Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରାଜୀବ ଗାନ୍ଧୀ ଙ୍କ ୮୨ ତମ ଜନ୍ମ ଜୟନ୍ତୀ ପାଳନ କଲେ କଂଗ୍ରେସ କର୍ମି।

କଳାହାଣ୍ଡି୨୦/୦୮
ଗୁରୁବାର ଦେଶ ର ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ବର୍ଗତ ରାଜୀବ ଗାନ୍ଧୀ ଙ୍କ ୮୨ ତମ ଜନ୍ମ ଜୟନ୍ତୀ ପାଳନ ଅବସରରେ କୋକସରା ବ୍ଲକ ରାଜୀବ ଗାନ୍ଧୀ ଭବନ କଂଗ୍ରେସ କାର୍ଯ୍ୟାଳୟ ଠାରେ ଜନ୍ମ ଜୟନ୍ତୀ ପାଳନ କରାଯାଇଛି। ଏହି ଅବସରରେ ରାଜୀବ ଗାନ୍ଧୀ ପଞ୍ଚାୟତ ସଂଗଠନ ର ସଭାପତି ଅରୁଣ କୁମାର ମାଝୀ ଙ୍କ ନେତୃତ୍ୱରେ ସ୍ଥାନୀୟ କାର୍ଯ୍ୟାଳୟ ରେ ଦିବଙ୍ଗତ ରାଜୀବ ଗାନ୍ଧୀ ଙ୍କ ଫୋଟୋଚିତ୍ର ରେ ପୁଷ୍ପମାଲ୍ୟ ଅର୍ପଣ ସହ ଶ୍ରଦ୍ଧାଞ୍ଜଳି ଦିଆଯାଇଛି। ସ୍ବର୍ଗତ ରାଜୀବ ଗାନ୍ଧୀ ଙ୍କ ଦେଶଭକ୍ତି, ତ୍ୟାଗ, ବଳିଦାନ କୁ ଉପସ୍ଥିତ କଂଗ୍ରେସ କର୍ମକର୍ତ୍ତା ମାନେ ମନେ ପକାଇବା ସହ ସ୍ମୃତି ଚାରଣ କରିଥିଲେ। ଏହି ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ ରେ ବରିଷ୍ଠ କଂଗ୍ରେସ ନେତା ପୁରୁଷୋତ୍ତମ ଗୁପ୍ତା, ସମ୍ପାଦକ ଅଭିମନ୍ୟୁ ପଟ୍ଟନାୟକ, ଘନଶ୍ୟାମ ନାଏକ,କୃପାସିନ୍ଧୁ ବାଗ, ତ୍ରିଭୁବନ ନାଏକ,ରୂପଧର ପୋଢ଼, ଘାସିରାମ ବାଗ,ପରମାନନ୍ଦ ମହାନନ୍ଦ, ନାରିନେତ୍ରୀ ଫୁଲତୋଳା ଖମାରି ପ୍ରମୁଖ ଉପସ୍ଥିତ ରହିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ