କିସ୍ କଳାହାଣ୍ଡି ପରିସରରେ “କାର୍ଗିଲ ବିଜୟ ଦିବସ ” ପାଳିତ l
କଳାହାଣ୍ଡି,୨୬/୦୭
କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ବ୍ଲକ ଅନ୍ତର୍ଗତ ବାଦିଲି ଠାରେ ଥିବା କିସ୍ ଆବାସିକ ବିଦ୍ୟାଳୟରେ ଭାରତୀୟ ସୃଜନଶୀଳ କଳାକାର ନେଟୱାର୍କ ଟ୍ରଷ୍ଟ ତରଫରୁ ” କାର୍ଗିଲ ବିଜୟ ଦିବସ ” ପାଳିତ ହୋଇଯାଇଛି। ପ୍ରଥମେ କିସ୍ ପରିବେଶ କୁ ସବୁଜ ବନାନୀ କରିବା ପାଇଁ ବୃକ୍ଷ ରୋପଣ କରାଯାଇଥିଲା। ପରେ ଏକ ସଭା କାର୍ଯ୍ୟ ଅୟୋଜନ କରାଯାଇଥିଲା। ପ୍ରାରମ୍ଭରେ ଅତିଥିମାନଙ୍କ ଦ୍ଵାରା ପ୍ରଭୂ ଜଗନ୍ନାଥଙ୍କ ପ୍ରତିଛବିରେ ଓ ଭାରତ ମାତାଙ୍କ ପ୍ରତିଛବିରେ ପୂଜାର୍ଚନା ଓ ପୁଷ୍ପ ମାଲ୍ୟ ଅର୍ପଣ ପରେ ଅତିଥି ମାନଙ୍କୁ କିସ୍ ଛାତ୍ରୀମାନେ ଉତ୍ତରୀୟ ଓ ପୁଷ୍ପ ଗୁଚ୍ଛ ପ୍ରଦାନ ପରେ ସଭାକାର୍ଯ୍ୟ ଆରମ୍ଭ କରଯାଇଥିଲା। ଉକ୍ତ ସଭାକାର୍ଯ୍ୟରେ ମୁଖ୍ୟ ଅତିଥି ମେଜର ଡ. ଜୟଦେବ ସାହୁ ଡେପୁଟି ରେଜିଷ୍ଟର ମାଣିକେଶ୍ୱରୀ ବିଶ୍ୱ ବିଦ୍ୟାଳୟ , କଳାହାଣ୍ଡି ସମ୍ମାନିତ ଅତିଥି ଵିଶିଷ୍ଟ ଶିକ୍ଷାବିତ୍ ଓ ଭାରତୀୟ ସୃଜନଶୀଳ କଳାକାର ନେଟୱାର୍କ ଟ୍ରଷ୍ଟ ର ଅଧକ୍ଷ ଡ. ଅଜୟ ମିଶ୍ର ଓ ଉପାଧ୍ୟକ୍ଷ ଶ୍ରୀ ତରୁଣ ମିଶ୍ର, ଜିଲ୍ଲା ସମ୍ବାଦ ପ୍ରିତିନିଧି ଶ୍ରୀ ଦେବେନ୍ଦ୍ର ବିଶି, ବରିଷ୍ଟ ସାମ୍ବାଦିକ ଶ୍ରୀ ରାଜ କୁମାର ସିଂ ଦେଓ, କିସ୍ କଳାହାଣ୍ଡିର ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ସୁନୀତା ପଣ୍ଡା ସମେତ ଅନ୍ୟାନ୍ୟ ମାନ୍ୟ ଗୁନ୍ୟ ଅତିଥି ଉପସ୍ଥିତ ରହିଥିଲେ। ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତି ପଣ୍ଡା ସ୍ବାଗତ ଅଭିଭାଷଣ ପ୍ରଦାନ ପରେ କିସ୍ ଛାତ୍ରୀ ସ୍ନିଘା, ଦେବଶ୍ରି ଓ ହଂସିକା କାର୍ଗିଲ ବିଜୟ ଦିବସ ଉପରେ ନିଜ ନିଜ ଅଭିଭାଷଣ ଅତିଥି ମାନଙ୍କୁ ମନ୍ତ୍ରମୁଗ୍ଧ କରିଥିଲା । ମୁଖ୍ୟ ଅତିଥି ଡ. ସାହୁ କିସ୍ ପିଲାଙ୍କ ଶାନ୍ତି ଶୃଙ୍ଖଳା ଆଚାର ବ୍ୟବହାର ଓ ଦେଶ ପ୍ରେମ ଦେଖି ଖୁସି ହେବା ସହ ସୁନ୍ଦର ପରିବେଶରେ ଛାତ୍ରୀ ମାନଙ୍କୁ ରଖି ପାଠ ପଢ଼ାଉଥିବାରୁ କିସ୍ କିଟ୍ ର ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତଙ୍କୁ ଧନ୍ୟବାଦ ଦେବା ସହ ଭିୟସି ପ୍ରଶଂଶା କରିଥିଲା । ସେହିପରି ସମ୍ମାନୀତ ଅତିଥି ଡ. ଅଜୟ ମିଶ୍ର ” କାର୍ଗିଲ ବିଜୟ ଦିବସ ” ଉପରେ ଛାତ୍ରୀ ମାନଙ୍କୁ ସୁନ୍ଦର ଭାବରେ ବୁଝେଇ ଥିଲେ। ପୁର୍ବରୁ ଅୟୋଜନ ହେଇଥିବା ଚିତ୍ରାଙ୍କନ (ବିଷୟ- ପରିବେଶ ସୁରକ୍ଷା ଓ ଦେଶ ପ୍ରେମ) ରେ କୃତି ଛାତ୍ରୀ ମାନଙ୍କୁ ପୁରଷ୍କାର ବଣ୍ଟନ ପରେ ୪୦ ଗୋଟି ପୋଷ୍ଟ କାର୍ଡରେ କିସ୍ ଛାତ୍ରୀମାନେ ନିଜ ହସ୍ତରେ ଲିଖନକରି କାର୍ଗିଲ ଯୁଦ୍ଧରେ ସହିଦ ହେଇଥିବା ପାରିବାରଙ୍କୁ ପଠେଇ ଥିଲେ। ଉକ୍ତ କାର୍ଯ୍ୟକ୍ରମକୁ କିସ୍ ର ଶିକ୍ଷୟତ୍ରୀ ସୁପ୍ରିୟା ପଣ୍ଡା ସୂଚାରୁ ଭାବେ ପରିଚାଳନା କରିଥିବା ବେଳେ ସମସ୍ତ କର୍ମକର୍ତ୍ତା ପୂର୍ଣ୍ଣ ସହଯୋଗ କରିଥିଲେ। ପରିଶେଷରେ କିସ୍ ର କାର୍ଯ୍ୟନିର୍ବାହୀ ପ୍ରଶିକ୍ଷାର୍ଥୀ ସିଦ୍ଧାନ୍ତ ମାଝୀ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରି ସଭା ସାଙ୍ଗ କରିଥଲେ ।

