ଯୁକ୍ତ ୨ ପ୍ରଥମ ବର୍ଷ ନୂତନ ଶିକ୍ଷାର୍ଥୀ ଙ୍କୁ ବିଦ୍ୟାଳୟ ପକ୍ଷରୁ ସ୍ଵାଗତ।
କଳାହାଣ୍ଡି,୦୮/୦୮
କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଆମପାଣି ସ୍ଥିତ ବୁଢ଼ାରଜା ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ନାମ ଲେଖାଇଥିବା ଯୁକ୍ତ ୨ ପ୍ରଥମ ବର୍ଷ ଶିକ୍ଷାର୍ଥୀ ଛାତ୍ରଛାତ୍ରୀ ଙ୍କୁ ବିଦ୍ୟାଳୟ ପକ୍ଷରୁ ଶନିବାର ସ୍ୱାଗତ କରାଯାଇଛି। ଏହି ଅବସରରେ ବିଦ୍ୟାଳୟ ର ଭାରପ୍ରାପ୍ତ ପ୍ରିନ୍ସପାଳ ହେମନ୍ତ କୁମାର ମାଝୀ ଙ୍କ ତତ୍ୱାବଧାନ ରେ ଆୟୋଜିତ ସ୍ୱାଗତ କାର୍ଯ୍ୟକ୍ରମ ରେ ଅଧ୍ୟାପକ ନିରାକାର ବେଶ୍ରା, ଚୁଡାମଣି ମହାନନ୍ଦ,କ୍ଷମାନନ୍ଦ ତାଣ୍ଡି,ଯତୀନ୍ଦ୍ର ସାହୁ, ତ୍ରିଲୋଚନ କାଣ୍ଡ,ଘନେନ୍ଦ୍ର ପୁଝାରି, ଭାଗ୍ୟସିନୀ ପଟେଲ ମଞ୍ଚ ରେ ଉପସ୍ଥିତ ରହି ସ୍ୱାଗତ ସମ୍ବର୍ଦ୍ଧନା ଏକ ସକଳ୍ପ ଦିବସ,ଏହି ଦିବସ କୁ ଶିକ୍ଷାର୍ଥୀ ନିଜର ଦୃଢ଼ ଲକ୍ଷ୍ୟ ସାଧନ ରେ ସଂକଳ୍ପ ନେଇ ଶିକ୍ଷା ଆରମ୍ଭ କଲେ ସଫଳ ହେବେ ବୋଳି କହିଥିଲେ। ଏହି ଅଵସର ରେ ମାଧ୍ୟମିକ ବିଦ୍ୟାଳୟ ର ଶିକ୍ଷକ ସୁରଜ ତାଣ୍ଡି, ଭାଗ୍ୟବାନ ବାଗ,ପ୍ରଶାନ୍ତ ପଣ୍ଡା,ଲିଜୟା ନନ୍ଦ ସାହୁ, ଲୋକନାଥ ସାହୁ,ଦୟା ସାଗର ନାଏକ ଉପସ୍ଥିତ ରହି ସହଯୋଗ କରିଥିଲେ। କାର୍ଯ୍ୟକ୍ରମ କୁ ଶିକ୍ଷାର୍ଥୀ ଦୁଷ୍ମନ୍ତ ବଂଜାରା ଓ ରୁଦ୍ର ନାଏକ ପରିଚାଳନା କରିଥିଲେ।

