Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପିଡ଼ିଏସ ଗୋଦାମ ଗୃହ କାର୍ଯ୍ୟକ୍ଷମ କରିବାକୁ ବ୍ଲକ ଉପାଧ୍ୟକ୍ଷ ଙ୍କୁ ଦାବି କଲେ ଖଲିଗଡ଼ ଗ୍ରାମବାସୀ

କୋକସରା: ଖଲିଗଡ଼ ଗାଁ ଠାରୁ ପଞ୍ଚାୟତ ର ଦୁରତା ୫ ରୁ ୬ କିଲୋମିଟର,ପ୍ରତି ମାସରେ ପିଡ଼ିଏସ ସାମଗ୍ରୀ ଆଣିବାକୁ ଅଟୋ ଟ୍ରାକ୍ଟର ଭଡା କରି ଯିବାକୁ ହୁଏ ଖଲିଗଡ଼ ଗ୍ରାମର ହିତାଧିକାରୀଙ୍କୁ ଏନେଇ କୋକସରା ବ୍ଲକ ଉପାଧ୍ୟକ୍ଷ ଙ୍କ ନିକଟରେ ଅଭିଯୋଗ ସହ ଶୀଘ୍ର ଗୋଦାମ ଗୃହ କାର୍ଯ୍ୟକ୍ଷମ କରିବାକୁ ଦାବି କରିଛନ୍ତି କୋକସରା ବ୍ଲକ ଡୁଡୁକାଠେଙ୍ଗା ଗ୍ରାମପଞ୍ଚାୟତ ଖଲିଗଡ଼ ଗ୍ରାମର ଗ୍ରାମବାସୀ। ପଞ୍ଚାୟତ ଗୋଦାମ ଗୃହ ଉଦଘାଟନ ପାଇଁ ଡୁଡୁକାଠେଙ୍ଗା ସରପଞ୍ଚ ହରିପ୍ରିୟା ନାଗ ବ୍ଲକ ପ୍ରଶାସନ ଓ ଯୋଗାଣ ବିଭାଗ କୁ ଲିଖିତ ଭାବେ ଜଣାଇଛନ୍ତି, ହେଲେ ଉପାନ୍ତ ଅଞ୍ଚଳ ରର ଥିବା ଖଲିଗଡ଼, ଯାନୀପଡା, ନୂଆପଡା,ଟେମରିଆ ପଡା ଗ୍ରାମବାସୀ ଙ୍କୁ ପିଡ଼ିଏସ ସାମଗ୍ରୀ ପାଇବା ପାଇଁ ଅନେକ ସମୟରେ ହଇରାଣ ହରକତ ହେବାକୁ ପଡୁଥିବା ଅଭିଯୋଗ କରିଛନ୍ତି।

ଏନେଇ ଖଲିଗଡ଼ ଗ୍ରାମବାସୀ ମାନେ କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ ଙ୍କୁ ଅଭିଯୋଗ କରିବା ପରେ ରବିବାର ବ୍ଲକ ଉପାଧ୍ୟକ୍ଷ ଖଲିଗଡ଼ ଗାଁ ରେ ପହଞ୍ଚିବା ପରେ ଗ୍ରାମ ର ଲୋକେ ତାଙ୍କୁ ପାଛୋଟି ନେବାସହ ଏକ ସଭା ଆୟୋଜନ କରିଥିଲେ। ପିଡ଼ିଏସ ସାମଗ୍ରୀ ଆଣିବା କୁ ହେଲେ ଖଲିଗଡ଼ ଗ୍ରାମର ୩/୪ ପଡା ର ହିତାଧିକାରୀ ଙ୍କୁ ଦୀର୍ଘ ୫/୬ କିଲୋମିଟର ପିଡ଼ିଏସ ଚାଉଳ ଆଣିବାକୁ ଯିବାକୁ ପଡୁଛି ବୋଳି ଅଭିଯୋଗ କରିଛନ୍ତି ଓ ଖଲିଗଡ଼ ଗ୍ରାମରେ ନିର୍ମାଣ ସରିଥିବା ନୂତନ ଗୁଦାମ ଗୃହ କୁ ଶିଘ୍ର ଉଦଘାଟନ କରି କାର୍ଯ୍ୟକ୍ଷମ କରିବାକୁ ଦାବି କରିଛନ୍ତି।ବ୍ଲକ ଉପାଧ୍ୟକ୍ଷ ଏନେଇ ବ୍ଲକ ପ୍ରଶାସନ ଓ ଯୋଗାଣ ବିଭାଗ ସହ ଆଲୋଚନା କରି ଅତି ଶୀଘ୍ର ଗୋଦାମ ଗୃହ କାର୍ଯ୍ୟକ୍ଷମ କରିବାକୁ ପ୍ରତିଶ୍ରୁତି ଦେଇଥିବା ଜଣାପଡିଛି।