କୋକସରା ବ୍ଲକ ସ୍ତରୀୟ ୮୦ ତମ ସ୍ୱାଧୀନତା ଦିବସ ପାଳନ।
କଳାହାଣ୍ଡି,୧୫/୦୮
ସାରା ଦେଶରେ ଦେଶର ସ୍ୱାଧୀନତା ପୁର୍ତ୍ତି ର ୯୦ ତମ ସ୍ୱାଧୀନତା ସଂଗ୍ରାମରେ କୁ ହର୍ଷ ଉଲ୍ଲାସ ର ସହ ଦେଶବାସୀ ପାଳନ କରିଛନ୍ତି।କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ସ୍ତରୀୟ ସ୍ୱାଧୀନତା ଦିବସ ସ୍ଥାନୀୟ ଗୁଡ଼ହାଣ୍ଡି ମଞ୍ଚ ରେ ପାଳନ କରାଯାଇଛି। କୋକସରା ପଞ୍ଚାୟତ ସମିତି ଅଧ୍ୟକ୍ଷା ରିତା ଅଗ୍ରୱାଲ ପତାକା ଉତ୍ତୋଳନ କରିଥିଲେ। ଜବାହାର ଉଚ୍ଚ ବିଦ୍ୟାଳୟ ର ଛାତ୍ରୀ ମାନେ ଜାତୀୟ ସଙ୍ଗୀତ ଗାନ କରିଥିଲେ। ପେରେଡ଼ ରେ ଡିଗ୍ରୀ ମହାବିଦ୍ୟାଳୟ ଏନସିସି, ଜବାହର ଉଚ୍ଚ ବିଦ୍ୟାଳୟ ଏନସିସି, ସ୍କାଉଟ ଛାତ୍ରଛାତ୍ରୀ, ଓଡିଶା ଆଦର୍ଶ ବିଦ୍ୟାଳୟ,ଏଲ ମିଶି ଇଂରାଜୀ ମିଡିୟମ ସ୍କୁଲ ଛାତ୍ରଛାତ୍ରୀ ମିଳିତ ପରେଡ଼ ପ୍ରଦର୍ଶନ କରିଥିଲେ।ଏହି ଅବସରରେ ବ୍ଲକ ଅଧ୍ୟକ୍ଷା ରିତା ଅଗ୍ରୱାଲ ବ୍ଲକ ର ସାମୁହିକ ବିକାଶ ଓ ଉନ୍ନତି ପାଇଁ ସମସ୍ତ ଙ୍କ ସହଯୋଗ କାମନା କରିଥିଲେ।ଏହି କାର୍ଯ୍ୟକ୍ରମ ରେ ସମ୍ମାନିତ ଅତିଥି ଭାବେ ବିଡ଼ିଓ ଡ଼. ହିମାଞ୍ଚଳ ମାଝୀ, ତହସିଲଦାର ଚୋଡ଼ଗଙ୍ଗ ପ୍ରଧାନ,ବ୍ଲକ ଉପାଧ୍ୟକ୍ଷ ରାଜୀବ ଅଗ୍ରୱାଲ,ବିଧାୟକ ପ୍ରତିନିଧି ତ୍ରିନାଥ ଶବର,ଥାନା ଅଧିକାରୀ ଡମ୍ବରୁଧର ଭର୍ତିଆ,ସ୍ୱତନ୍ତ୍ର ଅତିଥି ଭାବେ ପୂର୍ବତନ ବ୍ଲକ ଅଧ୍ୟକ୍ଷ ବିମ୍ବାଧର ପଣ୍ଡା,କିଶୋର ଚନ୍ଦ୍ର ନାଏକ,ପୂର୍ବତନ ବ୍ଲକ ଅଧ୍ୟକ୍ଷା ତପସ୍ୱିନୀ ପ୍ରଧାନୀ ଯୋଗଦେଇ ବିଭିନ୍ନ ଶିକ୍ଷାନୁଷ୍ଠାନ ର ଛାତ୍ରଛାତ୍ରୀ ଙ୍କୁ ମାନପତ୍ର ଟ୍ରଫି ସହ ସମ୍ବର୍ଦ୍ଧିତ କରିଥିଲେ। ପେରେଡ଼ ପ୍ରଦର୍ଶନ ରେ ଡିଗ୍ରୀ ମହାବିଦ୍ୟାଳୟ ଏନସିସି ପ୍ରଥମ ଓ ଏଲ ମିଶି ଇଂରାଜୀ ମିଡିୟମ ମୋଟେର ସ୍କୁଲ ଦ୍ଵିତୀୟ ସ୍ଥାନ ଓ ଜବାହର ଉଚ୍ଚ ବିଦ୍ୟାଳୟ ର ଛାତ୍ରୀ ଙ୍କ ପରେଡ଼ ବ୍ୟାଣ୍ଡ କୁ ସ୍ୱତନ୍ତ୍ର ଭାବେ ପୁରସ୍କୃତ କରାଯାଇଥିଲା। ପରେ ବିଭିନ୍ନ ଶିକ୍ଷାନୁଷ୍ଠାନ ର ଛାତ୍ରଛାତ୍ରୀ ମାନେ ଦେଶାତ୍ମବୋଧକ ଗୀତ ଉପରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ପରେଡ଼ କାର୍ଯ୍ୟକ୍ରମ କୁ କ୍ରୀଡା ଶିକ୍ଷକ ଅମିତ କୁମାର ମହାନ୍ତି ପରିଚାଳନା କରିଥିବା ବେଳେ ଗୁଡ଼ହାଣ୍ଡି ମଞ୍ଚ ରେ ସ୍ୱାଧୀନତା ଦିବସ କାର୍ଯ୍ୟକ୍ରମ ସଂଯୋଜନା ଏବିଇଓ ସଞ୍ଜୀବ କୁମାର ପାଢୀ କରିଥିଲେ।କାର୍ଯ୍ୟକ୍ରମ କୁ ବ୍ଲକ ପ୍ରଶାସନ ପକ୍ଷରୁ ଭାରପ୍ରାପ୍ତ ବିଏସଏସଓ ଲୋକନାଥ ଭାଟି ସମେତ ବ୍ଲକ କର୍ମଚାରୀ ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ। ସ୍ଵାଧୀନତା ଦିବସ କାର୍ଯ୍ୟକ୍ରମ ରେ କୋକସରା ବ୍ଲକର ବରିଷ୍ଠ ନାଗରିକ, ସମାଜସେବି, ବୁଦ୍ଧିଜୀବୀ ମାନେ ଉପସ୍ଥିତ ଥିଲେ।

