Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଭିଟାମାଟି ଫେରନ୍ତା ଦାଦାନ ଶ୍ରମିକ ଙ୍କୁ ଅଧା ବାଟରେ ଓହ୍ଲାଇ ଦେଲେ ବସ କର୍ମଚାରୀ,ଆମପାଣି ଥାନା ରେ ଅଭିଯୋଗ।

କଳାହାଣ୍ଡି,୨୦/୦୮
ନୂଆପଡା ବଲାଙ୍ଗୀର ଓ କଳାହାଣ୍ଡି ଜିଲ୍ଲାର ୨୯ ଦାଦନ ଶ୍ରମିକ ଘରକୁ ଫେରିବା ସମୟରେ ବୁଧବାର ସନ୍ଧ୍ୟାରେ ହାଇଦ୍ରାବାଦ ଠାରେ ରାଜଧାନୀ ବସ କାଉଣ୍ଟର ର କର୍ମଚାରୀ ଙ୍କ ଦ୍ଵାରା ନିର୍ଯ୍ୟାତନାର ଶିକାର ହୋଇଥିବା ଅଭିଯୋଗ କରିଛନ୍ତି। ଘର କୁ ଫେରନ୍ତା ଶ୍ରମିକ ଙ୍କ ରୋଜଗାର ଟଙ୍କା ଏପରିକି ଫୋନ ପେ ଥିବା ଟଙ୍କା ମଧ୍ୟ ଅନଲାଇନ ରେ ଲୁଟ କରିଥିବା ନେଇ ଶ୍ରମିକ ମାନେ ଅଭିଯୋଗ କରିଛନ୍ତି। ବୁଧବାର ହାଇଦ୍ରାବାଦ ରୁ ସାନ ନାମକ ଏକ ବେସରକାରୀ ଯାତ୍ରୀବାହୀ ବସ ନମ୍ବର (ସିଜି,୧୭,କେଟି,୭୨୧୯) ଶ୍ରମିକ ମାନେ ହାଇଦ୍ରାବାଦ ରୁ ନିଜ ଗନ୍ତବ୍ୟ ସ୍ଥଳ କୁ ଆସିବା ପୂର୍ବରୁ ରାଜଧାନୀ ବସ କାଉଣ୍ଟର ର କର୍ମଚାରୀ ଙ୍କ ଦ୍ଵାରା ନିର୍ଯ୍ୟାତନା ଓ ଲୁଟ ର ଶିକାର ହୋଇଥିବା ନେଇ ଅଭିଯୋଗ କରିଛନ୍ତି। ପରେ ସେଠାରୁ କୌଣସି ମତେ ବସ ରେ ଆସିବା ସମୟରେ ବସ କର୍ମଚାରୀ ମାନେ କୋକସରା ବ୍ଲକ ଆମପାଣି ବସଷ୍ଟାଣ୍ଡ ରେ ଶ୍ରମିକ ଙ୍କୁ ସେମାନଙ୍କ ଗନ୍ତ୍ୟବ ସ୍ଥାନ କୁ ନନେଇ ଆମପାଣି ବସଷ୍ଟାଣ୍ଡ ରେଭିଟାମାଟି ଫେରନ୍ତା ଦାଦାନ ଶ୍ରମିକ ଙ୍କୁ ଅଧା ବାଟରେ ଓହ୍ଲାଇ ଦେଲେ ବସ କର୍ମଚାରୀ। ଶ୍ରମିକମାନେ ପ୍ରତିବାଦ କରିବାରୁ ବସ କର୍ମଚାରୀ ମାନେ ଧମକଚମକ ଦେବାରୁ ଶ୍ରମିକ ମାନେ ବସ କୁ ଅଟକ ରଖି ରଖି ସ୍ଥାନୀୟ ଲୋକଙ୍କୁ ସେମାନଙ୍କ ନିର୍ଯ୍ୟାତନା ବିଷୟରେ ଅଭିଯୋଗ ପରେ ବ୍ଲକ ର ଗଣମାଧ୍ୟମ ପ୍ରତିନିଧିମାନେ ହସ୍ତକ୍ଷେପ କରି ସ୍ଥାନୀୟ ଆମପାଣି ପୋଲିସ କୁ ସୂଚନା ଦେଇଥିଲେ। ପୋଲିସ କର୍ମଚାରୀ ପହଞ୍ଚି ବସ କୁ ନେଇ ଥାନା ରେ ଅଟକ ରଖିବା ସହ ଶ୍ରମିକ ଙ୍କ ଅଭିଯୋଗ ମତେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ। ବସ ରେ ନୂଆପଡା ଜିଲ୍ଲା ସିନାପାଲି ଅଞ୍ଚଳ ସମେତ ବଲାଙ୍ଗୀର ଜିଲ୍ଲାର ବଙ୍ଗୋମୁଣ୍ଡା ବ୍ଲକ ୨୯ ପୁରୁଷ ମହିଳା ଓ ଯୁବକ ଶ୍ରମିକ ରହିଥିଲେ। ଆମପାଣି ପୋଲିସ ପକ୍ଷରୁ ଘଟଣା ର ତଦନ୍ତ ସହ ଏନେଇ ଜିଲ୍ଲା ଶ୍ରମ ବିଭାଗ ଅଧିକାରୀ, ଆରଟିଓ ଙ୍କୁ ସୂଚନା ଦେଇଥିଲେ। ଶ୍ରମିକ ନେଇ ଆସୁଥିବା ଯାତ୍ରୀବାହୀ ବସ ର ବୈଧ କାଗଜପତ୍ର ଯାଞ୍ଚ କରିଥିଲେ। ପରେ ଉକ୍ତ ବସ କର୍ମଚାରୀ ଶ୍ରମିକ ଙ୍କୁ ସେମାନଙ୍କ ଗନ୍ତବ୍ୟ ସ୍ଥାନ କୁ ନେଇ ଛାଡିବା ପାଇଁ ଲିଖିତ ଦେବାପରେ ବସ କୁ ଛଡା ଯାଇଥିଲା।
ତେବେ ଜାତୀୟ ରାଜପଥ ୨୬ ଆମପାଣି ଥାନା ଦେଇ ପ୍ରତିଦିନ ୯/୧୦ ଗୋଟି ବେସରକାରୀ ଯାତ୍ରୀବାହୀ ବସ ଟୁରିଷ୍ଟ ପରମିଟ ରେ ହାଇଦ୍ରାବାଦ ଦାଦନ ଶ୍ରମିକ ଚାଲାଣ କରୁଥିବା ନେଇ ବିଭିନ୍ନ ସମୟରେ ଗଣମାଧ୍ୟମରେ ଖବର ପ୍ରକାଶିତ ପରେ ମଧ୍ୟ ଜିଲ୍ଲା ଆଞ୍ଚଳିକ ପରିବହନ ବିଭାଗ କାର୍ଯ୍ୟାଳୟ ପକ୍ଷରୁ ନିୟମିତ ଭାବେ ଏହି ଯାତ୍ରୀବାହୀ ବସ ଗୁଡିକୁ ଯାଞ୍ଚ କରା ଯାଉନଥିବା ସ୍ଥାନୀୟ ଲୋକ ମାନେ ଅଭିଯୋଗ କରିଛନ୍ତି। ପ୍ରତିଦିନ ନୂଆପଡା, କଳାହାଣ୍ଡି ଜିଲ୍ଲାର ଶହ ଶହ ଦାଦନ ଶ୍ରମିକ ଓ ତାଙ୍କ ପରିବାର ଅତି ଦୟନୀୟ ଅବସ୍ଥାରେ ଏହି ବସ ଗୁଡିକ ରେ ଚାଲାଣ କରାଯାଉଥିବା ଅଭିଯୋଗ ହେଉଛି। ଜିଲ୍ଲା ପ୍ରଶାସନ ଶ୍ରମ ବିଭାଗ ଏଦିଗରେ ଦୃଷ୍ଟି ଦେଇ ଏହି ଦାଦନ ଶ୍ରମିକ ଚାଲାଣ କରୁଥିବା ବସ ଗୁଡିକ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ସାଧାରଣ ରେ ଦାବି ହେଉଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ