କଳାହାଣ୍ଡି ଜିଲ୍ଲା ଏକ୍ସ କେଡର ଶିକ୍ଷକ ସଂଘ ର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ।
କଳାହାଣ୍ଡି,୧୬/୦୮
କଳାହାଣ୍ଡି ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ ( ଏକ୍ସ କ୍ୟାଡର ) ତରଫରୁ ଭବାନୀପାଟଣା ଠାରେ ଜିଲ୍ଲା ସଭାପତି ସୁବ୍ରତ ଦଣ୍ଡସେନା ଙ୍କ ଅଧ୍ୟକ୍ଷତା ରେ ଜିଲ୍ଲାର ସମସ୍ତ ବ୍ଲକ କର୍ମକର୍ତ୍ତା ଙ୍କୁ ନେଇ ଜିଲ୍ଲା ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକ ରେ ଆଗାମୀ ମୌସମୀ ଅଧିବେଶନ ରେ ରାଜ୍ୟସଂଘ ର ନିର୍ଦେଶକ୍ରମେ ବିଧାନସଭା ଘେରାଉ କାର୍ଯ୍ୟକ୍ରମ ତଥା ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରାଯିବା ସହ ଦୀର୍ଘ ବର୍ଷେ ଧରି ଖାଲି ରହିଥିବା ଜିଲ୍ଲା ମେଡ଼ିଆ କୋଅର୍ଡିନେଟର ପଦବୀ ପୂରଣ ପାଇଁ ନିର୍ବାଚନ ପ୍ରକ୍ରିୟା ପାଇଁ ଜିଲ୍ଲା ସଭାପତି ଙ୍କ ଆହ୍ୱାନ କ୍ରମେ ସମସ୍ତ ବ୍ଲକ କର୍ମକର୍ତ୍ତା ଙ୍କ ସର୍ବସମ୍ମତ୍ତି କ୍ରମେ କୋକସରା ବ୍ଲକ ର ଶିକ୍ଷକ ଈଶ୍ୱରୀ ପ୍ରସାଦ ଅଗସ୍ତି ଏବଂ ଘାସିରାମ ଖାଡ଼ଙ୍ଗା (ନର୍ଲା ) ଙ୍କୁ ମିଡ଼ିଆ କୋଅର୍ଡିନେଟର ଦାୟିତ୍ୱ ପ୍ରଦାନ କରାଗଲା ! ଏହି ବୈଠକ କୁ ଜିଲ୍ଲା ସଂଘ ସାଧାରଣ ସମ୍ପାଦକ କୈଳାଶ ବିଶି ପରିଚାଳନା କରିଥିଲେ। ଗଗନ ବିହାରୀ ପଟ୍ଟନାୟକ, ଅନିଲ କୁମାର ପଟ୍ଟନାୟକ,ନୀଳାମ୍ବର ସାହା,ମୁରଲୀଧର ଅଘରିଆ,ଡମ୍ବରୁଧର କାଣ୍ଡ,ଗିରିଧାରୀ ଗୌଡ଼ ପ୍ରମୁଖ ମଞ୍ଚାସିନ ଥିଲେ ପରିଶେଷ ରେ ଜିଲ୍ଲା ସଂଘ ମହାସଚିବ ଲଳିତ ନାଏକ ଧନ୍ୟବାଦ ପ୍ରଦାନ କରିଥିଲେ।

