ରକ୍ତଦାନ କରି କିଶୋରୀ ଙ୍କ ଜୀବନ ବଞ୍ଚାଇଲେ ଯୁବ ସାମ୍ବାଦିକ।
କଳାହାଣ୍ଡି,୨୫/୦୭
ରକ୍ତହୀନତାରେ ପୀଡ଼ିତ କିଶୋରୀଙ୍କ ଜୀବନ ବଞ୍ଚାଇ ମାନବିକତାର ଦେଖାଇଛନ୍ତି ଧର୍ମଗଡ ବ୍ଲକ ଦଣ୍ଡପାଟ ଅଞ୍ଚଳ ର ଯୁବ ସାମ୍ବାଦିକ ଉଦିତ ନାରାୟଣ ଠାକୁର। କଳାହାଣ୍ଡିର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ସୋସିଆଲ ୱେଲଫେୟାର ଅର୍ଗାନାଇଜେସନ, କଳାହାଣ୍ଡିର ସକ୍ରିୟ ସଦସ୍ୟ ଭାବେ ସେ ପୂର୍ବରୁ ମଧ୍ୟ ବିଭିନ୍ନ ସାମାଜିକ କାର୍ଯ୍ୟରେ ଅଗ୍ରଣୀ ଭୂମିକା ନେଇ ଆସୁଛନ୍ତି। ଜରୁରୀ ସମୟରେ ରକ୍ତଦାନ କରି ସେ ପୁଣିଥରେ ପ୍ରଶଂସାର ପାତ୍ର ପାଲଟିଛନ୍ତି।
ସୂଚନା ଅନୁଯାୟୀ, ଧର୍ମଗଡ଼ ବ୍ଲକ ଅନ୍ତର୍ଗତ ହଳଦୀ ଗ୍ରାମର ୧୭ ବର୍ଷୀୟା ଖୁସି ନାଗ ଗୁରୁତର ରକ୍ତହୀନତା ରେ ପୀଡ଼ିତ ହୋଇ ଧର୍ମଗଡ଼ ଉପଖଣ୍ଡ ଚିକିତ୍ସାଳୟରେ ଚିକିତ୍ସାଧୀନ ଥିଲେ। ଚିକିତ୍ସକ ତୁରନ୍ତ ଏ-ପଜିଟିଭ୍ ରକ୍ତର ଆବଶ୍ୟକତା ଥିବା କହିବା ପରେ ପରିବାର ଲୋକ ଚିନ୍ତାରେ ପଡ଼ିଯାଇଥିଲେ। ସ୍ୱେଚ୍ଛାସେବୀ ସଂଗଠନ ସୋସିଆଲ ୱେଲଫେୟାର ଅର୍ଗାନାଇଜେସନ ଠାରୁ ଖବର ପାଇବା ମାତ୍ରେ ଯୁବ ସାମ୍ବାଦିକ ଉଦିତ ନାରାୟଣ ଠାକୁର ବିଳମ୍ବ ନକରି ଧର୍ମଗଡ଼ ଉପଖଣ୍ଡ ଚିକିତ୍ସାଳୟର ରକ୍ତଭଣ୍ଡାରରେ ପହଞ୍ଚି ସ୍ୱେଚ୍ଛାକୃତ ଭାବେ ରକ୍ତଦାନ କରିଥିଲେ। ସମୟୋପଯୋଗୀ ରକ୍ତଦାନ ଫଳରେ କିଶୋରୀଙ୍କ ଚିକିତ୍ସା ଆରମ୍ଭ ହୋଇପାରିଥିଲା। ଏଥିପାଇଁ ତାଙ୍କ ପରିବାର ସଦସ୍ୟମାନେ ଉଦିତଙ୍କ ପ୍ରତି କୃତଜ୍ଞତା ଜଣାଇବା ସହ ଏହି ମହତ୍ କାର୍ଯ୍ୟର ପ୍ରଶଂସା କରିଛନ୍ତି।

