ଅବକାରୀ ବିଭାଗ ଚଢ଼ାଉ, ହାତରନ୍ଧା ମଦ ବିକ୍ରି ଅଭିଯୋଗ ରେ କୋର୍ଟ ଚାଲାଣ।
କଳାହାଣ୍ଡି,୨୩/୦୭
କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଅବକାରୀ ଥାନା ପକ୍ଷରୁ ଅବକାରୀ ଓଆଇସି ଗୁପ୍ତେଶ୍ଵର ପଟେଲ ଙ୍କ ନେତୃତ୍ୱରେ ଗୁରୁବାର ପେଟ୍ରୋଲିଂ ସମୟରେ ବରା ଡୋ ଙ୍ଗା ପଞ୍ଚାୟତ ଶିଉନି ଗ୍ରାମ ରେ ଚଢ଼ାଉ ବେଳେ ଗ୍ରାମର ପ୍ରମୋଦ ମାଝୀ (୪୦) ଙ୍କ ନିକଟରେ ୩୦ ଲିଟର ହାତ ରନ୍ଧା ଦେଶୀ ମଦ ଓ ଏକ ବାଇକ ଓଡ଼ି ୦୮ ଜି ୯୭୩୭ ଜବତ କରିବା ସହ ବେଇଆନ ମଦ ବିକ୍ରି ଅଭିଯୋଗ ରେ ଗିରଫ କରାଯାଇଛି। ଏହି ଘଟଣା ରେ ଅଭିଯୁକ୍ତ ପ୍ରମୋଦ ମାଝୀ କୁ ଗିରଫ ପରେ କୋର୍ଟ ଚାଲାଣ କରା ଯାଇଥିବା ନେଇ ଅବକାରୀ ଓଆଇସି ଶ୍ରୀ ପଟେଲ ସୂଚନା ଦେଇଛନ୍ତି। ଏହି ଚଢ଼ାଉ ରେ ଅବକାରୀ ବିଭାଗ କର୍ମଚାରୀ ମାନେ ସାମିଲ ଥିଲେ।

