Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆଇସିସି ରାଙ୍କିଂରେ ଭାରତର ଡବଲ୍ ଖୁସି! ଗିଲ୍ ଓଡିଆଇର ନମ୍ବର-୧ ବ୍ୟାଟର, ବୈଭବଙ୍କ ବଡ଼ ସଫଳତା

ନୂଆଦିଲ୍ଲୀ:ଆଇସିସିର ସଦ୍ୟ ପ୍ରକାଶିତ ରାଙ୍କିଂରେ ଭାରତୀୟ କ୍ରିକେଟରମାନେ ଦମଦାର ପ୍ରଦର୍ଶନ କରିଛନ୍ତି। ଭାରତୀୟ ଅଧିନାୟକ ଶୁଭମାନ ଗିଲ୍ ଦିନିକିଆ ବ୍ୟାଟର ରାଙ୍କିଂରେ ପୁଣି ଥରେ ବିଶ୍ୱର ନମ୍ବର-୧ ସ୍ଥାନ ଦଖଲ କରିଛନ୍ତି। ସେ ନ୍ୟୁଜିଲାଣ୍ଡର ଡାରିଲ୍ ମିଚେଲଙ୍କୁ ପଛକୁ ଠେଲି ଶୀର୍ଷ ସ୍ଥାନକୁ ଫେରିଛନ୍ତି। ଅନ୍ୟପଟେ, ଜିମ୍ବାୱେ ବିପକ୍ଷ ଟି-୨୦ ଶୃଙ୍ଖଳାରେ ଚମତ୍କାର ପ୍ରଦର୍ଶନ କରିଥିବା ୧୫ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀ ଟି-୨୦ ରାଙ୍କିଂରେ ୨୩୦ ସ୍ଥାନ ଲମ୍ଫ ଦେଇ ୪୮ତମ ସ୍ଥାନରେ ପହଞ୍ଚିଛନ୍ତି।

ଜିମ୍ବାୱେ ବିପକ୍ଷ ତିନି ମ୍ୟାଚ୍‌ର ଟି-୨୦ ଶୃଙ୍ଖଳାରେ ବୈଭବ ୨ଟି ଅର୍ଦ୍ଧଶତକ ସହ ମୋଟ ୧୫୧ ରନ୍ କରି ଭାରତର ୩-୦ ବିଜୟରେ ବଡ଼ ଭୂମିକା ନେଇଥିଲେ। ଟି-୨୦ ବ୍ୟାଟର ରାଙ୍କିଂରେ ଭାରତର ଇଶାନ କିଶନ ୯୧୦ ରେଟିଂ ପଏଣ୍ଟ ସହ ପ୍ରଥମ ସ୍ଥାନରେ ରହିଛନ୍ତି। ଟିଲକ ବର୍ମା ଦୁଇ ସ୍ଥାନ ଉପରକୁ ଉଠି ଷଷ୍ଠ ସ୍ଥାନରେ ପହଞ୍ଚିଥିବା ବେଳେ ଟି-୨୦ ଅଧିନାୟକ ଶ୍ରେୟସ ଆୟର ସାତ ସ୍ଥାନ ଉନ୍ନତି କରି ୨୪ତମ ସ୍ଥାନରେ ପହଞ୍ଚିଛନ୍ତି।

ବୋଲର ରାଙ୍କିଂରେ ଭାରତର ରବି ବିଷ୍ଣୋଇ ୩୧ ସ୍ଥାନ ଉପରକୁ ଉଠି ୪୧ତମ ସ୍ଥାନରେ ପହଞ୍ଚିଛନ୍ତି। ଆହତ କାରଣରୁ ଜିମ୍ବାୱେ ଗସ୍ତରୁ ବାଦ ପଡ଼ିଥିବା ବରୁଣ ଚକ୍ରବର୍ତ୍ତୀ ତିନି ସ୍ଥାନ ଖସିଥିଲେ ମଧ୍ୟ ଶୀର୍ଷ-୧୦ରେ ସ୍ଥାନ ବଜାୟ ରଖିଛନ୍ତି। ସେପଟେ ୱେଷ୍ଟଇଣ୍ଡିଜର ଜଷ୍ଟିନ୍ ଗ୍ରିଭ୍ସ ଓ ପାକିସ୍ତାନର ମହମ୍ମଦ ଅବ୍ବାସ ଟେଷ୍ଟ ରାଙ୍କିଂରେ ଉନ୍ନତି କରିଥିବା ବେଳେ ବାବର ଆଜମ ଟେଷ୍ଟ ବ୍ୟାଟର ତାଲିକାରେ ୧୫ତମ ସ୍ଥାନ ହାସଲ କରିଛନ୍ତି |

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories