ମିଳିତ ଶିକ୍ଷକ ସଂଘ ପକ୍ଷରୁ ଗୁରୁ ଦିବସ ପ୍ରସ୍ତୁତି ବୈଠକ ଅନୁଷ୍ଠିତ।
କଳାହାଣ୍ଡି,୧୬/୦୮
କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ (ମିଳିତ) ପକ୍ଷରୁ ଆସନ୍ତା ସେପ୍ଟେମ୍ବର ୫ ରେ ହେବାକୁ ଥିବା ଗୁରୁ ଦିବସ ପାଇଁ ଏକ ପ୍ରସ୍ତୁତି ବୈଠକ ବ୍ଲକ ର ଆମପାଣି ସ୍ଥିତ ଡାକ ବଙ୍ଗଳା ଠାରେ ରବିବାର ଦିନ ଅନୁଷ୍ଠିତ ହୋଇଯାଇଛି। ଶିକ୍ଷକ ସଂଘ ର ସଭାପତି ଚନ୍ଦ୍ର ମୋହନ ପୁଝାରି ଙ୍କ ସଭାପତିତ୍ୱ ରେ ଏହି ବୈଠକରେ ସଙ୍ଘ କମିଟିର ଉପଦେଷ୍ଟା ବୈକୁଣ୍ଠ ଜାଲ, ସାଙ୍ଗଠାନିକ ସମ୍ପାଦକ ଈଶ୍ୱରୀ ପ୍ରସାଦ ଅଗସ୍ତି, ସହ ସମ୍ପାଦକ ମାର ଗୁଣିଆ ନାଗ,ଶିକ୍ଷକ ଏମଏନ ପଦ୍ମଲୋଚନ ସାହୁ,କେଦାର ନାଏକ, ସନାତନ ପଢିହାରି,ପ୍ରମୋଦ କୁମାର ପୁରୋହିତ, ସନାତନ ପଣ୍ଡା, ସତ୍ୟ ନାରାୟଣ ଗୋପାଳ ପ୍ରମୁଖ ଉପସ୍ଥିତ ରହି ଗୁରୁ ଦିବସ ଓ ସଙ୍ଘ ର ସାଙ୍ଗଠାନିକ କାର୍ଯ୍ୟକ୍ରମ ବିଷୟରେ ଆଲୋଚନା କରିଥିଲେ। ସର୍ଵ ସମ୍ମତ୍ତି କ୍ରମେ କୋକସରା ଧାନ ମଣ୍ଡି ରେ ଗୁରୁ ଦିବସ ପାଳନ ପାଇଁ ନିଷ୍ପତ୍ତି ନିଆଯାଇଛି।ବୈଠକ ଶେଷ ରେ ଶିକ୍ଷକ ସଂଘ ର ସମ୍ପାଦକ ବେଣୁଧର ନାଏକ ଧନ୍ୟବାଦ ଅର୍ପଣ କରିଥିଲେ।

