Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କଳାହାଣ୍ଡିରେ ମହକିବ ସୁଗନ୍ଧିତ ଧାନ ଚାଷ; ବିହନ ଉତ୍ପାଦନରୁ ବିଦେଶ ରପ୍ତାନି ଲକ୍ଷ୍ୟ।

କଳାହାଣ୍ଡି,୧୨/୦୮
କଳାହାଣ୍ଡିରେ ଏବେ ସୁଗନ୍ଧିତ ଧାନ ଚାଷକୁ ମିଳୁଛି ନୂଆ ଦିଗ।କେନ୍ଦ୍ରୀୟ ଧାନ ଗବେଷଣା ପ୍ରତିଷ୍ଠାନ କେନ୍ଦ୍ର ଆଇସିଏଆର ଓ ସିଆରଆରଆଇ କଟକର ମିଳିତ ସହଯୋଗରେ ଜିଲ୍ଲାରେ ସୁଗନ୍ଧିତ ଧାନ ଚାଷ ସହ ଗୁଣାତ୍ମକ ବିହନ ଉତ୍ପାଦନ ଉପରେ ଗୁରୁତ୍ୱ ଦିଆଯାଉଛି। ସିଆରଆରଆଇ ଦ୍ୱାରା ଉନ୍ନତ ସିଆର-୯୦୮, ସିଆର -୯୦୯, ବାଦଶାହା ଭୋଗ, ନୁଆଁ ଦୁଶାରା ଓ ଚିନୀକାମିନୀ ଭଳି ପ୍ରଜାତି ର ଧାନ ଚାଷ ପାଇଁ ଚାଷୀଙ୍କୁ ବିହନ ଯୋଗାଇ ଦିଆଯାଇଛି। ଏହି ସୁଗନ୍ଧିତ ଧାନ ଚାଷ କରି ଚାଷୀଙ୍କ ଆୟ ବୃଦ୍ଧି ସହ ବିଦେଶ ବଜାରକୁ ଚାଉଳ ରପ୍ତାନି ଲକ୍ଷ୍ୟ ରହିଛି।
ଏହି କ୍ରମ ରେ ବୁଧବାର କୋକସରା ବ୍ଲକ ଗୋତମୁଣ୍ଡା ଠାରେ ଏକ କୃଷି କର୍ମଶାଳା ଅନୁଷ୍ଠିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମ ରେ ଆଇସିଏଆର ଓ ସିଆରଆରଆଇ କଟକର ବରିଷ୍ଠ କୃଷି ବୈଜ୍ଞାନିକ ଡ଼.ସୁତପା ସରକାର, ଡ଼. ଶୋଭାରାଣୀ ଏମ, ଅଵସର ପ୍ରାପ୍ତ କୃଷି ବୈଜ୍ଞାନିକ ଡ଼. ଆର କେ ସାହୁ,ଡ଼. ସୁଶାନ୍ତ କୁମାର ନାଏକ, ବିହନ ବିଶେଷଜ୍ଞ ମୋହିତ କୁମାର ରଣା ଓ ସହାୟକ ମାନେ ଉପସ୍ଥିତ ରହି ସୁଗନ୍ଧିତ ଧାନ ଚାଷ ନେଇ ଅଞ୍ଚଳ ର ଚାଷି ଙ୍କୁ ପରାମର୍ଶ ଦେବାସହ ଏହି ଧାନ ଚାଷ କଲେ ବିକ୍ରି ପାଇଁ ବଜାର ବ୍ୟବସ୍ଥା ର କୌଣସି ଅସୁବିଧା ରହିବ ନାହିଁ ଓ କ୍ୱିଣ୍ଟାଲ ପିଛା ୪ ହଜାର ଦେଇ କେନ୍ଦ୍ରୀୟ ଧାନ ଗବେଷଣା ପ୍ରତିଷ୍ଠାନ କେନ୍ଦ୍ର ଆଇସିଏଆର ଓ ସିଆରଆରଆଇ କଟକ ଚାଷି ଙ୍କ ଠାରୁ କ୍ରୟ କରିବ ବୋଳି ମତ ପ୍ରକାଶ ପାଇଛି।
ମାଟିରେ ଏବେ ଫଳିବ ସୁଗନ୍ଧିତ ଧାନ । ଚାଷୀଙ୍କ ଆୟ ବଢ଼ାଇବା ସହ ଓଡ଼ିଶାର ପାରମ୍ପରିକ ସୁଗନ୍ଧିତ ଧାନ ପ୍ରଜାତିର ସଂରକ୍ଷଣ ପାଇଁ ଆରମ୍ଭ ହୋଇଛି ଏକ ନୂଆ ପ୍ରୟାସ। କେନ୍ଦ୍ରୀୟ ଧାନ ଗବେଷଣା ପ୍ରତିଷ୍ଠାନ କେନ୍ଦ୍ର ଆଇସିଏଆର ଓ ସିଆରଆରଆଇ କଟକ ମିଳିତ ଉଦ୍ୟମ ରେ କଳାହାଣ୍ଡି ଜିଲ୍ଲା ଆଦିବାସୀ ବହୁଳ ଗୋତମୁଣ୍ଡା ପଞ୍ଚାୟତ ରେ ସୁଗନ୍ଧିତ ଧାନଚାଷ ଓ ବିହନ ଉତ୍ପାଦନ କରାଯାଉଛି। ଏହି ଅଞ୍ଚଳ ର ୫ ଶହ ଏକଡ଼ ରେ ଚାଷ ପାଇଁ ଚାଷି ଙ୍କୁ ୫ ପ୍ରଜାତିର ସୁଗନ୍ଧିତ ଧାନ ବିହନ ସହ ଚାଷ ପାଇଁ ଜୈବିକ ଖତସାର ଯୋଗାଇ ଦିଆଯାଇଛି।
ଏହି ଚାଷରୁ ଉତ୍ପାଦିତ ଅମଳ କ୍ଷମ ଧାନକୁ ଚାଷୀଙ୍କ ଠାରୁ କ୍ୱିଣ୍ଟାଲ ପ୍ରତି ୪ ହଜାର ଟଙ୍କା ଦରରେ କିଣିବା ନେଇ ବ୍ୟବସ୍ଥା ରହିଛି। ପରବର୍ତ୍ତୀ ସମୟରେ ଧାନକୁ ଚାଉଳରେ ପରିଣତ କରି ଦେଶ ବାହାର କୁ ରପ୍ତାନି କରିବା ନେଇ ମଧ୍ୟ ଯୋଜନା ରହିଛି ବୋଳି ଉପସ୍ଥିତ କୃଷି ବୈଜ୍ଞାନିକ ମାନେ କହିଛନ୍ତି। ଫଳରେ ଚାଷୀଙ୍କୁ ଉତ୍ପାଦନ ସହ ନିଶ୍ଚିତ ବଜାର ବ୍ୟବସ୍ଥା ମିଳିବାର ଆଶା ରହିଛି। ସୁଗନ୍ଧିତ ଧାନ ଚାଷକୁ କେବଳ ଉତ୍ପାଦନ ମଧ୍ୟରେ ସୀମିତ ନରଖି ବିହନ ଉତ୍ପାଦନ ଠାରୁ ଆରମ୍ଭ କରି ବଜାରୀକରଣ ଓ ବିଦେଶ ରପ୍ତାନି ପର୍ଯ୍ୟନ୍ତ ଏକ ସମ୍ପୂର୍ଣ୍ଣ ଶୃଙ୍ଖଳା ଗଢ଼ିବାକୁ ଲକ୍ଷ୍ୟ ରହିଛି। ଯଦି ଏହି ପ୍ରୟାସ ସଫଳ ହୁଏ, ତେବେ ସୁଗନ୍ଧିତ ଧାନ କଳାହାଣ୍ଡି ଚାଷୀଙ୍କ ପାଇଁ ଆୟର ଏକ ନୂଆ ଉତ୍ସ ହୋଇପାରିବ ବୋଳି ଉପସ୍ଥିତ ଚାଷୀମାନେ ମତ ପ୍ରକାଶ କରିଛନ୍ତି।ଏହି ପ୍ରକଳ୍ପ ଅଧୀନରେ ସୁଗନ୍ଧିତ ବ୍ରିଡର ସିଡ୍‌ରୁ ଫାଉଣ୍ଡେସନ ବିହନ ଉତ୍ପାଦନ କରାଯିବ। ଏହା ମାଧ୍ୟମରେ ଦେଶ ଓ ରାଜ୍ୟର ବିହନ ଚାହିଦା ପୂରଣ କରିବାକୁ ଲକ୍ଷ୍ୟ ରହିଛି।ଆସନ୍ତା ରବି ଋତୁରେ କଳାହାଣ୍ଡିରେ ଫାଉଣ୍ଡେସନ ବିହନରୁ ସାର୍ଟିଫାଏଡ୍ ବିହନ ଉତ୍ପାଦନ କରି ଚାଷୀଙ୍କୁ ଯୋଗାଇ ଦେବା ପାଇଁ ମଧ୍ୟ ଯୋଜନା କରାଯାଇଛି। ସ୍ଥାୟୀ ଧାନ ଉତ୍ପାଦନ, ଗୁଣାତ୍ମକ ବିହନ ଉତ୍ପାଦନ, ଓଡ଼ିଶାର ସୁଗନ୍ଧିତ ଧାନ ପ୍ରଜାତିର ସଂରକ୍ଷଣ, ବଜାର ସୁବିଧା ଓ ରପ୍ତାନି ସୁଯୋଗ ସୃଷ୍ଟି ସହ ଚାଷୀଙ୍କ ଆୟ ବୃଦ୍ଧି ଏହି ପାଞ୍ଚଟି ମୁଖ୍ୟ ଲକ୍ଷ୍ୟକୁ ନେଇ ପ୍ରକଳ୍ପ ଆଗକୁ ବଢ଼ୁଛି।ସୁଗନ୍ଧିତ ଧାନର ଚାହିଦା ବଢ଼ୁଥିବା ବେଳେ କଳାହାଣ୍ଡି ରେ ଏଭଳି ବୈଜ୍ଞାନିକ ଓ ବଜାର ଭିତ୍ତିକ ଚାଷ ପ୍ରଣାଳୀ ଚାଷୀଙ୍କ ଆୟ ବୃଦ୍ଧିରେ କେତେଦୂର ସହାୟକ ହେଉଛି ତାହା ଆଗାମୀ ସମୟରେ ଚାଷି ଙ୍କ ସୁଗନ୍ଧିତ ଧାନ ଚାଷ ଉତ୍ପାଦନ ରୁ ଜଣାପଡିବ। ଏହି କୃଷି କର୍ମଶାଲା ରେ ଚାଷି ବଳରାମ ମାଝୀ, ଜଗଦୀଶ ଗୋପାଲ, ହେମାଙ୍ଗିନୀ ହଂସ, ଭବାନୀ ଖଡ଼ିକାର,ନାରାୟଣ ଖଡ଼ିକାର, ଶୈଳେନ୍ଦ୍ର ରାଜ,ସଂଜୀବ ବେହେରା,ରମଣୀ ରଞ୍ଜନ ମୁଣ୍ଡ, ଶାନ୍ତନୁ ମୁଣ୍ଡ,ଶିବ ବାଗ ଓ ଅନେକ ଚାଷି ଉପସ୍ଥିତ ରହିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories