Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆମପାଣି ଥାନା ରେ ଯୋଗଦେଲେ ନୂତନ ଆଇଆଇସି, ବ୍ଲକ ସାମ୍ବାଦିକ ଙ୍କ ପକ୍ଷରୁ ସମ୍ବର୍ଦ୍ଧନା।

କଳାହାଣ୍ଡି,୧୫/୦୮
କୋକସରା ବ୍ଲକ ଆମପାଣି ଥାନା ରେ ନୂତନ ଥାନା ଅଧିକାରୀ ଭାବେ ଜ୍ୟୋତି ପ୍ରକାଶ ତାଣ୍ଡି ଶୁକ୍ରବାର ଯୋଗଦାନ କରିଛନ୍ତି। ପୂର୍ବତନ ଥାନା ଅଧିକାରୀ ପ୍ରଶାନ୍ତ କୋଳାହାରସ ଙ୍କୁ ଥୁଆମୂଳ ରାମପୁର ଥାନା କୁ ବଦଳି ପରେ ତାଙ୍କ ସ୍ଥାନରେ ଶ୍ରୀ ତାଣ୍ଡି ଯୋଗ ଦେଇଛନ୍ତି। ଶନିବାର କୋକସରା ବ୍ଲକ ର ବରିଷ୍ଠ ସାମ୍ବାଦିକ ଶରତ ଚନ୍ଦ୍ର ରାଉତ,ସନତ କୁମାର ପ୍ରଧାନୀ,ତ୍ରିଲୋକ୍ୟ ବେଶ୍ରା, କିଶନ କୁମାର ପଟ୍ଟନାୟକ,ଯଦୁମଣି ଦୁର୍ଗା,ତ୍ରିନାଥ ବେଶ୍ରା ପ୍ରମୁଖ ସୌଜନ୍ୟମୂଳକ ସାକ୍ଷାତକାର କରିବା ସହ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ। ଆମପାଣି ଥାନାଞ୍ଚଳ ଦୁଇ ଜିଲ୍ଲା ର ସୀମାନ୍ତ ଅଞ୍ଚଳ ହୋଇଥିବା ବେଳେ ଅନେକ ସମୟରେ ଘାଟି ରାସ୍ତା ଦେଇ ଦୁର୍ଘଟଣା ବୃଦ୍ଧି ଓ ଅପରାଧିକ କାର୍ଯ୍ୟକଳାପ କୁ ନିୟନ୍ତ୍ରଣ କରିବା ପାଇଁ ପଦକ୍ଷେପ ନେବାକୁ ଆଗ୍ରାହ୍ୟ କରିଥିଲେ। ଆଇନ ଶୃଙ୍ଖଳା ନିୟନ୍ତ୍ରଣ ରେ ପୋଲିସ ର କାର୍ଯ୍ୟ ରେ ଗଣମାଧ୍ୟମ ପ୍ରତିନିଧି ମାନେ ସହଯୋଗ କରିବାକୁ ଥାନା ଅଧିକାରୀ ଶ୍ରୀ ତାଣ୍ଡି କହିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ