ଇନ୍ଦ୍ରାବତୀ ବାମ କେନାଲ ପାଣି ରୁ ବୁଡି ଯାଉଥିବା ଯୁବକ କୁ ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ।
କଳାହାଣ୍ଡି,୧୪/୦୮
କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଇନ୍ଦ୍ରାବତୀ ବାମ ମୁଖ୍ୟ କେନାଲ କନ୍ଦାବୁଟ୍ରା ଗ୍ରାମ ରୁ ୧ କିମି ଦୁରରେ ପ୍ରବାହିତ ଇନ୍ଦ୍ରାବତୀ ବାମ ମୁଖ୍ୟ କେନାଲ ରେ କନ୍ଦାବୁଟ୍ରା ଗ୍ରାମର ଜଣେ ମାନସିକ ବିକାର ଗ୍ରସ୍ତ ଯୁବକ କୁମର ରାଉତ (୩୫) କେନାଲ ପାୱାର ଚେନାଲ ଗେଟ ନିକଟରେ ପାଣି ରେ ଫସି ରହିଥିଲେ, ସ୍ଥାନୀୟ ଲୋକ ଏହା ଦେଖି କୋକସରା ଅଗ୍ନିଶମ ବିଭାଗ କୁ ସୂଚନା ଦେଇଥିଲେ। ସୂଚନା ପାଇବା ମାତ୍ରେ ଅଗ୍ନିଶମ ବିଭାଗ ଓଆଇସି ପ୍ରଶାନ୍ତ ବାଘ ଙ୍କ ନେତୃତ୍ୱରେ ଏକ ଟିମ ଘଟଣାସ୍ଥଳରେ ପହଞ୍ଚି କେନାଲ ଗେଟ ମଧ୍ୟରେ ରହିଥିବା ଯୁବକ ଙ୍କୁ ସତର୍କତା ର ସହ ସୁରକ୍ଷିତ ଭାବେ ଉଦ୍ଧାର କରିଛନ୍ତି। ଯୁବକ ଙ୍କ ମାନସିକ ସ୍ଥିତି ଭଲ ନଥିବା ଜଣାପଡିଛି। ତେବେ ଅଗ୍ନିଶମ ବିଭାଗ କର୍ମଚାରୀ କଶ୍ୟପ କୁମାର ପଟ୍ଟନାୟକ, ରାଧେଶ୍ୟାମ ପ୍ରଧାନୀ,ସୁନୀଲ ରଞ୍ଜନ ବାର୍ଳା, ହେମନ୍ତ ନାଏକ, ଉମାକାନ୍ତ ନାଏକ, ଦେବାଶିଷ ମହାପାତ୍ର,ସ୍ମୃତି ରଞ୍ଜନ ବିଶ୍ୱାଳ ଙ୍କ ତ୍ୱରିତ ପଦକ୍ଷେପ ଓ ଉଦ୍ଧାର କାର୍ଯ୍ୟ ଯୋଗୁଁ ଯୁବକ ସୁରକ୍ଷିତ ଉଦ୍ଧାର କରାଯାଇଛି। ବର୍ତ୍ତମାନ ଯୁବକ କୋକସରା ଡାକ୍ତରଖାନା ରେ ଭର୍ତ୍ତି କରାଯାଇଛି ଅବସ୍ଥା ସ୍ଥିର ଥିବା ଜଣାପଡିଛି।

