ଶ୍ରୀ କାଳେଶ୍ୱର ଶୈବପୀଠ ଭୋଗ ମଣ୍ଡପ ଉଦଘାଟନ କଲେ ବିଧାୟକ।
କୋକସରା,୧୪/୦୮(ଆପ୍ର)
କୋକସରା ବ୍ଲକ ଗମ୍ଭାରୀଗୁଡା ପଞ୍ଚାୟତ ଓଲମା ଗ୍ରାମ ସ୍ଥିତ ଶ୍ରୀ କାଳେଶ୍ୱର ଶୈବପୀଠ ଠାରେ ଶୁକ୍ରବାର ନବ ନିର୍ମିତ ଭୋଗ ମଣ୍ଡପ କୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଧର୍ମଗଡ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀ ଉଦଘାଟନ କରିଛନ୍ତି। ଏହି ଅବସରରେ ସମ୍ମାନିତ ଅତିଥି ଭାବେ ମଥୁରା ରୁ ଆସିଥିବା ସନ୍ଥ ପୂଜ୍ୟ ବାଙ୍କେ ବିହାରୀ ଗୋସ୍ୱାମୀ, କୋକସରା ବ୍ଲକ ଅଧ୍ୟକ୍ଷା ରିତା ଅଗ୍ରୱାଲ, ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ, ବିଡ଼ିଓ କୋକସରା ଡ଼. ହିମାଞ୍ଚଳ ମାଝୀ, ମନ୍ଦିର କମିଟି ଟ୍ରଷ୍ଟର ସଦସ କମଳ ଅଗ୍ରୱାଲ,ତ୍ରିନାଥ ଶବର ଉପସ୍ଥିତ ଥିଲେ। ଶୈବପୀଠ ରେ ପବିତ୍ର ମନ୍ଦିରର ବିକାଶ ଏବଂ ଭକ୍ତମାନଙ୍କ ସୁବିଧା ପାଇଁ ନିର୍ମିତ ଏହି ଭୋଗ ମଣ୍ଡପ ଧାର୍ମିକ କାର୍ଯ୍ୟକ୍ରମ ଓ ସେବା କାର୍ଯ୍ୟରେ ବିଶେଷ ସହାୟକ ହେବ ବୋଲି ବିଧାୟକ କହିଥିଲେ।ଏହି ଅବସରରେ ମନ୍ଦିର କମିଟିର ପରିଚାଳନା କମିଟିର ସଦସ୍ୟ, ଓଲମା ଗ୍ରାମବାସୀ ଓ ଦଳୀୟ ନେତୃବୃନ୍ଦ ଉପସ୍ଥିତ ଥିଲେ।

