Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଡକାୟତି ଉଦ୍ୟମ ବେଳେ ୨ ଯୁବକ ଙ୍କୁ କାବୁ କରି କୋର୍ଟ ଚାଲାଣ କଲା କୋକସରା ପୋଲିସ।

କଳାହାଣ୍ଡି,୧୨/୦୮
ଜାତୀୟ ରାଜପଥ ୨୬ କୋକସରା ଥାନା ଅନ୍ତର୍ଗତ ରେଙ୍ଗାଳପାଲି ଛକ ନିକଟରେ ଡକାୟତି ଯୋଜନା କରୁଥିବା ବେଳେ ମଙ୍ଗଳବାର ପେଟ୍ରୋଲିଂ ରେ ଥିବା ପୋଲିସ ଙ୍କୁ ଏ ସମ୍ପର୍କରେ ସୂଚନା ମିଳିବା ପରେ ଘଟଣାସ୍ଥଳରେ ପହଞ୍ଚି ୨ ଯୁବକ ଙ୍କୁ ଗିରଫ କରିଥିଲେ। ସେମାନଙ୍କ ନିକଟରୁ ଗୋଟିଏ ପିସ୍ତଲ ଓ ୩ ଜୀବନ୍ତ ଗୁଳି, ୩ ମୋବାଇଲ ଫୋନ ଜବତ କରିଥିଲେ। ଏହି ମାମଲା ରେ ଦୁଇ ଅଭିଯୁକ୍ତ ଙ୍କୁ ବୁଧବାର ପୋଲିସ କୋର୍ଟ ଚାଲାଣ କରିଛି ।ସୂଚନା ମତେ ମଙ୍ଗଳବାର କୋକସରା ଥାନା ଅନ୍ତର୍ଗତ ବଙ୍ଗୋମୁଣ୍ଡା ଗ୍ରାମର ଲୁଲୁ ଛତ୍ରିଆ ଏବଂ ବିଶ୍ଵନାଥ ନାଏକ ଜାତୀୟ ରାଜପଥ ୨୬ ରେଙ୍ଗାଳପାଲି ଛକ ନିକଟରେ ଡକାୟତି ପାଇଁ ଯୋଜନା କରୁଥିବା ବେଳେ କୋକସରା ପୁଲିସ ପେଟ୍ରୋଲିଂ କରୁଥିବା ବେଳେ ଧରାପଡିଥିଲେ ।ସେମାନଙ୍କ ଠାରୁ ଗୋଟିଏ ପିସ୍ତଲ ,୩ଟି ଜୀବନ୍ତ ଗୁଳି,ମୋବାଇଲ ଫୋନ ଜବତ କରାଯାଇଛି ।ଏ ସମ୍ପର୍କରେ କୋକସରା ଥାନା କେଶ ନମ୍ବର୧୭୨/୨୦୨୬ରେ ମାମଲା ରୁଜୁ କରାଯାଇ ଦୁଇ ଜଣ ଙ୍କୁ ଗିରଫ କରାଯାଇ ବୁଧବାର କୋର୍ଟ ଚାଲାଣ ନେଇ କୋକସରା ଥାନା ଅଧିକାରୀ ଡମ୍ବରୁ ଧର ଭରତିଆ ସୂଚନା ଦେଇଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories