Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଚଳିତ ମାସ ‘ଅଗଷ୍ଟରେ’ ଗ୍ରହ-ନକ୍ଷତ୍ରର ଚଳନରେ ବଡ଼ ପରିବର୍ତ୍ତନ; ଏହି ୬ ରାଶି ପାଇଁ ଖୋଲିବ ସଫଳତାର ନୂଆ ଦ୍ୱାର!

ଅଗଷ୍ଟ ୨୦୨୬ରେ ଗ୍ରହ ଓ ନକ୍ଷତ୍ରଙ୍କ ଚଳନରେ ଏକାଧିକ ପରିବର୍ତ୍ତନ ଦେଖାଯିବ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଏହି ମାସରେ ସୂର୍ଯ୍ୟପରାଗ ଓ ଚନ୍ଦ୍ରଗ୍ରହଣ ସହ ବୃହସ୍ପତି, ଶନି, ବୁଧ ଓ ଶୁକ୍ରଙ୍କ ଗତିରେ ମଧ୍ୟ ପରିବର୍ତ୍ତନ ହେବ। ଏହାର ପ୍ରଭାବ ସମସ୍ତ ୧୨ଟି ରାଶି ଉପରେ ପଡ଼ିପାରେ ବୋଲି ଜ୍ୟୋତିଷୀୟ ମତ ରହିଛି। ତେବେ ମିଥୁନ, ସିଂହ, କନ୍ୟା, ଧନୁ, କୁମ୍ଭ ଓ ମୀନ ରାଶି ପାଇଁ ଏହି ସମୟ ବିଶେଷ ଗୁରୁତ୍ୱ ବହନ କରିପାରେ।

ଅଗଷ୍ଟ ୧୧ରେ ଶୁକ୍ର ହସ୍ତ ନକ୍ଷତ୍ରରେ ପ୍ରବେଶ କରିବେ। ଜ୍ୟୋତିଷ ମତରେ ଏହା ପ୍ରେମ, ବୈବାହିକ ସମ୍ପର୍କ ଓ ଭୌତିକ ସୁଖ-ସୁବିଧା ସହ ଜଡ଼ିତ ବିଷୟରେ ସକାରାତ୍ମକ ପ୍ରଭାବ ପକାଇପାରେ। ଅଗଷ୍ଟ ୧୨ରେ ସମ୍ପୂର୍ଣ୍ଣ ସୂର୍ଯ୍ୟପରାଗ ହେବ। ଏହା ଭାରତରୁ ଦୃଶ୍ୟମାନ ନ ହେବାରୁ ଏଠାରେ ସୂତକ ପାଳନ ଲାଗୁ ହେବ ନାହିଁ ବୋଲି ଜ୍ୟୋତିଷୀୟ ମତ ରହିଛି। ଏହାପରେ ଅଗଷ୍ଟ ୧୭ରେ ସୂର୍ଯ୍ୟ ସିଂହ ରାଶିରେ ପ୍ରବେଶ କରିବେ। ଅଗଷ୍ଟ ୧୯ରେ ବୃହସ୍ପତିଙ୍କ ନକ୍ଷତ୍ର ପରିବର୍ତ୍ତନ, ୨୦ରେ ଶନିଙ୍କ ନକ୍ଷତ୍ର ପରିବର୍ତ୍ତନ ଏବଂ ୨୨ରେ ବୁଧଙ୍କ ସିଂହ ରାଶିରେ ପ୍ରବେଶ ହେବ। ଏହାସହ ଅଗଷ୍ଟ ୨୫ରେ ଶୁକ୍ର ଚିତ୍ରା ନକ୍ଷତ୍ରରେ ପ୍ରବେଶ କରିବେ। ଏହାସହ ମାସ ଶେଷରେ, ଅଗଷ୍ଟ ୨୮ରେ ଚନ୍ଦ୍ରଗ୍ରହଣ ପଡୁଛି ।

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଏହି ଗ୍ରହ ପରିବର୍ତ୍ତନର ପ୍ରଭାବରେ ମିଥୁନ ରାଶିର ଲୋକଙ୍କ ପାଇଁ ବ୍ୟବସାୟ, ଯୋଗାଯୋଗ ଓ ନୂଆ କାରବାରରେ ସୁଯୋଗ ସୃଷ୍ଟି ହୋଇପାରେ। ସେହିପରି ସିଂହ ରାଶିଙ୍କ ପାଇଁ ସୂର୍ଯ୍ୟ ଓ ବୁଧଙ୍କ ପ୍ରଭାବରେ ପ୍ରତିଷ୍ଠା, କ୍ୟାରିୟର ଓ ସାମାଜିକ ସ୍ଥିତିରେ ଉନ୍ନତିର ସମ୍ଭାବନା ରହିଛି। କନ୍ୟା ରାଶିଙ୍କ ପାଇଁ ଶୁକ୍ରଙ୍କ ପରିବର୍ତ୍ତନ ଆର୍ଥିକ ଲାଭ ଓ ପାରିବାରିକ ସୁଖ ଆଣିପାରେ। ଧନୁ ରାଶିଙ୍କ ପାଇଁ ବୃହସ୍ପତିଙ୍କ ନକ୍ଷତ୍ର ପରିବର୍ତ୍ତନ ଶିକ୍ଷା, କ୍ୟାରିୟର ଓ ଯାତ୍ରା କ୍ଷେତ୍ରରେ ନୂଆ ସୁଯୋଗ ଆଣିପାରେ। କୁମ୍ଭ ରାଶିଙ୍କ ପାଇଁ ଅଟକିଥିବା କାମ ଆଗକୁ ବଢ଼ିବା ସହ କଠିନ ପରିଶ୍ରମର ଫଳ ମିଳିବାର ଆଶା କରାଯାଉଛି। ଅନ୍ୟପକ୍ଷରେ ମୀନ ରାଶିଙ୍କ ଲୋକଙ୍କୁ ସ୍ୱାସ୍ଥ୍ୟ ଓ ଆର୍ଥିକ ନିଷ୍ପତ୍ତିରେ ସତର୍କ ରହିବାକୁ ଜ୍ୟୋତିଷୀୟ ପରାମର୍ଶ ଦିଆଯାଇଛି। ତେବେ ଏହି ଫଳାଫଳ ଜ୍ୟୋତିଷୀୟ ବିଶ୍ୱାସ ଉପରେ ଆଧାରିତ; ବ୍ୟକ୍ତିବିଶେଷଙ୍କ ଜୀବନର ବାସ୍ତବ ପରିଣାମ ଭିନ୍ନ ହୋଇପାରେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories