Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିପଦପୂର୍ଣ୍ଣ ଅବସ୍ଥାରେ ଖୁଣ୍ଟିଆ ଓ ମିର୍ଜାପୁର ରାସ୍ତାରେ ଥିବା ଦୁର୍ବଳ କେନାଲ ପୋଲ, ନୂତନ ପୋଲ ନିର୍ମାଣ ଦାବି।

କଳାହାଣ୍ଡି,୦୫/୦୮
କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ, ଖୁଣ୍ଟିଆ ପଞ୍ଚାୟତ ଖୁଣ୍ଟିଆ ଗ୍ରାମରୁ ମିର୍ଜାପୁର ଯିବା ରାସ୍ତାରେ ଥିବା କେନାଲ ପୋଲ ଦୁର୍ବଳ ଥିବା କାରଣ ରୁ ବିପଦପୂର୍ଣ୍ଣ ଅବସ୍ଥାରେ ରହିଅଛି। ଦୀର୍ଘ ବର୍ଷ ପୂର୍ବେ ନିର୍ମାଣ ହୋଇଥିବା ଏହି ପୋଲ ବର୍ତମାନ ଦୁର୍ବଳ ହୋଇ ପଡିଛି। ଉକ୍ତ ପୋଲର କଂକ୍ରିଟ ଛାତରୁ ଛଡ ସବୁ ବାହାରି ଗଲାଣି । ସ୍ଥାନେ ସ୍ଥାନେ ଫାଟ ସୃଷ୍ଟି ହୋଇ ଛାତର ସିମେଣ୍ଟ ଅତଡ଼ା ଖସୁଛି। ଏହି ପୋଲ କେତେବେଳେ ଯେ ଭାଙ୍ଗି ପଡିବ ଓ କିଛି ଅଘଟଣ ନ ଘଟିବ ତାହା କହିବା ମୁସ୍କିଲ। ଏହି ରାସ୍ତା ପଡୋଶୀ ଛତିଶଗଡ଼, ନବରଙ୍ଗପୁରକୁ ସଂଯୋଗ କରୁଥିବାରୁ ଏହି ରାସ୍ତା ଦେଇ ପ୍ରତିଦିନ ଅନେକ ଯାତ୍ରୀ, ପଥଚାରି,ଛାତ୍ରଛାତ୍ରୀ,ଗ୍ରାମବାସୀ ଯିବା ଆସିବା କରୁଥିବା ସହିତ ଅନେକ ଗାଡିମୋଟର ଚଳାଚଳ କରୁଥିଲା। କିନ୍ତୁ କିଛି ମାସ ତଳେ ଦୁର୍ବଳ ପୋଲକୁ ନେଇ ଅଭିଯୋଗ ପାଇବା ପରେ ଉପର ଇନ୍ଦ୍ରାବତୀ ଜଳସେଚନ ବିଭାଗ ସତର୍କ ସୂଚନା ବୋର୍ଡ଼ ମାରିଦେବାରୁ ଆଉ ଏହି ରାସ୍ତା ଦେଇ ଗାଡ଼ି ମଟର, ଭାରି ଯାନବାହାନ ଚଳାଚଳ କରୁ ନାହିଁ। ବିଭାଗ ମଧ୍ୟ ସତର୍କ ସୂଚନା ବୋର୍ଡ଼ ମାରି ଦେଇ କାମ ସାରି ଦେଇଥିବା ବେଳେ ପୋଲ ନିର୍ମାଣ ପାଇଁ କୌଣସି ପଦକ୍ଷେପ ନେଉ ନାହାଁନ୍ତି। ପୋଲ ଦେଇ ଯାତାୟାତ ବନ୍ଦ ପରେ ଗାଡିମୋଟର ଡାହାଣ ପଟେ ଥିବା କେନାଲ ରାସ୍ତାରେ ବୁଲି ବିଜୁ ଏକ୍ସପ୍ରେସ ୱେ ଦେଇ ଯିବା ଆସିବା କରୁଛି। ଯଦି ବର୍ଷା ଦିନରେ ଏହି ପୋଲ ଭାଙ୍ଗି ଯାଏ ତାହେଲେ ନିଶ୍ଚିତ ଭାବରେ ସମସ୍ତେ ଯିବା ଆସିବା ପାଇଁ ଅନେକ ସମସ୍ୟାର ସମ୍ମୁଖୀନ ହେବେ। ଉପର ଇନ୍ଦ୍ରାବତୀ ଜଳସେଚନ ବିଭାଗ ବାମ କେନାଲ କାର୍ଯ୍ୟନିର୍ବାହୀ ଅଧିକାରୀ ଦୃଷ୍ଟି ଦେଇ ତୁରନ୍ତ ଏହି ଭଙ୍ଗା ଦୁର୍ବଳ ପୋଲକୁ ଭାଙ୍ଗି ଏକ ନୂଆ ପୋଲ ନିର୍ମାଣ କରିବାକୁ ଅଞ୍ଚଳବାସୀ ମାନେ ଦାବି କରିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ