Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କୋକସରା ଥାନା ପକ୍ଷରୁ ଡିଗ୍ରୀ ମହାବିଦ୍ୟାଳୟ ରେ ନିଶାମୁକ୍ତ ଅଭିଯାନ।

କଳାହାଣ୍ଡି,୨୨/୦୮
କଳାହାଣ୍ଡି ଜିଲ୍ଲା କୋକସରା ସଦର ମହକୁମା ପଞ୍ଚାୟତ ସମିତି ଡିଗ୍ରୀ ମହାବିଦ୍ୟାଳୟ ପରିସରରେ ଶନିବାର କୋକସରା ଥାନା ପକ୍ଷରୁ ଥାନା ଅଧିକାରୀ ଡମ୍ବରୁଧର ଭର୍ତିୟାଙ୍କ ତତ୍ୱବଧାନ ରେ ନିଶାମୁକ୍ତ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମରେ କଲେଜର ଛାତ୍ରଛାତ୍ରୀ ତଥା ସମସ୍ତ ଅଧ୍ୟାପକ ଅଧ୍ୟାପିକା ଓ କର୍ମଚାରୀଙ୍କ ମଧ୍ୟରେ ନିଶାମୁକ୍ତ ସୁସ୍ଥ ସମାଜ ଗଠନ ନେଇ ଶପଥ ପାଠ କରି ନିଶାମୁକ୍ତ ଅଭିଯାନ କୁ ନେଇ ଛାତ୍ରଛାତ୍ରୀ ଙ୍କ ମଧ୍ୟରେ ନିଶା ର କୁପରିନାମ ନେଇ ସଚେତନତା କରାଯାଇଥିଲା l ଏହି କାର୍ଯ୍ୟକ୍ରମରେ କଲେଜର ଅଧ୍ୟକ୍ଷ ପୁଷ୍ପରାଜ ମେହେର, କୋକସରା ଥାନା ଏସଆଇ ଡ଼ି ମୋହନ,ଅଧ୍ୟାପକ ସୁବ୍ରତ ବେହେରା, ଅଶ୍ୱିନ କୁମାର ପଟ୍ଟନାୟକ,ଜଗନ ଚାନ୍ଦନି, ଅଧ୍ୟାପିକା କନକ ମଞ୍ଜୁରୀ ବେହେରା,ଶୁଭଶ୍ରୀ ସାହୁ, ବେଦମୟୀ ବାରିକ, ମାଷ୍ଟର ସ୍ବେଛାସେବୀ କିଶନ କୁମାର ପଟ୍ଟନାୟକ,କର୍ମଚାରୀ ଜିତେନ୍ଦ୍ର ପ୍ରଧାନି, ସୁନୀଲ ପ୍ରଧାନୀ ଖେଳ ଶିକ୍ଷକ ପ୍ରତାପ ଚନ୍ଦ୍ର ବିଶି,ପୁଷ୍ପିତା ବିଶି, ହାବିଲଦାର ପୂର୍ଣଚନ୍ଦ୍ର ନାଏକ ପ୍ରମୁଖ ଉପସ୍ଥିତ ରହିଥିଲେ l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ