Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଲଖିରାମ ଅଗ୍ରଓ୍ବାଲ ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ ପ୍ରାରମ୍ଭିକ ଅନ୍ତର୍ଭୁକ୍ତି କାର୍ଯ୍ୟକ୍ରମ ଅନୁଷ୍ଠିତ।

କଳାହାଣ୍ଡି,୨୨/୦୮
( ଯୁବ ରେଡକ୍ରସ୍ ସମାଜ ସେବା କରିବା ପାଇଁ ପ୍ରେରିତ କରେ)
ଲଖିରାମ ଅଗ୍ରଓ୍ବାଲ ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ ପ୍ରାରମ୍ଭିକ ଅନ୍ତର୍ଭୁକ୍ତି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଉପଲକ୍ଷେ ମହାବିଦ୍ୟାଳୟର ଅଧ୍ୟକ୍ଷ ନିର୍ମଳ ଚନ୍ଦ୍ର ନାଏକ ରେଡକ୍ରସ୍ ପତାକା ଉତ୍ତୋଳନ କରି କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିବା ସହ ଅନୁଷ୍ଠିତ ସଭାରେ ସଭାପତିତ୍ୱ କରିଥିଲେ। ଯୁବ ରେଡକ୍ରସ୍ ତଥା ରେଡ୍ ରିବନ କ୍ଲବ୍ ସଂଯୋଜକ ମୋହନ ଚରଣ ବିଷି ଯୁବ ରେଡକ୍ରସର ଶପଥ ପାଠ କରାଇବା ସହ ଯୁବ ରେଡକ୍ରସ୍ ରେ ସାମିଲ ହେଲେ ଜଣେ ଶୃଙ୍ଖଳିତ ସମାଜ ସେବକ ହୋଇ ପାରିବ ବୋଲି ନୂତନ ଭାବରେ ଯୋଗଦାନ ଦେଇଥିବା ଏକାଦଶ ଶ୍ରେଣୀର ଛାତ୍ରଛାତ୍ରୀମାନଙ୍କୁ ଆହ୍ବାନ ଦେଇଥିଲେ ଏବଂ ରେଡକ୍ରସର ଇତିହାସ, ବିକାଶ, ଚିହ୍ନ, ମୌଳିକ ନୀତି ବିଷୟରେ ଆଲୋଚନା କରିଥିଲେ। ଏହି କାର୍ଯ୍ୟକ୍ରମରେ ଅଧ୍ୟାପକ ନିକୁଞ୍ଜ ବିହାରୀ ସାହୁ, ଶାରୀରିକ ଶିକ୍ଷକ ସୁରେନ୍ଦ୍ର କୁମାର ସାହୁ, ଗ୍ରନ୍ଥାଗାରିକ ଫକିର ନାରାୟଣ ଚଣ୍ଡି ମଞ୍ଚାସୀନ ଥିଲେ।ଳ ସ୍ବେଚ୍ଛାସେବୀ ଦ୍ରୋପଦୀ ଗୋପାଳ ସ୍ବାଗତ ଭାଷଣ, ଆମ ବିଦ୍ୟାଳୟରେ ଯୁବ ରେଡକ୍ରସର ଭୂମିକା ବିଷୟରେ ଦୁବିତା ଗୋପାଳ, ମନିଷା ମେହେର କହିଥିଲେ। ସ୍ବେଛାସେବୀ ଲଭଲି ଦୁର୍ଗା,ବବିତା ନିଏଲ, ଶିବାନୀ ବାଗ, ମମତା ଛତ୍ରିଆ,ଅମ୍ବିକା ସାହୁ ସ୍ବାଗତ ସଂଗୀତ ପରିବେଷଣ କରିଥିଲେ। ସ୍ବେଚ୍ଛାସେବୀ ବିକାଶ ରାଉତ ମଞ୍ଚ ପରିଚାଳନା କରିଥିବାବେଳେ ଧନ୍ୟବାଦ ଅର୍ପଣ ବବିତା ନିଏଲ କରିଥିଲେ। ଏହି କାଯ୍ୟକ୍ରମରେ ନବାଗତ ଏକଦାଶ ଶ୍ରେଣୀର ଛାତ୍ରଛାତ୍ରୀ ଉପସ୍ଥିତ ରହିଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ହଇଶାନ୍ତ ମେହେର, କୋହିନୁର ସୁନାନୀ, ମେଘାଲୟ ଭୋଇ, କ୍ଷୀରମତି ଜୁଏଡ, କବିତା ଗୋପାଳ, ରୁକ୍ମଣି ରାଉତ ତଥା ସ୍ବେଛାସେବୀମାନେ ସହଯୋଗ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ