ଆଜି ସିଂହ ସଂକ୍ରାନ୍ତି: ୧୨ ରାଶି ଉପରେ କିଭଳି ରହିବ ପ୍ରଭାବ? ଜାଣନ୍ତୁ…
ଆଜି ୧୭ ଅଗଷ୍ଟ ୨୦୨୬, ସୋମବାର। ଆଜି ସୂର୍ଯ୍ୟ କର୍କଟ ରାଶି ଛାଡ଼ି ସିଂହ ରାଶିରେ ପ୍ରବେଶ କରୁଛନ୍ତି। ଏହି ଦିନକୁ ସିଂହ ସଂକ୍ରାନ୍ତି କୁହାଯାଏ। ଦୃକ୍ ପଞ୍ଚାଙ୍ଗ ଅନୁସାରେ ସଂକ୍ରାନ୍ତି ସମୟ ପ୍ରାୟ ସକାଳ ୮ଟା ୦୪ ମିନିଟ୍ ପର୍ଯ୍ୟନ୍ତ ରହିଛି |ଜ୍ୟୋତିଷୀୟ ମାନ୍ୟତା ଅନୁସାରେ ସୂର୍ଯ୍ୟଙ୍କ ଏହି ରାଶି ପରିବର୍ତ୍ତନ ୧୨ଟି ରାଶିର କ୍ୟାରିୟର, ଧନ, ପରିବାର ଓ ସମ୍ପର୍କ ଉପରେ ଭିନ୍ନ ପ୍ରଭାବ ପକାଇପାରେ।
ମେଷ: ମେଷ ରାଶିର ବ୍ୟକ୍ତିମାନଙ୍କ କ୍ଷେତ୍ରରେ କ୍ୟାରିୟରରେ ନୂଆ ସୁଯୋଗ ମିଳିପାରେ। ଅଟକିଥିବା କାମ ଆଗକୁ ବଢ଼ିବ। ଆର୍ଥିକ ମାମଲାରେ ଯୋଜନା କରି ଚାଲନ୍ତୁ।
ବୃଷ: ଏହି ରାଶିର ବ୍ୟକ୍ତିବିଶେଷଙ୍କ କ୍ଷେତ୍ରରେ ଘର, ଜମି କିମ୍ବା ପରିବାର ସମ୍ପର୍କିତ କାମରେ ଧ୍ୟାନ ବଢ଼ିପାରେ। ଚାକିରିରେ ଦାୟିତ୍ୱ ବଢ଼ିବ। ଟଙ୍କା ଖର୍ଚ୍ଚ କରିବାବେଳେ ସତର୍କ ରୁହନ୍ତୁ।
ମିଥୁନ: ମିଥୁନ ରାଶିର ବ୍ୟକ୍ତି ମାନଙ୍କ ପାଇଁ ଆଜି ଦିନଟି ଖୁବ ଭଲ ରହିଛି | ଯୋଗାଯୋଗ ଓ ନେଟୱାର୍କିଂରୁ ଲାଭ ମିଳିପାରେ। ନୂଆ କାମର ଖବର ଆସିପାରେ। ପୁରୁଣା ସମ୍ପର୍କ ପୁଣି କାମରେ ଆସିପାରେ।
କର୍କଟ: ଏହି ରାଶିର ବ୍ୟକ୍ତି ମାନଙ୍କ କ୍ଷେତ୍ରରେ ଧନ ଓ ପରିବାର ସମ୍ପର୍କିତ ମାମଲାରେ ନୂଆ ଚିନ୍ତାଧାରା ଆସିପାରେ। ଆର୍ଥିକ ଯୋଜନା କରିବା ପାଇଁ ସମୟ ଭଲ ରହିପାରେ।
ସିଂହ: ଆପଣଙ୍କ ପାଇଁ ଏହି ସଂକ୍ରାନ୍ତି ବିଶେଷ ହୋଇପାରେ। ଆତ୍ମବିଶ୍ୱାସ ବଢ଼ିବା ସହ କ୍ୟାରିୟରରେ ନୂଆ ଆରମ୍ଭର ସୁଯୋଗ ମିଳିପାରେ। ସମାଜରେ ସମ୍ମାନ ବଢ଼ିପାରେ।
କନ୍ୟା: କନ୍ୟା ରାଶିର ବ୍ୟକ୍ତିବେଶ ପାଇଁ ଆଜି ଖୁବ ସତର୍କତାର ସମୟ ରହିଛି | ଖର୍ଚ୍ଚ ବଢ଼ିପାରେ, ତେଣୁ ବଜେଟ୍ ଉପରେ ଧ୍ୟାନ ଦିଅନ୍ତୁ। ନିଜସ୍ୱ ଯୋଜନା କିମ୍ବା ଗୁପ୍ତ କାମକୁ ଆଗକୁ ବଢ଼ାଇବାର ସମୟ ହୋଇପାରେ।
ତୁଳା: ଆପଣଙ୍କ ପାଇଁ ଆଜି ଦିନଟି ନୂଆ ଲୋକଙ୍କ ସହ ସମ୍ପର୍କ ଭବିଷ୍ୟତରେ ଲାଭ ଦେଇପାରେ। କ୍ୟାରିୟରରେ ନୂଆ ସୁଯୋଗ ମିଳିବାର ଆଶା ରହିଛି।
ବିଛା: ଆଜି ଚାକିରିରେ ଦାୟିତ୍ୱ ବଢ଼ିପାରେ। ଆପଣଙ୍କ ପରିଶ୍ରମ ଉପରିସ୍ଥ ଅଧିକାରୀଙ୍କ ନଜରକୁ ଆସିପାରେ। ଆର୍ଥିକ ନିଷ୍ପତ୍ତିରେ ଧୈର୍ଯ୍ୟ ରଖନ୍ତୁ।
ଧନୁ: ଶିକ୍ଷା, ଦୂରଯାତ୍ରା ଓ କ୍ୟାରିୟର ସମ୍ପର୍କିତ କାମରେ ଗତି ଆସିପାରେ। ଜଣେ ପରିଚିତ ବ୍ୟକ୍ତିଙ୍କ ସହଯୋଗରେ ନୂଆ ଯୋଜନା ଆଗକୁ ବଢ଼ିପାରେ।
ମକର: ଆଜି ଚାକିରି କିମ୍ବା ବ୍ୟବସାୟରେ ନୂଆ ସୁଯୋଗ ଆସିପାରେ। ତେବେ ଟଙ୍କା, ଟ୍ୟାକ୍ସ କିମ୍ବା ଯୁଗ୍ମ ଆର୍ଥିକ କାରବାରରେ ଭଲଭାବେ ଯାଞ୍ଚ କରି ନିଷ୍ପତ୍ତି ନିଅନ୍ତୁ।
କୁମ୍ଭ: ବିବାହ, ବ୍ୟବସାୟିକ ସହଭାଗିତା କିମ୍ବା ନୂଆ ଚୁକ୍ତିକୁ ନେଇ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇପାରେ। ଭଲ ଭାବେ କଥା ହୋଇ ନିଷ୍ପତ୍ତି ନେବା ଲାଭଦାୟକ।
ମୀନ: କାର୍ଯ୍ୟକ୍ଷେତ୍ରରେ ନିଜ ପ୍ରତିଭା ଦେଖାଇବାର ସୁଯୋଗ ମିଳିପାରେ। ଚାକିରି ଖୋଜୁଥିବା ବ୍ୟକ୍ତିଙ୍କୁ ଭଲ ଖବର ମିଳିପାରେ। ସ୍ୱାସ୍ଥ୍ୟ ଓ ଦୈନନ୍ଦିନ ରୁଟିନ୍କୁ ଅଣଦେଖା କରନ୍ତୁ ନାହିଁ।
ଉପରୋକ୍ତ ରାଶିଫଳ ଜ୍ୟୋତିଷୀୟ ମାନ୍ୟତା ଉପରେ ଆଧାରିତ। ଜନ୍ମକୁଣ୍ଡଳୀ ଅନୁସାରେ ଫଳ ଭିନ୍ନ ଭିନ୍ନ ହୋଇପାରେ |

