Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଡମ୍ବ ସମାଜ ପକ୍ଷରୁ ଦିବଙ୍ଗତ ବଳରାମ ବାଗ ଙ୍କ ସ୍ମୃତି ଚାରଣ ଓ ଶୋକସଭା ଅନୁଷ୍ଠିତ।

କଳାହାଣ୍ଡି,୧୨/୦୮
କୋକସରା ଗ୍ରାମ ର ଡମ୍ବ ସମାଜ ର ଜଣେ ସାମାଜିକ କର୍ମକର୍ତ୍ତା ସ୍ବର୍ଗତ ବଳରାମ ବାଗ ଙ୍କ ପରଲୋକ ଗମନ ହୋଇଛି। ଦିବଙ୍ଗତ ଆତ୍ମାର ସତଗତି ପାଇ କୋକସରା ବ୍ଲକ ଆଞ୍ଚଳିକ ଡମ୍ବ ସମାଜ ପକ୍ଷରୁ ଶୋକସଭା ସଭାପତି ମାର୍କଣ୍ଡ ବେମାଲ ଙ୍କ ଉପସ୍ଥିତିରେ ତାଙ୍କ ବାସଭବନରେ ଡମ୍ବ ସମାଜ ର କର୍ମକର୍ତ୍ତା ଙ୍କୁ ନେଇ ଶୋକସଭା ଅନୁଷ୍ଠିତ ହୋଇଥିଲା ଏହି ଶୋକସଭା ରେ ସମସ୍ତେ ଦିବଙ୍ଗତ ବାଗ ଙ୍କ ସମାଜ ପ୍ରତି ରହିଥିବା ସେବା ମନୋଭାବ କୁ ନେଇ ସ୍ମୃତି ଚାରଣ ସହ ତାଙ୍କ ଶୂନ୍ୟସ୍ଥାନ ସମାଜ ରେ ଏକ ଅପୁରଣୀୟ କ୍ଷତି ବୋଳି ବୋଳି ସାମାଜିକ କର୍ମକର୍ତ୍ତା ମାନେ ମତ ପ୍ରକାଶ କରିବା ସହ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ଏହି କାର୍ଯ୍ୟକ୍ରମ ରେ ଖଡ଼ିଆଳ ବ୍ଲକ ପୂର୍ବତନ ବ୍ଲକ ଅଧ୍ୟକ୍ଷ ନିମାଇ ତାଣ୍ଡି, ଧର୍ମଗଡ ନିର୍ବାଚନ ମଣ୍ଡଲି ବିଜେପି ନେତା ଲକ୍ଷ୍ମୀକାନ୍ତ ବାଗ,କବିରାଜ ଦୁର୍ଗ, ଧବଲେଶ୍ୱର ନାଗ, ପରମେଶ୍ବର ପାଣିଗ୍ରାହୀ, ରମେଶ ଚନ୍ଦ୍ର ଦୁର୍ଗା,କୁରେଶ୍ୱର୍ ନିଆଲ୍,ଦଶରଥ ବାଗ,ଗୋବର୍ଦ୍ଧନ ବାଗ,କେଶବ ଚନ୍ଦ୍ର ନାଏକ ତଥା ଅନ୍ୟାନ୍ୟ ବନ୍ଧୁବର୍ଗ ଉପସ୍ଥିତ ଥିଲେ। ଉକ୍ତ ଶୋକସଭାକୁ ଆଞ୍ଚଳିକ ଡମ୍ବ ସମାଜର ସାଧାରଣ ସଂପାଦକ ସତ୍ୟବାନ ପାଣିଗ୍ରାହୀ ପରିଚାଳନା କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories