ଆମପାଣି ଥାନା ପରିସରରୁ ୧୦ ଫୁଟ ଅଜଗର ଉଦ୍ଧାର କଲେ ବନ ବିଭାଗ କର୍ମଚାରୀ।
କଳାହାଣ୍ଡି,୨୨/୦୮
କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଆମପାଣି ଥାନା ପରିସର ରୁ ଶୁକ୍ରବାର ରାତିରେ ଏକ ବିରାଟକାୟ ୧୦ ଫୁଟ ର ଅଜଗର ସାପ କୁ ସୁରକ୍ଷିତ ଭାବେ ଧର୍ମଗଡ ବନାଞ୍ଚଳ କର୍ମଚାରୀ ଉଦ୍ଧାର କରିଛନ୍ତି।ପରେ ନିକଟସ୍ଥ ଆମପାଣି ଘାଟି ସାହାଜଖୋଲ ଜଙ୍ଗଲ ରେ ଅଜାଗର କୁ ସୁରକ୍ଷିତ ଛଡ଼ାଯାଇଛି। ଶୁକ୍ରବାର ରାତିରେ ଥାନା ପରିସରରେ ସାପ ଥିବା ଦେଖି ଥାନା କର୍ମଚାରୀ ବନ ବିଭାଗ କୁ ସୂଚନା ଦେବାପରେ ବନ ବିଭାଗ ଜୀବଜନ୍ତୁ ଉଦ୍ଧାରକାରୀ ଦଳ ର କର୍ମଚାରୀ ସ୍ୱାଧୀନ ଦଣ୍ଡସେନା ଓ ସ୍ଥାନୀୟ ଆମପାଣି ଫରେଷ୍ଟର ସନ୍ତୋଷ କୁମାର ଦଳପତି ଓ ଫରେଷ୍ଟ କର୍ମଚାରୀ ପହଞ୍ଚି ଥାନା ପରିସର ରୁ ୧୦ ଫୁଟ ର ବିରାଟକାୟ ଅଜଗର କୁ ସୁରକ୍ଷିତ ଉଦ୍ଧାର କରିଥିଲେ ଓ ନିକଟସ୍ଥ ଜଙ୍ଗଲ ରେ ଛାଡିଥିଲେ। ବନ ବିଭାଗ କର୍ମଚାରୀ ସ୍ୱାଧୀନ ଦଣ୍ଡସେନା ବିଭିନ୍ନ ସମୟରେ ଅଜଗର ସାପ ସହ ଅନ୍ୟ ସରୀସୃପ ଙ୍କୁ ଉଦ୍ଧାର କରି ସେମାନଙ୍କ ପ୍ରାକୃତିକ ବାସସ୍ଥାନ ରେ ସୁରକ୍ଷିତ ଭାବେ ଛାଡୁଥିବା ଦେଖିବାକୁ ମିଳୁଛି।

