Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କୋକସରା ବ୍ଲକ ଶିକ୍ଷକ ସଙ୍ଘ (ଏୟୁପିଟିଏଫ) ପକ୍ଷରୁ ଶିକ୍ଷକ ଙ୍କୁ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା।

କଳାହାଣ୍ଡି ୦୭/୦୮
କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଗୋଷ୍ଠି ଶିକ୍ଷା ବିଭାଗ ଅଧୀନରେ ଥିବା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ଶିକ୍ଷକ ମୁରଲୀଧର ମାଝୀ ଗତ ଜୁଲାଇ ମାସ ରେ ତାଙ୍କ ଶିକ୍ଷକତା ଜୀବନ ରୁ ଅଵସର ଗ୍ରହଣ କରିଛନ୍ତି। ଓଡିଶା ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘ କୋକସରା ବ୍ଲକ ପକ୍ଷରୁ ତାଙ୍କୁ ଗୁରୁବାର ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଛି। ସମ୍ବର୍ଦ୍ଧିତ କାର୍ଯ୍ୟକ୍ରମ ରେ ଶିକ୍ଷକ ସଙ୍ଘ ସଭାପତି ବିର କିଶୋର ନାଗ ଙ୍କ ନେତୃତ୍ୱରେ ରେ ଜିଲ୍ଲା ଉପଦେଷ୍ଟା କମିଟିର ସଦସ୍ୟ ଭୁରିଶ୍ରବା ଜାଲ,ବ୍ଲକ ଉପଦେଷ୍ଟା କମିଟିର ସଦସ୍ୟ ଲକ୍ଷ୍ମୀଧର ସେନାପତି,ଶିକ୍ଷକ ଲିଙ୍ଗରାଜ ନାଏକ,ଉମେଶ ଚନ୍ଦ୍ର ସାହୁ, ଜୟନ୍ତ କୁମାର ଦିଶାରୀ,ଜିଲ୍ଲା ସଙ୍ଘ ସମ୍ପାଦକ ସୁଭାଷ ଚନ୍ଦ୍ର ବାଗ, ମୁକ୍ତେଶ୍ଵର ପୁଞ୍ଜି, ଘାସିରାମ ନାଏକ ମିଡିଆ ସେଲ ସଂଯୋଜକ ପ୍ରେମଲାଲ ସାହୁ,ପ୍ରମୁଖ ଉପସ୍ଥିତ ରହି ଛାତ୍ରଛାତ୍ରୀ ଙ୍କୁ ଶିକ୍ଷାଦାନ ରେ ବିଦାୟୀ ଶିକ୍ଷକ ଶ୍ରୀ ମାଝୀ ଙ୍କ ନିଷ୍ଠା ଓ ଦାୟିତ୍ୱବୋଧ କୁ ମନେ ପକାଇବା ସହ ଉପଢୌକନ ଓ ମାନପତ୍ର ପ୍ରଦାନ ପୂର୍ବକ ତାଙ୍କ ଅଵସର କାଳୀନ ଜୀବନ ସୁସ୍ଥ ଓ ନିରାମୟ ହେଉ ବୋଳି କହିଥିଲେ। ସଙ୍ଘ ପକ୍ଷରୁ ଅବସର କାଳୀନ ସମସ୍ତ ପ୍ରକାର ସରକାରୀ କାର୍ଯ୍ୟ ରେ ସହଯୋଗ ଜାରି ରହିବ ବୋଳି କହିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ