ଆଞ୍ଚଳିକ ଡମ୍ବ ସମାଜ ପକ୍ଷରୁ ଦିବଙ୍ଗତ ବଳରାମ ବାଗ ଙ୍କ ଉଦ୍ଦେଶ୍ୟ ରେ ଶୋକସଭା।
କଳାହାଣ୍ଡି,୧୧/୦୮
କୋକସରା ବ୍ଲକ ଆଞ୍ଚଳିକ ଡମ୍ବ ସମାଜ ପକ୍ଷରୁ କୋକସରା ଗ୍ରାମ ର ସ୍ବର୍ଗତ ବଳରାମ ବାଗ ଙ୍କ ସ୍ମୃତି ଚାରଣ ଉଦ୍ଦେଶ୍ୟ ରେ ଏକ ଶୋକସଭା କାଉଡୋଳା ସ୍ଥିତ ଧାନ ମଣ୍ଡି ପରିସରରେ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ଆଞ୍ଚଳିକ ଡମ୍ବ ସମାଜ ର ସଭାପତି ବନମାଳୀ ବାଗ ଙ୍କ ତତ୍ୱାବଧାନ ରେ ଦିବଙ୍ଗତ ବଳରାମ ବାଗ ଙ୍କ ଫୋଟୋଚିତ୍ର ରେ ମାଲ୍ୟାର୍ପଣ ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ଡମ୍ବ ସମାଜ ପ୍ରତି ତାଙ୍କ ରହିଥିବା ସମାଜସେବା କୁ ମନେ ପକାଇବା ସହ ସ୍ମୃତି ଚାରଣ କରିଥିଲେ। ଏହି ଶୋକସଭା ରେ ବ୍ଲକ ସାଧାରଣ ସମ୍ପାଦକ ଧବଳେଶ୍ବର ନାଗ, ସହ ସମ୍ପାଦକ ରମେଶ ଚନ୍ଦ୍ର ଦୁର୍ଗା, ଉପଦେଷ୍ଟା ରଘୁନାଥ ଖମାରି, ରାମଚନ୍ଦ୍ର ପାଣିଗ୍ରାହୀ, ମଣ୍ଡଳ ସଭାପତି ଲଡୁଗାଁ ଯୋନ ଗୁଣନିଧି ବାଗ,ଲଡୁଗାଁ ପଞ୍ଚାୟତ ସଭାପତି ପ୍ରହଲ୍ଲାଦ ଠାକୁର, ସଦସ୍ୟ ପରମେଶ୍ବର ପାଣିଗ୍ରାହୀ, ବାଲେଶ୍ଵର ନାଗ,ଆଶ୍ରିତ କୁମାର ନାଗ, ତିରୁପତି ପାଣିଗ୍ରାହୀ ସମେତ ବ୍ଲକ ଆଞ୍ଚଳିକ ଡମ୍ବ ସମାଜ ର ଶତାଧିକ କାର୍ଯ୍ୟକାର୍ତ୍ତା ଉପସ୍ଥିତ ରହି ସ୍ମୃତି ଚାରଣ ସହ ଶ୍ରଦ୍ଧାଞ୍ଜଳି ଦେଇଥିଲେ।

