Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କୋକସରା ବ୍ଲକ ପ୍ରଶାସନ ପକ୍ଷରୁ ହର ଘର ତ୍ରିରଙ୍ଗା ବାଇକ ରେଲି କାର୍ଯ୍ୟକ୍ରମ ଅନୁଷ୍ଠିତ।

କଳାହାଣ୍ଡି,୧୪/୦୮
୮୦ତମ ସ୍ୱାଧୀନତା ଦିବସ ପାଳନ କୁ ନେଇ ଦେଶ ରେ ଉତ୍ସଵ ର ମାହୋଲ ଦେଖା ଦେଇଥିବା ବେଳେ ସ୍ୱାଧୀନତା ଦିବସ ପୂର୍ବରୁ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ନେଇ ଉତ୍ସଵ ମୁଖର ହୋଇ ପଡିଛି ସାରା ଦେଶ ସମେତ ଓଡିଶା ର କୋଣ ଅନୁକୋଣ।ଏହି କ୍ରମରେ ଶୁକ୍ରବାର କୋକସରା ବ୍ଲକ ପ୍ରଶାସନ ପକ୍ଷରୁ ତ୍ରିରଙ୍ଗା ଯାତ୍ରା ବାଇକ ରେଲି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। କୋକସରା ବିଡ଼ିଓ ଡ଼. ହିମାଞ୍ଚଳ ମାଝୀ ଙ୍କ ତତ୍ୱାବଧାନ ରେ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଧର୍ମଗଡ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀ ଯୋଗଦେଇ ଜନ ସାଧାରଣ ଙ୍କୁ ଦେଶପ୍ରେମ ର ବାର୍ତ୍ତା ଦେବାସହ ହର ଘର ତ୍ରିରଙ୍ଗା ଘର ଘର ତ୍ରିରଙ୍ଗା ଯାତ୍ରା ରେ ସାମିଲ ହୋଇ ଭାରତୀୟ ନାଗରିକ ହେବାର ଗୌରବ ଓ ଗାରିମା କୁ ବଜାୟ ରଖିବାକୁ ଆହ୍ୱାନ ଦେଇଥିଲେ। ସମ୍ମାନିତ ଅତିଥି ଭାବେ କୋକସରା ବ୍ଲକ ଅଧ୍ୟକ୍ଷା ରିତା ଅଗ୍ରୱାଲ,ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ, ତହସିଲଦାର ଚୋଡ଼ଗଙ୍ଗ ପ୍ରଧାନ,ବ୍ଲକ ଶିକ୍ଷା ଅଧିକାରୀ ମହେଶ କୁମାର ଭାଟି,ବିଜେପି ଆଦିବାସୀ ଜନଜାତି ମୋର୍ଚ୍ଚା ସଭାପତି ତ୍ରିନାଥ ଶବର,ମଣ୍ଡଳ ସଭାପତି ବସନ୍ତ ନାଗ,ଧର୍ମବ୍ରତ ପଣ୍ଡା, ମଧୁବନ ପାତ୍ର ବାଇକ ରେଲି ରେ ସାମିଲ ହୋଇ କୋକସରା ରୁ ଗମ୍ଭାରୀଗୁଡା, ଚିକିଲି, ଲଡୁଗାଁ,କେନ୍ଦୁଡୋଙ୍ଗରି,ମହାଜନଗୁଡା, କାଉଡୋଳା ଦେଇ ହର ଘର ତ୍ରିରଙ୍ଗା କୁ ନେଇ ଲୋକଙ୍କ ମଧ୍ୟରେ ଦେଶପ୍ରେମ ର ବାର୍ତ୍ତା ଦେଇଥିଲେ। କାର୍ଯ୍ୟକ୍ରମ ରେ ବ୍ଲକ ର ସମସ୍ତ କର୍ମଚାରୀ,ବିଭିନ୍ନ ପଞ୍ଚାୟତ ର କର୍ମଚାରୀ, ଅବକାରୀ ବିଭାଗ କର୍ମଚାରୀ,ପୋଲିସ କର୍ମଚାରୀ ସମେତ ବିଜେପି ର ଦଳୀୟ କର୍ମକର୍ତ୍ତା ଓ କର୍ମି ଯୋଗଦେଇଥିଲେ। ପରେ ବିଧାୟକ କୋକସରା ପଞ୍ଚାୟତ ସମିତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଛାତ୍ରଛାତ୍ରୀ ଙ୍କ ସହ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ରେ କୋକସରା ସହର ପରିକ୍ରମା କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ