Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମନୀଷ ସିସୋଦିଆଙ୍କୁ ସାମାନ୍ୟ ଆଶ୍ବସ୍ତି; ପତ୍ନୀଙ୍କୁ ଭେଟିବାକୁ ମିଳିଲା ଅନୁମତି

ନୂଆଦିଲ୍ଲୀ: ଦିଲ୍ଲୀର ଅବକାରୀ ନୀତି ସହ ଜଡିତ ମନି ଲଣ୍ଡରିଂ ମାମଲାରେ ହାଇକୋର୍ଟ ଶୁକ୍ରବାର ଆମ୍ ଆଦମୀ ପାର୍ଟି ନେତା ତଥା ପୂର୍ବତନ ଡେପୁଟି ସିଏମ୍ ମନୀଷ ସିସୋଦିଆଙ୍କୁ ସାମାନ୍ୟ ଆଶ୍ବସ୍ତି ପ୍ରଦାନ କରିଛନ୍ତି। ଶନିବାର ଦିନ ସକାଳ ୧୦ ଟାରୁ ୫ ଟା ପର୍ଯ୍ୟନ୍ତ ସିସୋଦିଆଙ୍କୁ କୋର୍ଟ ଆଶ୍ବସ୍ତି ପ୍ରଦାନ କରିଛନ୍ତି ଏବଂ ଏହି ଅବଧିରେ ସେ ତାଙ୍କ ପତ୍ନୀଙ୍କୁ ଭେଟି ପାରିବେ ବୋଲି କୋର୍ଟ କହିଛନ୍ତି। ଏହା ସହ କୋର୍ଟ ଅନ୍ତରୀଣ ଜାମିନ ଉପରେ ନିଷ୍ପତ୍ତି ସଂରକ୍ଷଣ କରିଛନ୍ତି।

ଏହି ସମୟ ମଧ୍ୟରେ ସିସୋଦିଆ ଗଣମାଧ୍ୟମ ସହ କୌଣସି କଥାବାର୍ତ୍ତା କରିବେ ନାହିଁ ବୋଲି କୋର୍ଟ ସର୍ତ୍ତ ରଖିଛନ୍ତି। ତାଙ୍କୁ କେବଳ ତାଙ୍କ ପରିବାର ସହିତ କଥା ହେବାକୁ ଅନୁମତି ଦିଆଯାଇଛି। ଏହା ବ୍ୟତୀତ ସେ ମୋବାଇଲ୍ ଏବଂ ଇଣ୍ଟରନେଟ୍ ବ୍ୟବହାର କରିପାରିବେ ନାହିଁ ବୋଲି କୋର୍ଟ କହିଛନ୍ତି। ଶନିବାର ସନ୍ଧ୍ୟା ସୁଦ୍ଧା ତାଙ୍କ ପତ୍ନୀଙ୍କ ଡାକ୍ତରୀ ରିପୋର୍ଟ ଦାଖଲ କରିବାକୁ କୋର୍ଟ ସିସୋଦିଆଙ୍କୁ କହିଛନ୍ତି ଏବଂ ସେ ମଧ୍ୟ ତାଙ୍କୁ ପୋଲିସ ହେପାଜତରେ ଭେଟି ପାରିବେ। ବାସ୍ତବରେ, ସିସୋଦିଆ ତାଙ୍କ ପତ୍ନୀଙ୍କ ସ୍ୱାସ୍ଥ୍ୟବସ୍ଥାକୁ ଦର୍ଶାଇ ଜାମିନ ମାଗିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ