ପିଏମଶ୍ରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଡ଼ହଗାଁ କିରାଣୀ ଙ୍କୁ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା।
କଳାହାଣ୍ଡି,୩୧/୦୭
କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଡ଼ହଗାଁ ପିଏମଶ୍ରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ କନିଷ୍ଠ କିରାଣୀ ଡମ୍ବରୁଧର ବାଗ ଙ୍କୁ ବିଦ୍ୟାଳୟ ପକ୍ଷରୁ ଶୁକ୍ରବାର ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଛି। ଏହି ସମ୍ବର୍ଦ୍ଧିତ କାର୍ଯ୍ୟକ୍ରମ ରେ ବିଦ୍ୟାଳୟ ର ଅଧ୍ୟକ୍ଷ ଜିତେନ୍ଦ୍ର ଭକ୍ତ ଙ୍କ ସଭାପତିତ୍ୱ ରେ ସମ୍ମାନିତ ଅତିଥି ଭାବେ ଅଧ୍ୟକ୍ଷ ଡୋଙ୍ଗରିଗୁଡା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ମହେନ୍ଦ୍ର କୁମାର ବାଣିଆ, ଖୁଣ୍ଟିଆ ଉଚ୍ଚ ବିଦ୍ୟାଳୟ ପୂର୍ବତନ ପ୍ରଧାନ ଶିକ୍ଷକ ସୁଧାଂଶୁ ପଣ୍ଡା, ଏସ ଏମ ସି ସଭାପତି ସନ୍ତୋଷ ଭାଇସାଳ,ପୂର୍ବତନ ଏସଏମସି ସଭାପତି ତିଳ ମହାନନ୍ଦ, ବରିଷ୍ଠ ଶିକ୍ଷକ ସାମନ୍ତ ପଟ୍ଟଯୋଶୀ ଉପସ୍ଥିତ ରହି ବିଦ୍ୟାଳୟ ରେ ଦିର୍ଘ ବର୍ଷ ଧରି ନିଷ୍ଠା ର ସହ କାର୍ଯ୍ୟ ସମ୍ପାଦନ କରିଥିବା କିରାଣୀ ଙ୍କ ଅବସର କାଳୀନ ଜୀବନ ସୁସ୍ଥ ଓ ନିରାମୟ ହେଉ ବୋଳି କହିଥିଲେ।ପରେ ବିଦାୟୀ କିରାଣୀ ଙ୍କୁ ଉପଢୌକନ ସହ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ଅବସରରେ ଅବସର କର୍ମଚାରୀ ଡମ୍ବରୁ ଧର ବାଗ ଜୁନିଅର ଆସିଷ୍ଟାଣ୍ଟ , ସେ ଦୀର୍ଘ ବର୍ଷ ଏହି ବିଦ୍ୟାଳୟରେ କାମ କରିଥିଲେ।ବିଦ୍ୟାଳୟ ର ମୋହିତ କୁମାର ରାଉତ, ଛବେନ୍ଦ୍ର ନାୟକ, ସାନନ୍ଦ ପ୍ରଧାନ, ଉତ୍ତମ ସାହୁ , ଲାବଣ୍ୟ ସିଂ, ସେତୁରାମ ନାୟକ, ପୁଷ୍ପାଞ୍ଜଳି ଶବର, ସମୀର ପାତ୍ର, ଗୌତମ ବାରିକ, କୃଷ୍ଣ ମସ୍ରା,ପ୍ରୟାଗ ଯୋଶୀ ଦାମୋଦର ମାଝୀ, ଗୋପ ନାୟକ, ଆଲୋକ ଛତ୍ରିଆ,ଯଶୋଦା ନାୟକ, ରିତେସ୍ ରଣା ପ୍ରମୁଖ ଶିକ୍ଷକ ଶିକ୍ଷୟିତ୍ରୀ କର୍ମଚାରୀ ମାନେ ଉପସ୍ଥିତ ଥିଲେ। ଛବିନ୍ଦ୍ର ନାଏକ ଧନ୍ୟବାଦ ଅର୍ପଣ କରିଥିଲେ।

