Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବୈଭବ ସୂର୍ଯ୍ୟବଂଶୀଙ୍କୁ ହରଭଜନ ସିଂହଙ୍କ ବଡ ପ୍ରଶଂସା! କହିଲେ- ‘ଏଭଳି ପ୍ରତିଭା ବହୁତ ବିରଳ’

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟର ଉଦୀୟମାନ ବ୍ୟାଟର ବୈଭବ ସୂର୍ଯ୍ୟବଂଶୀଙ୍କ ପ୍ରଦର୍ଶନକୁ ନେଇ ପୂର୍ବତନ ସ୍ପିନର ହରଭଜନ ସିଂହ ବଡ଼ ପ୍ରଶଂସା କରିଛନ୍ତି। ସେ କହିଛନ୍ତି, ବୈଭବ କେବଳ ଜଣେ ପ୍ରତିଭାଶାଳୀ ବ୍ୟାଟର ନୁହନ୍ତି, ବରଂ ଭାରତୀୟ କ୍ରିକେଟର ସବୁଠାରୁ ବିରଳ ପ୍ରତିଭାମାନଙ୍କ ମଧ୍ୟରୁ ଜଣେ। ଏଭଳି ନିର୍ଭୀକ ଖେଳାଳି ସେ ନିଜ କ୍ୟାରିୟରରେ ଖୁବ୍ କମ୍ ଦେଖିଥିବା ହରଭଜନ କହିଛନ୍ତି।

ନିକଟରେ ବିସ୍ଫୋରକ ବ୍ୟାଟିଂ ପ୍ରଦର୍ଶନ ପରେ ବିସିସିଆଇ ବୈଭବଙ୍କୁ ପ୍ରଥମ ଥର ପାଇଁ ଇଂଲଣ୍ଡ ବିପକ୍ଷ ଟି-୨୦ ସିରିଜ୍‌ରେ ଭାରତର ସିନିୟର ଦଳରେ ସାମିଲ କରିଥିଲା। ତେବେ ସେହି ସିରିଜ୍‌ରେ ବଡ଼ ଇନିଂସ ଖେଳିବାର ସୁଯୋଗ ତାଙ୍କୁ ମିଳିନଥିଲା। ସେ ତିନିଟି ଇନିଂସରେ କ୍ରମଶଃ ୧୪, ୧୩ ଓ ୧୫ ରନ୍ କରିଥିଲେ। ଏବେ ଜିମ୍ବାୱେ ବିପକ୍ଷ ଆଗାମୀ ଟି-୨୦ ସିରିଜ୍‌ରେ ତାଙ୍କୁ ଅଧିକ ସୁଯୋଗ ମିଳିବ ବୋଲି ଆଶା କରାଯାଉଛି।

ଏକ ସାକ୍ଷାତକାରରେ ହରଭଜନ ସିଂହ କହିଛନ୍ତି, ବର୍ତ୍ତମାନର ସୋସିଆଲ ମିଡିଆ ଯୁଗରେ ଯୁବ ଖେଳାଳିଙ୍କ ଉପରେ ଅଧିକ ଚାପ ରହୁଛି। ତଥାପି ବୈଭବ ନିର୍ଭୟ ଭାବେ ବ୍ୟାଟିଂ କରୁଛନ୍ତି, ଯାହା ତାଙ୍କୁ ଅନ୍ୟମାନଙ୍କଠାରୁ ସ୍ୱତନ୍ତ୍ର କରିଛି। ସେ କହିଛନ୍ତି, ତାଙ୍କ ସମୟରେ ସୋସିଆଲ ମିଡିଆର ପ୍ରଭାବ ନଥିଲା, କିନ୍ତୁ ଏବେ ପ୍ରତ୍ୟେକ ପ୍ରଦର୍ଶନ ତୁରନ୍ତ ଲୋକଙ୍କ ସାମ୍ନାକୁ ଆସୁଛି। ଏଭଳି ପରିସ୍ଥିତିରେ ବୈଭବଙ୍କ ନିରନ୍ତର ଭଲ ପ୍ରଦର୍ଶନ ସତରେ ଅବିଶ୍ୱସନୀୟ ବୋଲି ସେ ମତ ଦେଇଛନ୍ତି। ଜିମ୍ବାୱେ ଗସ୍ତରେ ବୈଭବ ବଡ଼ ଇନିଂସ ଖେଳିପାରିଲେ ଭାରତୀୟ ଦଳରେ ନିଜ ସ୍ଥାନକୁ ଆହୁରି ମଜଭୁତ କରିପାରିବେ ବୋଲି କ୍ରିକେଟ୍ ମହଲରେ ଆଶା ପ୍ରକାଶ ପାଉଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories