁମତି ବାଣୁଆ (୫୫) ତାରା ପାତ୍ର (୫୦) ଓ ଲୋଚନି ପରାଭୋଇ (୬୦) ଙ୍କୁ କ୍ରମାଗତ ଭାବେ ପାଗଳ କୁକୁର କାମୁଡି କ୍ଷତାକ୍ତ କରି ଝୁଣି ପକାଇ ଥିଲା। ଗ୍ରାମବାସୀ ମାନେ ପାଗଳ କୁକୁର କୁ ଘଉଡ଼ାଇବାରୁ ରୁ ନିକଟସ୍ଥ ଜଙ୍ଗଲ କୁ ଚାଲି ଯାଇଥିବା ଜଣାପଡିଛି। ତେବେ ପାଗଳ କୁକୁର ପୁଣିଥରେ ଫେରି ଆସିବା ନେଇ ଭୟ ରହିଥିବା ବେଳେ ଗ୍ରାମବାସୀ ମାନେ ଭୟଭୀତ ଅବସ୍ଥାରେ ରହିଛନ୍ତି। ଗ୍ରାମବାସୀ ମାନେ ସ୍ଥାନୀୟ ପଞ୍ଚାୟତ ସରପଞ୍ଚ କ୍ଷିତିରାମ ପାତ୍ର ଙ୍କୁ ପାଗଳ କୁକୁର କୁ ଧରିବା ପାଇଁ ବିଭାଗୀୟ ଅଧିକାରୀ ଙ୍କୁ ଅବଗତ କରାଇବା ପାଇଁ ଦାବି କରିଛନ୍ତି।

