ବିବାହିତା ମହିଳା ନିଖୋଜ, ଥାନାରେ ଅଭିଯୋଗ
କୋକସରା,୦୪/୦୮
କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଆମପାଣି ଥାନା ଅନ୍ତର୍ଗତ ବଡ଼ କେନ୍ଦୁଗୁଡା ଗ୍ରାମର ଜଣେ ବିବାହିତା ମହିଳା ମଙ୍ଗଳବାର ସକାଳୁ ଘରୁ ଶୌଚ ପାଇଁ ବାହାରି ଆଉ ଘରକୁ ଫେରିନଥିଲେ। ପରିବାର ଲୋକେ ଖୋଜାଖୋଜି କରିବା ପରେ ମଧ୍ୟ ମହିଳାଙ୍କ କୌଣସି ଖୋଜ ଖବର ନ ପାଇବାରୁ ବୁଧବାର ଆମପାଣି ଥାନାରେ ମହିଳାଙ୍କ ବାପଘର ଲୋକେ ନିଖୋଜ ଥିବା ନେଇ ଅଭିଯୋଗ କରିଛନ୍ତି।
ସୂଚନା ମତେ ଦର୍ଲିପଡା ଗ୍ରାମର ଦୈତାରି ଗୋପାଳଙ୍କ ବିବାହିତା ପତ୍ନୀ ସସ୍ମିତା ଗୋପାଳ (୩୩) ବିବାହ ପରେ ମଧ୍ୟ ସ୍ୱାମୀ ବାହାରେ ରହୁ ଥବାରୁ କିଛି ମାସ ହେବ ନିଜ ବାପ ଘର ବଡ଼ କେନ୍ଦୁଗୁଡାରେ ରହୁଥିଲେ। ତେବେ ତାଙ୍କ ସ୍ୱାମୀ ଗତ ୨ ଦିନ ତଳେ ପେଟପାଟଣା ପାଇଁ ଦାଦନ ଖଟିବାକୁ ରାଜ୍ୟ ବାହାରକୁ ଯାଇଥିବା ବେଳେ ଗତକାଲି ସକାଳୁ ତାଙ୍କ ପତ୍ନୀ ନିଖୋଜ ଥିବା ଜଣାପଡିଛି। ଏନେଇ ଆମପାଣି ଥାନା ଅଧିକାରୀ ପ୍ରଶାନ୍ତ କୋଲହାରସଙ୍କ ପ୍ରତିକ୍ରିୟା ନେବାରୁ ନିଖୋଜ ମାମଲା ରୁଜୁ ହୋଇଛି ଓ ତଦନ୍ତ ଜାରି ରହିଛି ବୋଳି କହିଛନ୍ତି।

