Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଧାନ ପଞ୍ଜିକରଣ ରେ ଚାଷି ମାରଣା ନିତି କୁ ବିରୋଧ,ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟ ରେ ତହସିଲଦାର ଙ୍କୁ ଦାବିପତ୍ର।

କଳାହାଣ୍ଡି,୧୧/୦୮
ରାଜ୍ୟ ସରକାର ପକ୍ଷରୁ ଚଳିତ ବର୍ଷ ୨୦୨୬/୨୭ ଖରିଫ ଧାନଚାଷ ବିକ୍ରି ପାଇଁ ବିଭିନ୍ନ କୃଷି ସମବାୟ ସମିତି ଓ କୃଷି ବିଭାଗର ଆଗ୍ରିଷ୍ଟାକ ପୋର୍ଟାଲ ରେ କୃଷକ ରେଜିଷ୍ଟ୍ରେସନ ସହ ଧାନ ବିକ୍ରି ପଞ୍ଜିକରଣ ଚାଷି ଙ୍କ ନାଁ ରେ ଜମି ପଟ୍ଟା ଥିବା ବାଧ୍ୟତାମୂଳକକ କରିଥିବା ବେଳେ ଧାନ ବିକ୍ରି ଅନ ଲାଇନ ପାଇଁ ଚଳିତ ମାସ ୬ ତାରିଖ ରୁ ୩୧ ତାରିଖ ପର୍ଯ୍ୟନ୍ତ ସମୟସୀମା ଧାର୍ଯ୍ୟ କରିଛନ୍ତି ।ତେବେ ଚଳିତ ବର୍ଷ ଖରିଫ ଧାନ ବିକ୍ରି ପାଇଁ ସରକାର ଙ୍କ ନୂତନ ଗାଇଡ଼ ଲାଇନ କୁ ପୂର୍ବରୁ ପ୍ରସ୍ତୁତ ନଥିବା ଚାଷୀମାନେ ଦ୍ଵନ୍ଦ ରେ ପଡି ଯାଇଛନ୍ତି। ବିଶେଷତଃ ବଂଶାନୁକ୍ରମେ ନିଜ ଜେଜେବାପା ଅମଳ ରୁ ଚାଷ କରୁଥିବା ଚାଷି,ନିଜ ନାମରେ ଜମି ନଥିବା ଚାଷି ଓ ଭାଗଚାଷୀ ମାନେ ପଞ୍ଜିକରଣ ରୁ ବାଦ ପଡିବା ନେଇ ଆଶଙ୍କା ଦେଖାଦେଇଛି। ଯେଉଁ ଚାଷି ମାନଙ୍କ ନାଁ ଜମି ପଟ୍ଟା ରେ ନାହିଁ ସେମାନଙ୍କ ପାଇଁ କର ବା ମର ସ୍ଥିତି ଉପୁଜିଛି। ଯେଉଁ ଚାଷି ଙ୍କ ଉତ୍ତରାଧିକାରୀ ସୂତ୍ର ରେ ଜମିପଟ୍ଟା ରେ ନାଁ ନାହିଁ ସେମାନେ ନିଜର କୃଷି ସମବାୟ ସମିତି କୁ ଆସି କେମିତି ପଞ୍ଜିକରଣ ରେ ସାମିଲ ହେବେ ସେନେଇ ପେକ୍ସ କର୍ମଚାରୀ ଙ୍କୁ ବୁଝିବା ସହ ଏତେ କମ ସମୟ ମଧ୍ୟରେ କେମିତି ଜମିପଟ୍ଟା କଲମ ୨ ରେ ଉତ୍ତରାଧିକାରୀ ଦର୍ଶାଇବେ ଓ ଆଗ୍ରିଷ୍ଟେକ ପୋର୍ଟାଲ ରେ ପଞ୍ଜିକରଣ କରିବେ ସେନେଇ ଚିନ୍ତା ରେ ପଡି ଯାଇଛନ୍ତି।
ଚାଷି ଙ୍କ ଏହି ସମସ୍ୟା କୁ ନେଇ ମଙ୍ଗଳବାର କୋକସରା ବ୍ଲକ ସଚେତନ କୃଷକ ମଞ୍ଚ ପକ୍ଷରୁ ରାଜ୍ୟ ସରକାର ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟ ରେ କୋକସରା ତହସିଲଦାର ଚୋଡ଼ଗଙ୍ଗ ପ୍ରଧାନ ଙ୍କ ଜରିଆରେ ୪ ଦଫା ସମ୍ବିଳିତ ଦାବିପତ୍ର ପ୍ରଦାନ କରିଛନ୍ତି।ଦାବି ଗୁଡିକ ମଧ୍ୟରେ ଆଗ୍ରିଷ୍ଟେକ ଆଡ଼ି ପ୍ରଚଳନ ବନ୍ଦ କରିବା,ପି- ପାସ ପଞ୍ଜିକରଣ ପୋର୍ଟାଲ ରେ ମେଗାଲିଫ୍ଟ ଅଞ୍ଚଳ ଦେଖାଇବା,ସାର କଳାବଜାରି ବ୍ୟବସାୟୀ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା, କୃଷି ସମବାୟ ସମିତିରେ କମ୍ପ୍ୟୁଟର ସହ ଡାଟା ଅପରେଟର ନିଯୁକ୍ତି ଦେବା ଦାବି ପ୍ରମୁଖ ରହିଛି। ଦାବିପତ୍ର ପ୍ରଦାନ ସମୟରେ କୃଷକ ମଞ୍ଚ ର ଆବାହକ ରାଜୀବ କୁମାର ଅଗ୍ରୱାଲ, ସଭାପତି ପୁରୁଷୋତ୍ତମ ଗୁପ୍ତା,ତ୍ରିଭୁବନ ନାଏକ, ଜୟଲାଲ ନାଏକ, ପଙ୍କଜ ମୁଖ ଚୌଧୁରୀ,ଦୀପକ ପଣ୍ଡା,ବାବୁ ସାହୁ, ଦୁର୍ଗା ନାଏକ,ଭକ୍ତିରାମ ପୋଢ଼, ମନୁରାମ ପଟେଲ,ମଙ୍ଗଲୁ ଚରଣ ଭାଟି,କମଳାକାନ୍ତ ସାହୁ,ନିରଞ୍ଜନ ନେଗି,କୁରୁକ୍ଷେତ୍ର ପାଣିଗ୍ରାହୀ, ନିତ୍ୟାନନ୍ଦ ସତନାମୀ,ମହେନ୍ଦ୍ର ନେଗି, ବିଶ୍ୱନାଥ ପଟ୍ଟନାୟକ ସମେତ ଶତାଧିକ ଚାଷୀ ଉପସ୍ଥିତ ରହି ଧାନ ବିକ୍ରି ପଞ୍ଜିକରଣ କୁ ରାଜ୍ୟ ସରକାର କୋହଳ ଓ ସରଳିକରଣ କରିବାକୁ ଦାବି କରିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ