Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କ୍ରୀଡା ଶିକ୍ଷକ ଙ୍କୁ ଅଵସର କାଳୀନ ବିଦାୟ ସମ୍ବର୍ଦ୍ଧନା।

କଳାହାଣ୍ଡି,୩୧/୦୭
ଜୟପାଟଣା ବ୍ଲକ ଗୋଷ୍ଠି ଶିକ୍ଷା ବିଭାଗ ଅନ୍ତର୍ଗତ ରେଙ୍ଗାଳପାଲି ପରମାନନ୍ଦ ଉଚ୍ଚ ବିଦ୍ୟାଳୟ ର କ୍ରୀଡା ଶିକ୍ଷକ ଦେବୀ ପ୍ରସାଦ ସାହୁ ଶୁକ୍ରବାର ତାଙ୍କ ଚାକିରୀ ଜୀବନ ରୁ ଅଵସର ଗ୍ରହଣ କରିଛନ୍ତି। ଏହି ଅବସରରେ ବିଦ୍ୟାଳୟ ପକ୍ଷରୁ ବିଦାୟ ସମ୍ବର୍ଦ୍ଧିତ କାର୍ଯ୍ୟକ୍ରମ ପ୍ରଧାନ ଶିକ୍ଷକ ବଜିନ୍ଦ୍ର ନାରାୟଣ ବେହେରା ଙ୍କ ସଭାପତିତ୍ୱ ରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ସମାଜସେବି ବଜିନ୍ଦ୍ର ପଟ୍ଟଯୋଶୀ, ସମ୍ମାନିତ ଅତିଥି ଭାବେ ମନୋଜ ଶର୍ମା, ଦୁଲ୍ଲଭ ନାଏକ, ଶିକ୍ଷା ବିଦ ମଦନ ଲାଲ ଶବର, ଅଜୟ କୁମାର ପଣ୍ଡା,ସାମନ୍ତ କୁମାର ପଟ୍ଟଯୋଶୀ, ଶିକ୍ଷକ ଲକ୍ଷ୍ମଣ ନାଏକ,ମୁରାରୀ ଚରଣ ସାହୁ, ଅଶ୍ୱିନ କୁମାର ରାଉତ ସମେତ ବିଦ୍ୟାଳୟ ପରିଚାଳନା କମିଟିର ସଦସ୍ୟ, ଛାତ୍ରଛାତ୍ରୀ, ଅଭିଭାବକ ଉପସ୍ଥିତ ରହି କ୍ରୀଡା ଶିକ୍ଷକ ଶ୍ରୀ ସାହୁ ଙ୍କୁ ଉପଢୌକନ ସହ ମାନପତ୍ର ପ୍ରଦାନ ପୂର୍ବକ ବିଦାୟ ସମ୍ବର୍ଦ୍ଧନା ଜଣାଇଥିଲେ।ପରେ ଶ୍ରୀ ସାହୁ ଙ୍କୁ ତାଙ୍କ ଗ୍ରାମ ଆଇଲି କୁ ନେଇ ଛାଡିଥିଲେ। ସେଠାରେ ଗ୍ରାମବାସୀ ଙ୍କ ପକ୍ଷରୁ ଏକ ଶୋଭାଯାତ୍ରାରେ ବାଜାଗାଯା ବଜାଇ ଅଵସର ନେଇଥିବା ଶିକ୍ଷକ ଙ୍କୁ ଗ୍ରାମ ପରିକ୍ରମା କରାଇବା ସହ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ