Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

AI Crocodile: ନଦୀରେ କୁମ୍ଭୀର ବୁଲୁଥିବା ମିଛ ଖବର ପ୍ରଚାର, ୨ ଭାଇଙ୍କୁ ଗିରଫ କଲା ବନ ବିଭାଗ

କୋରାପୁଟ: କୋରାପୁଟ ଜିଲ୍ଲା ବୋରିଗୁମ୍ମା ଅଞ୍ଚଳରେ ନଦୀରେ ୧୦ ଫୁଟିଆ କୁମ୍ଭୀର ବୁଲୁଥିବା ନେଇ ଭାଇରାଲ୍ ହୋଇଥିବା ଫଟୋକୁ ନେଇ ଚାଞ୍ଚଲ୍ୟ ସୃଷ୍ଟି ହୋଇଥିଲା। ବଡ଼ପଡ଼ା ନଦୀରେ କୁମ୍ଭୀର ଥିବା ଦାବି କରି ଏକ ଫଟୋ ସୋସିଆଲ୍ ମିଡିଆରେ ପ୍ରଚାର କରାଯାଇଥିଲା। ଏହାପରେ ନଦୀକୂଳିଆ ଅଞ୍ଚଳର ଲୋକ ଓ ଚାଷୀଙ୍କ ମଧ୍ୟରେ ଭୟର ବାତାବରଣ ଦେଖାଦେଇଥିଲା। ନଦୀକୁ ଯିବା ସମୟରେ ସତର୍କ ରହିବାକୁ ଗାଁ ଲୋକଙ୍କୁ କୁହାଯାଇଥିଲା। କିନ୍ତୁ ତଦନ୍ତ ପରେ ଏହି ଫଟୋଟି ପ୍ରକୃତ କୁମ୍ଭୀରର ନୁହେଁ, ବରଂ AI ଦ୍ୱାରା ପ୍ରସ୍ତୁତ ନକଲି ଫଟୋ ବୋଲି ଜଣାପଡ଼ିଛି।

ଘଟଣାଟି ଜୟପୁର ସଦର ବ୍ଲକ ଅନ୍ତର୍ଗତ ଜୟନ୍ତୀଗିରି ପଞ୍ଚାୟତର ମାଲଦା ଓ ବଡ଼ପଡ଼ା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଥିଲା। ରବିବାର ପୂର୍ବାହ୍ନରେ ଜଣେ ଚାଷୀ ଜମିକୁ ଯିବା ବେଳେ ନଦୀ ଭିତରେ ଏକ ବଡ଼ କୁମ୍ଭୀର ଦେଖିଥିବା ନେଇ ଖବର ପ୍ରଚାର ହୋଇଥିଲା। କୁମ୍ଭୀରଟି ପାଣି ଭିତରକୁ ଚାଲିଯିବା ପରେ ଗାଁର ଅନ୍ୟ ଲୋକମାନେ ନଦୀକୂଳରେ ପହଞ୍ଚିଥିଲେ। ତେବେ ଦୀର୍ଘ ସମୟ ଖୋଜାଖୋଜି କରିବା ସତ୍ତ୍ୱେ କୌଣସି କୁମ୍ଭୀରର ସନ୍ଧାନ ମିଳିନଥିଲା। ପରେ ବନ ବିଭାଗ ପକ୍ଷରୁ ଯାଞ୍ଚ କରାଯିବାରୁ ଭାଇରାଲ୍ ହୋଇଥିବା ଫଟୋଟି AIରେ ତିଆରି ହୋଇଥିବା ସ୍ପଷ୍ଟ ହୋଇଥିଲା।

ଏହି ମିଥ୍ୟା ଫଟୋ ମାଧ୍ୟମରେ ଲୋକଙ୍କ ମଧ୍ୟରେ ଭୟ ସୃଷ୍ଟି କରିବା ଅଭିଯୋଗରେ ବୋରିଗୁମ୍ମା ବନ ବିଭାଗ ବଡ଼ପଡ଼ା ଗାଁର ଦୁଇ ଭାଇ ପୂର୍ଣ୍ଣ ଭୂମିଆ ଓ ସୁରେନ୍ଦ୍ର ଭୂମିଆଙ୍କୁ ଗିରଫ କରିଛି। ବନ ବିଭାଗ ସ୍ପଷ୍ଟ କରିଛି ଯେ, ବଡ଼ପଡ଼ା ନଦୀରେ ଏଭଳି କୁମ୍ଭୀର ଥିବାର କୌଣସି ପ୍ରମାଣ ମିଳିନାହିଁ। AI ମାଧ୍ୟମରେ ନକଲି ଫଟୋ ପ୍ରସ୍ତୁତ କରି ତାହାକୁ ପ୍ରକୃତ ଘଟଣା ଭାବେ ପ୍ରଚାର କରାଯାଇଥିବା ଜଣାପଡ଼ିବା ପରେ ଦୁଇ ଯୁବକଙ୍କ ବିରୋଧରେ ଆଇନଗତ ପଦକ୍ଷେପ ନିଆଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories