Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମାଝୀଗୁଡା ଗ୍ରାମକୁ କୁଚିଆ ମଦ ବନ୍ଦ ମଦ ଭାଟି କର୍ମଚାରୀ ଙ୍କୁ ଚେତାବନୀ ଦେଲେ ମହିଳା ଗୋଷ୍ଠି।

କଳାହାଣ୍ଡି,୨୬/୦୭
କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ମାଝୀଗୁଡା ପଞ୍ଚାୟତ ମାଝୀଗୁଡା ଗ୍ରାମ ରେ କୁଚିଆ ଦେଶୀ ମଦ କୋଠି ରେ ବେଇଆନ ଭାବେ ବହୁଳ ଭାବରେ ଦେଶୀ ମଦ ପାଉଚ ବିକ୍ରି ହେଉଥିବା ବେଳେ ଗ୍ରାମ ର ଶ୍ରମିକ,ଦିନ ମଜୁରିଆ, ଖଟିଖିଆ,ଯୁବକ ମାନେ ମଦ ପିଇ ଗ୍ରାମ ରେ ବିଶୃଙ୍ଖଳା, ଗଣ୍ଡଗୋଳ,ଅସାମାଜିକ କାର୍ଯ୍ୟକଳାପ ରେ ଲିପ୍ତ ହୋଇ ଗ୍ରାମ ରେ ଅଶାନ୍ତି ପରିବେଶ ସୃଷ୍ଟି କରୁଥିବା ବେଳେ ଦୈନିକ ମଜୁରୀ କରି ଶ୍ରମିକ ମାନେ ମଦ ପାଣି ରେ ଉଡାଇ ଘରେ ମହିଳା ଙ୍କ ଉପରେ ନିର୍ଯ୍ୟାତନା ଦେଉଥିବା ଅଭିଯୋଗ ହେଉଛି। ପୂର୍ବରୁ ଗ୍ରାମବାସୀ ମାନେ ଗ୍ରାମ ରେ ମଦ ବନ୍ଦ ପାଇଁ ସଚେତନ କରି ଟେମରା ଭାଟି ରୁ କୁଚିଆ ମଦ ବନ୍ଦ କରିଥିଲେ। ତେବେ କିଛି ମାସ ପରେ ପୁଣି ଗ୍ରାମ ରେ କୁଚିଆ ମଦ ବିକ୍ରି ବୃଦ୍ଧି ପାଇଛି। ଗ୍ରାମ ରେ ବୃଦ୍ଧି ପାଉଥିବା କୁଚିଆ ଦେଶୀ ମଦ କୋଠି ବନ୍ଦ ପାଇଁ ରବିବାର ମାଝୀଗୁଡା ଗ୍ରାମ ର ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ଓ ସଚେତନ ଗ୍ରାମବାସୀ ମାନେ ନିକଟସ୍ଥ ଟେମରା ମଦ ଭାଟି କୁ ଯାଇ ମଦ ଭାଟି କର୍ମଚାରୀ ଙ୍କୁ ମାଝୀଗୁଡା ଗ୍ରାମ କୁ କୁଚିଆ ମଦ ବନ୍ଦ କରିବାକୁ ତାଗିତ କରିଛନ୍ତି। ଯଦି ଆଗକୁ ମଦ ଯୋଗାଣ କରନ୍ତି ତାହେଲେ ଆଗାମୀ ଦିନରେ ମଦ ଭାଟି ଆଗରେ ଆନ୍ଦୋଳନ ଓ ଧାରଣା ଦେବାକୁ ଚେତାବନୀ ଦେଇଛନ୍ତି। ମହିଳା ଗୋଷ୍ଠି ର ନାରିନେତ୍ରୀ ହେମଲତା ସୁନାନୀ ଙ୍କ ନେତୃତ୍ୱରେ ଚିନେ ହାତୀ,ରଜନୀ ଠେଲା,ଶାନ୍ତି ପୋଢ଼,ହୀରାମଣି ଚଣ୍ଡି,ପ୍ରମିଳା ନାଏକ,ଦ୍ରୋପଦି ରଣା, ମଳିତା ପୁଞ୍ଜି,ପାନ ନାଏକ,ଅଞ୍ଜନା ବାଗ,ଶିବରାତି ବାଗ ସମେତ ଯୁଗଳ କିଶୋର ହଂସ,ପଞ୍ଚକ ପୋଢ଼,ଚିତ୍ରସେନ ନାଏକ,ଅମରେଶ ଚଳାନ, ଲକ୍ଷ୍ୟ ପୁଞ୍ଜି,ହର ରଣା, ଲାଲ ବାଗ ପ୍ରମୁଖ ମଦ ଭାଟି କର୍ମଚାରୀ ଙ୍କୁ ମାଝୀଗୁଡା ଗ୍ରାମ କୁ କୁଚିଆ ମଦ ବନ୍ଦ ପାଇଁ ଚେତାବନୀ ଦେଇଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ