Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କମନୱେଲ୍ଥ ଗେମ୍ସରେ ପ୍ରୀତି ପାୱାରଙ୍କ କମାଲ; ବକ୍ସିଂରେ ଭାରତକୁ ପ୍ରଥମ ସ୍ୱର୍ଣ୍ଣ ପଦକ

ନୂଆଦିଲ୍ଲୀ: କମନୱେଲ୍ଥ ଗେମ୍ସ ୨୦୨୬ରେ ଭାରତୀୟ ବକ୍ସର ପ୍ରୀତି ପାୱାର ଐତିହାସିକ ସଫଳତା ହାସଲ କରିଛନ୍ତି। ମହିଳା ୫୪ କେଜି ବର୍ଗର ଫାଇନାଲରେ ସେ କାନାଡାର ସ୍କାରଲେଟ୍ ସାଭାନା ଡେଲଗାଡୋଙ୍କୁ ପରାସ୍ତ କରି ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ଏହା ସହ କମନୱେଲ୍ଥ ଗେମ୍ସ ୨୦୨୬ରେ ବକ୍ସିଂରେ ଭାରତ ନାମରେ ପ୍ରଥମ ସ୍ୱର୍ଣ୍ଣ ପଦକ ମଧ୍ୟ ହୋଇଛି।

ତେବେ ଫାଇନାଲ ମୁକାବିଲାର ପ୍ରଥମ ଦୁଇଟି ରାଉଣ୍ଡରେ ପ୍ରୀତି ଦମଦାର ପ୍ରଦର୍ଶନ କରି ସ୍ପଷ୍ଟ ଅଗ୍ରଣୀ ହାସଲ କରିଥିଲେ। ତୃତୀୟ ରାଉଣ୍ଡରେ ସ୍କାରଲେଟ୍ ଆକ୍ରମଣାତ୍ମକ ଖେଳ ପ୍ରଦର୍ଶନ କରି ବିଜୟ ହାସଲ କରିଥିଲେ |

ପ୍ରଥମ ଦୁଇ ରାଉଣ୍ଡରେ ହାସଲ କରିଥିବା ଅଗ୍ରଣୀକୁ ଶେଷ ପର୍ଯ୍ୟନ୍ତ ବଜାୟ ରଖି ପ୍ରୀତି ପାୱାର ସ୍ୱର୍ଣ୍ଣ ପଦକ ନିଜ ନାମରେ କରିଥିଲେ। ଏହି ବିଜୟ ସହ କମନୱେଲ୍ଥ ଗେମ୍ସ ୨୦୨୬ରେ ଭାରତୀୟ ବକ୍ସିଂ ଦଳର ସ୍ୱର୍ଣ୍ଣ ପଦକର ଖାତା ଖୋଲିଛି ଏବଂ ଭାରତ ପାଇଁ ଏହା ଏକ ଗୌରବମୟ ସଫଳତା ହୋଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories