ଲଡୁଗାଁ ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱ ବିଦ୍ୟାଳୟ ପକ୍ଷରୁ ନିଶା ନିବାରଣ ଅଭିଯାନ ।
କଳାହାଣ୍ଡି,୧୩/୦୮
ଭାରତ ସରକାର ଙ୍କ ପକ୍ଷରୁ ୧୦ କୋଟି “ନିଶାମୁକ୍ତ ଭାରତ “କାର୍ଯ୍ୟକ୍ରମ ୬ ଅଗଷ୍ଟ ରୁ ୨୦ ଅଗଷ୍ଟ ପର୍ଯ୍ୟନ୍ତ ଦେଶବ୍ୟାପୀ ପାଳନ ନେଇ ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱ ବିଦ୍ୟାଳୟ ପକ୍ଷରୁ ବିକଶିତ ଭାରତ ସ୍ପନ୍ଦନ ଅଭିଯାନ ମିଶନ ଆରମ୍ଭ ହୋଇଛି। ଏହି କ୍ରମ ରେ କୋକସରା ବ୍ଲକ ଲଡୁଗାଁ ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱ ବିଦ୍ୟାଳୟ ଶାଖା ପକ୍ଷରୁ ବ୍ଲକ ଲଡୁଗାଁ, କୋକସରା, ମାଝୀଗୁଡା, ଆମପାଣି ର ବିଭିନ୍ନ ଶିକ୍ଷାନୁଷ୍ଠାନ ରେ ନିଶା ନିବାରଣ ଅଭିଯାନ ଓ ଶପଥ ପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
ଏହି ନିଶା ନିବାରଣ ସଚେତନତା କାର୍ଯ୍ୟକ୍ରମ ରେ ଲଡୁଗାଁ ବ୍ରହ୍ମାକୁମାରୀ ଶାଖା ର ଲତା ଭଉଣୀ ଙ୍କ ତତ୍ୱାବଧାନ ରେ ଲଡୁଗାଁ ହାଇୟର ସେକେଣ୍ଡାରୀ ସ୍କୁଲ,ଉଚ୍ଚ ବିଦ୍ୟାଳୟ ଲଡୁଗାଁ, ସମେତ କୋକସରା ଯୁକ୍ତ ୨ ମାଧ୍ୟମିକ ଉଚ୍ଚ ବିଦ୍ୟାଳୟ, ଜବାହର ଉଚ୍ଚ ବିଦ୍ୟାଳୟ, ମାଝୀଗୁଡା ଉଚ୍ଚ ବିଦ୍ୟାଳୟ ଠାରେ ପର୍ଯ୍ୟାୟ କ୍ରମେ ନିଶା ନିବାରଣ ନେଇ ସଚେତନତା ଓ ଯୁବବର୍ଗ ଙ୍କୁ ନିଶାମୁକ୍ତ ସମାଜ ଗଠନ ପାଇଁ ଆହ୍ୱାନ ଦେଇଥିଲେ। କାର୍ଯ୍ୟକ୍ରମ ରେ ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଦ୍ୟାଳୟ ସଂଚାଳିକା ଲତା ଭଉଣୀ ଙ୍କ ସହ ଅଶୋକ କୁମାର ଅଗ୍ରୱାଲ,ମୁରାରିଲାଲ ଅଗ୍ରୱାଲ,ଅମୟ ଦାସ, ଲିଲି ଭଉଣୀ,ମୋତି ଭଉଣୀ ବିଭିନ୍ନ ଶିକ୍ଷାନୁଷ୍ଠାନ ରେ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମ ରେ କୋକସରା ଯୁକ୍ତ ୨ କଲେଜ ର ଅଧ୍ୟକ୍ଷ ଉପେନ୍ଦ୍ର ପଣ୍ଡା, ଅବସର ପ୍ରାପ୍ତ ପ୍ରାଧ୍ୟାପକ ଅଜୟ କୁମାର ମଲ୍ଲିକ,ମାଝୀଗୁଡା ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ପ୍ରଦୀପ କୁମାର ଦାସ,କୋକସରା ଜବାହର ଉଚ୍ଚ ବିଦ୍ୟାଳୟ ର ଶିକ୍ଷୟିତ୍ରୀ ସୀମାରାଣୀ ସିଂ,ବନିତାରାଣୀ ଦତ୍ତ, ଖେଳ ଶିକ୍ଷକ ଅମିତ ମହାନ୍ତି,ଲଡୁଗାଁ କଲେଜ ଅଧ୍ୟକ୍ଷ ଡ଼. ନିହାରକାନ୍ତ ପଣ୍ଡା, ଅଧ୍ୟାପକ ସଞ୍ଜୟ କୁମାର ପୁରୋହିତ,ଲଡୁଗାଁ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ବୁଦ୍ଧିରାମ ନାଏକ,ଆମପାଣି ବୁଢ଼ାରଜା ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ହେମନ୍ତ କୁମାର ମାଝୀ,ଭାଗ୍ୟବାନ ବାଗ, ସମେତ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଏହି ଅଭିଯାନ ର ଅଂଶବିଶେଷ ରେ ଯୋଗଦାନ କରିଥିଲେ। ଏହି ନିଶାମୁକ୍ତ ଅଭିଯାନ ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ ଓ ଏହାଦ୍ବାରା ଯୁବ ସମାଜ ନିଶା ର କୁପରିଣାମ ରୁ ସୁରକ୍ଷିତ ରହିବା ସହ ଏକ ସୁସ୍ଥ ସମାଜ ଗଠନ ରେ ଦେଶ ର ଯୁବଗୋଷ୍ଠି ର ଭୂମିକା ସୁଦୃଢ଼ ହେବ ବୋଳି ମତ ପ୍ରକାଶ ପାଇଛି।

