Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ନିଖୋଜ ମହିଳାଙ୍କ ଗଳିତ ମୃତଦେହ ଠାବ, ମାଜିଷ୍ଟ୍ରେଟ ଙ୍କ ଉପସ୍ଥିତି ରେ ଶବ ବ୍ୟବଚ୍ଛେଦ।

କଳାହାଣ୍ଡି,୦୮/୦୮
କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଆମପାଣି ଥାନା ଅନ୍ତର୍ଗତ ବଡ଼କେନ୍ଦୁଗୁଡ଼ା ଗ୍ରାମ ନିକଟ ଏକ ଚାଷଜମି ହୁଡ଼ାରୁ ୪ ଦିନ ତଳେ ନିଖୋଜ ଥିବା ଜଣେ ବିବାହିତା ମହିଳାଙ୍କ ମୃତଦେହ ଠାବ ହୋଇଛି। ଏକ ଗଛରୁ ଝୁଲନ୍ତା ଅବସ୍ଥାରେ ଗଳିତ ମୃତଦେହ ଠାବ ହୋଇଥିବା ବେଳେ ମୃତା ବିବାହିତା ମହିଳା ଦରଲିପଡ଼ା ଗ୍ରାମର ଦୈତାରୀ ଗୋପାଳଙ୍କ ପତ୍ନୀ ସସ୍ମିତା ଗୋପାଳ(୩୪) ବୋଲି ଚିହ୍ନଟ ହୋଇଛି। ସେ ଗତ ୪ ଦିନ ଧରି ନିଖୋଜ ଥିଲେ।
ସୂଚନା ଅନୁସାରେ, ସସ୍ମିତା ଗୋପାଳ ଗତ ମଙ୍ଗଳବାର ସକାଳୁ ଘରୁ ଶୌଚ ପାଇଁ ବାହାରିଥିଲେ। ହେଲେ ଦୀର୍ଘ ସମୟ ପରେ ମଧ୍ୟ ଘରକୁ ଫେରିନଥିଲେ।ପରିବାର ଲୋକେ ଆଖପାଖ ଅଞ୍ଚଳରେ ଖୋଜାଖୋଜି କରିଥିଲେ ମଧ୍ୟ ତାଙ୍କର କୌଣସି ସନ୍ଧାନ ପାଇନଥିଲେ।ପରେ ଆମପାଣି ଥାନାରେ ମହିଳାଙ୍କ ନିଖୋଜ ନେଇ ଅଭିଯୋଗ ହୋଇଥିଲା। ଆମପାଣି ପୁଲିସ ଏନେଇ ଏକ ନିଖୋଜ ମାମଲା ରୁଜୁ କରି ତଦନ୍ତ ଚଳାଇଥିଲା।ଦଲ୍ଲୀପଡା ଗ୍ରାମର ଦୈତାରୀ ଗୋପାଳ ଓ ତାଙ୍କ ସ୍ତ୍ରୀ ସସ୍ମିତା ଗତ କିଛି ମାସ ହେବ ଶଶୁର ଘର ବଡ଼କେନ୍ଦୁଗୁଡ଼ା ରେ ରହୁଥିଲେ। ତାଙ୍କ ସ୍ୱାମୀ ଗତ ରବିବାର ଦାଦନ ଖଟିବା ପାଇଁ ରାଜ୍ୟ ବାହାରକୁ ଯାଇଥିବା ବେଳେ ମଙ୍ଗଳବାର ସକାଳୁ ସସ୍ମିତା ନିଖୋଜ ହୋଇଥିଲେ। ୪ ଦିନ ପରେ ବଡ଼କେନ୍ଦୁଗୁଡ଼ା ଗ୍ରାମ ନିକଟ ଏକ ଚାଷଜମି ହୁଡ଼ାରେ ଗଛରୁ ଝୁଲନ୍ତା ଅବସ୍ଥାରେ ତାଙ୍କ ମୃତଦେହ ଠାବ ହୋଇଥିଲା। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଚିହ୍ନଟ ପରେ ମୃତଦେହ ଜବତ କରିଛି। ମୃତ ମହିଳା ଙ୍କ ସ୍ୱାମୀ ମଧ୍ୟ ଆଜି ଘଟଣା ପରେ ଗାଁ କୁ ଫେରିଥିବା ବେଳେ ପରିବାର ଲୋକ ଙ୍କ ଉପସ୍ଥିତି ରେ ଘଟଣାସ୍ଥଳରେ ମାଜିଷ୍ଟ୍ରେଟ ଦାୟିତ୍ୱ ରେ ଅତିରିକ୍ତ ତହସିଲଦାର ମୋହନ ଚରଣ ଜେନା ପହଞ୍ଚିବା ପରେ ସେହି ସ୍ଥାନରେ ଶବ ବ୍ୟବଚ୍ଛେଦ କରାଯାଇଛି। ଆମପାଣି ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ