Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପୋଖରୀ ଓ ନଳକୂପ ଜବରଦଖଲ ଘଟଣା,ତହସିଲଦାର ଙ୍କ କାର୍ଯ୍ୟାନୁଷ୍ଠାନ,ସର୍ଵ ସାଧାରଣ ଙ୍କୁ ହସ୍ତାନ୍ତର।

କଳାହାଣ୍ଡି,୨୨/୦୭
କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ମାଝୀଗୁଡା ପଞ୍ଚାୟତ ବଡ଼ରଣା ପଡା ରେ ନିକଟରେ ଥିବା ପୋଖରୀ (ଆଡ଼ି ବନ୍ଧ କଟା) ଓ ସର୍ଵ ସାଧାରଣ ଙ୍କ ପାଇଁ ଖୋଲା ହୋଇଥିବା ସରକାରୀ ନଳକୂପ କୁ ଗ୍ରାମ ର ୩ ଜଣ ବ୍ୟକ୍ତି ବ୍ୟକ୍ତି ଅଶ୍ୱିନୀ ବାଗ,ଧୁରେଷ୍ଟ୍ରି ବାଗ ଓ ପୁଣ୍ୟବନ୍ତ ବାଗ ନିଜ ମାଲିକାନା ଦେଖାଇ ବଡ଼ ରଣାପଡା ର ଗ୍ରାମବାସୀ ଙ୍କୁ ନଳକୂପ ର ପାଣି ନେବାକୁ ବାରଣ ସହ କଣ୍ଟା ବାଡ଼ ଦେଇ ଯାତାୟାତ ରାସ୍ତା ଅବରୋଧ କରି ରଖିଥିଲେ। ପୋଖରୀ ଓ ନଳକୂପ କୁ ଯିବାପାଇଁ ବାରଣ କରୁଥିଲେ। ଏହି ସମସ୍ୟା କୁ ନେଇ ପଡା ର ଶତାଧିକ ମହିଳା ଓ ଗ୍ରାମବାସୀ ମାନେ ଗତ ସୋମବାର କୋକସରା ବିଡ଼ିଓ ଡ଼. ହିମାଞ୍ଚଳ ମାଝୀ ଙ୍କ ନିକଟରେ ଫେରାଦ ହେବାସହ ଓ ଲିଖିତ ଅଭିଯୋଗ କରିଥିଲେ। ଏହି ଘଟଣା ରେ ବିଡ଼ିଓ ଙ୍କ ହସ୍ତକ୍ଷେପ ଫଳରେ କୋକସରା ଆରଆଇ ବିଭାଗୀୟ କର୍ମଚାରୀ ମାନେ ପହଞ୍ଚି ଜାଗା ର ମାଲିକାନା ପଟ୍ଟା ଦେଖିବା ପରେ ଜାଗା ଟି ସରକାରୀ ବୋଳି ଜଣା ପଡିଥିଲା। ଏହାପରେ ମଧ୍ୟ ଉକ୍ତ ବ୍ୟକ୍ତି ମାନେ ଜାଗା ନ ଛାଡିବା ପରେ ତହସିଲଦାର ଙ୍କୁ ଏନେଇ ପୁଣିଥରେ ପଡ଼ାବାସୀ ଅଭିଯୋଗ କରିଥିଲେ। ବୁଧବାର କୋକସରା ତହସିଲଦାର ଚୋଡ଼ଗଙ୍ଗ ପ୍ରଧାନ ତ୍ୱରିତ ପଦକ୍ଷେପ ଗ୍ରହଣ କରି ବୁଧବାର ଘଟଣାସ୍ଥଳରେ ପହଞ୍ଚି ସମ୍ପୃକ୍ତ ବ୍ୟକ୍ତିଗତ ଙ୍କୁ ତାଗିଦ ସହ ଜବରଦଖଲ ଜାଗା ଖାଲି କରିବାକୁ ନିର୍ଦ୍ଦେଶ ଦେଇଥିଲେ ପରେ ଉକ୍ତ ବ୍ୟକ୍ତି ମାନେ ସରକାରୀ ନଳକୂପ ରୁ କଣ୍ଟା ବାଡ଼ ହଟାଇବା ସହ ଜାଗା ଖାଲି କରି ଥିବା ଜଣାପଡିଛି। ବ୍ଲକ ପ୍ରଶାସନ ର ତ୍ୱରିତ ପଦକ୍ଷେପ ଯୋଗୁ ନଳକୂପ ଟି ସର୍ଵ ସାଧାରଣ ଙ୍କ ପାଇଁ ଉନ୍ମୁକ୍ତ ହୋଇଥିବାରୁ ପଡ଼ାବାସୀ ମାନେ ବ୍ଲକ ପ୍ରଶାସନିକ ଅଧିକାରୀ ଙ୍କୁ କୃତଜ୍ଞତା ଜଣାଇଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ