Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗୋତୋମୁଣ୍ଡା ଗ୍ରାମ ପଞ୍ଚାୟତ ରେ ଯୁଗ୍ମ ଜନ ଶୁଣାଣି ଶିବିର ଅନୁଷ୍ଠିତ

କଳାହାଣ୍ଡି: ଦୁଆର ମୁହଁରେ ପଞ୍ଚାୟତ ର ହିତାଧିକାରି ଙ୍କୁ ସେବା ଯୋଗାଇ ଦେବାପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ।ପ୍ରତି ପଞ୍ଚାୟତ ରେ ଜନ ଶୁଣାଣି କାର୍ଯ୍ୟକ୍ରମ ଆୟୋଜିତ ହେଉଥିବା ବେଳେ ସୋମବାର କୋକସରା ବ୍ଲକ ଗ୍ରାମ ଗୋତୋମୁଣ୍ଡା ଗ୍ରାମ ପଞ୍ଚାୟତ ସ୍ତରୀୟ ଯୁଗ୍ମ ଜନଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ରେ ଗୋତୋମୁଣ୍ଡାପଞ୍ଚାୟତ ସରପଞ୍ଚ ପଦ୍ମିନୀ ପୁଝାରି ଙ୍କ ସଭାପତିତ୍ୱ ରେ ବିଡ଼ିଓ ଉତ୍ତମ କୁମାର ବାଗ, ଆମପାଣି ଯୋନ ଜିଲ୍ଲା ପରିଷଦ ସଭ୍ୟ ହେମନ୍ତ ମାଝୀ,ଜିପିଓ ନାରାୟଣ ଭୋଇ, ସମିତି ସଭ୍ୟା ଶାମୁକା ନାଏକ, ନାଏବ ସରପଞ୍ଚ ପାର୍ଥବ ମାଝୀ, ଗ୍ରାମ୍ୟ ଜଳଯୋଗାଣ କନିଷ୍ଠ ଯନ୍ତ୍ରୀ ଯଶୋବନ୍ତି ଭୋଇ, ଯୋଗାଣ ବିଭାଗ ଅଧିକାରୀ ଜଗାରାମ ମୁର୍ମୁ, ଅତିରିକ୍ତ ଶିକ୍ଷା ନଅଧିକାରୀ ତୋଫାନ ମାଝୀ, ମହିଳା ସ୍ୱାସ୍ଥ୍ୟ କର୍ମଚାରୀ ,ମିଶନ ଶକ୍ତି ର ମହିଳା କର୍ମଚାରୀ, ଆଶା ଓ ଅଙ୍ଗନବାଡି କର୍ମି ଉପସ୍ଥିତ ଥିବାବେଳେ ଅନେକ ବିଭାଗୀୟ ଅଧିକାରୀ ଅନୁପସ୍ଥିତ ଥିବାରୁ ଜନ ଶୁଣାଣି କେବଳ କାଗଜପତ୍ର ରେ ସୀମିତ ରହୁଥିବା ବେଳେ ଯେଉଁ ଉଦ୍ଦେଶ୍ୟ ନେଇ ପ୍ରଶାସନ ଏହାର ପରିକଳ୍ପନା କରିଥିଲେ ତାହା ଅନେକ ପଞ୍ଚାୟତ ରେ ଫେଲ ମାରିଛି। ନାମକୁ ମାତ୍ର ଜନ ଶୁଣାଣି ଶିବିର ଆୟୋଜନ ହେଉଥିବା ନେଇ ସ୍ଥାନୀୟ ହିତାଧିକାରୀଙ୍କ ମଧ୍ୟରେ ଅନୁଷ୍ଠିତ ଦେଖିବାକୁ ମିଳିଛି।ଜନ ଶୁଣାଣୀ ଶିବିର ରେ ଆଵାସ ଘର ପିଡ଼ିଏସ ଭତ୍ତା ରାସ୍ତାଘାଟ ଜମି ମରାମତି ସମସ୍ୟା ନେଇ ଆସିଥିବା ହିତାଧିକାରୀ ମାନେ ଅଭିଯୋଗ କରିଥିବା ଜଣାପଡିଛି।ଉପସ୍ଥିତ ଅଧିକାରୀ ମାନେ ହିତାଧିକାରୀଙ୍କ ଅଭିଯୋଗ ଉପରେ ଶୀଘ୍ର ସମାଧାନ କରାଯିବା ନେଇ କହିଛନ୍ତି।କାର୍ଯ୍ୟକ୍ରମ କୁ ପଞ୍ଚାୟତ ପିଇଓ ଦାମୋଦର ବେମାଲ, ଜିଆରଏସ କର୍ପୁର ନାଏକ,ଯୋଗାଣ ସହାୟକ ହରମାନନିଆଲ ଓ କର୍ମଚାରୀ ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ