Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

୨୦୨୭ ଆଇପିଏଲ୍‌ରେ ବଦଳିପାରେ ହାର୍ଦିକଙ୍କ ଠିକଣା! ଏହି ଦଳଗୁଡ଼ିକର ନଜରରେ ଷ୍ଟାର୍ ଅଲରାଉଣ୍ଡର

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍‌ର ଷ୍ଟାର୍ ଅଲରାଉଣ୍ଡର ହାର୍ଦିକ ପାଣ୍ଡ୍ୟାଙ୍କୁ ନେଇ ଆଇପିଏଲ୍‌ର ୨୦୨୭ ସଂସ୍କରଣ ପୂର୍ବରୁ ଚର୍ଚ୍ଚା ଜୋର ଧରିଛି। ବର୍ତ୍ତମାନ ସେ ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ଥିବାବେଳେ, ଆଗାମୀ ସିଜନ୍‌ରେ ସେ ଏହି ଦଳରେ ରହିବେ କି ଅନ୍ୟ କୌଣସି ଫ୍ରାଞ୍ଚାଇଜିକୁ ଯିବେ, ତାହାକୁ ନେଇ ଅଟକଳ ଆରମ୍ଭ ହୋଇଛି। ତେବେ ହାର୍ଦିକଙ୍କୁ ନେଇ ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ଅଧିକାରିକ ପ୍ରତିକ୍ରିୟା ଆସିନାହିଁ।

ମିଡିଆ ରିପୋର୍ଟ ଅନୁସାରେ, ଦୁଇ ପୂର୍ବତନ ଚାମ୍ପିୟନ୍‌ ଦଳ କୋଲକାତା ନାଇଟ୍‌ ରାଇଡର୍ସ ଓ ଚେନ୍ନାଇ ସୁପର କିଙ୍ଗ୍ସ ହାର୍ଦିକଙ୍କୁ ନେବା ପାଇଁ ଆଗ୍ରହ ଦେଖାଇପାରନ୍ତି। ଏହାଛଡ଼ା ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ ଓ ରାଜସ୍ଥାନ ରୟାଲ୍ସର ନାମ ମଧ୍ୟ ଚର୍ଚ୍ଚାରେ ରହିଛି। ତେବେ କୌଣସି ଫ୍ରାଞ୍ଚାଇଜି ହାର୍ଦିକଙ୍କୁ ନେବା ପୂର୍ବରୁ ତାଙ୍କ ଫିଟନେସ୍‌ ଏବଂ ଆଗାମୀ ସିଜନ୍‌ରେ ଖେଳିବାର ସାମର୍ଥ୍ୟକୁ ନିଶ୍ଚିତ ଭାବେ ବିଚାର କରିବ ବୋଲି ଆକଳନ କରାଯାଉଛି।

ହାର୍ଦିକଙ୍କ ଭବିଷ୍ୟତକୁ ନେଇ ଏବେଠାରୁ କୌଣସି ଚୂଡ଼ାନ୍ତ ନିଷ୍ପତ୍ତି ହୋଇନାହିଁ। ଆହତ ସମସ୍ୟା ଯୋଗୁଁ ସେ କିଛି ସମୟ ଧରି କ୍ରିକେଟ୍‌ରୁ ଦୂରେ ରହିଛନ୍ତି। ତେଣୁ ୨୦୨୭ ଆଇପିଏଲ୍‌କୁ ନେଇ ଫ୍ରାଞ୍ଚାଇଜିମାନେ ତାଙ୍କ ଫିଟନେସ୍‌ ରିପୋର୍ଟ ଉପରେ ମଧ୍ୟ ନଜର ରଖିବେ। ଏହି ପରିସ୍ଥିତିରେ ମୁମ୍ବାଇ ଇଣ୍ଡିଆନ୍ସ ତାଙ୍କୁ ରିଟେନ୍ କରିବ କିମ୍ବା ହାର୍ଦିକ ନୂଆ ଦଳରେ ନଜର ଆସିବେ, ତାହା ଆଗାମୀ ସମୟରେ ସ୍ପଷ୍ଟ ହେବ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories