Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବ୍ରିଜଭୂଷଣଙ୍କ ଘରେ ପହଞ୍ଚିଲା ଦିଲ୍ଲୀ ପୋଲିସ, କର୍ମଚାରୀ ଏବଂ ନିକଟତରଙ୍କୁ କଲା ଜେରା

ନୂଆଦିଲ୍ଲୀ: ତତ୍କାଳୀନ ଭାରତୀୟ କୁସ୍ତି ମହାସଂଘର ଅଧ୍ୟକ୍ଷ ବ୍ରିଜଭୂଷଣ ଶରଣ ସିଂଙ୍କ ବିରୋଧରେ ଦିଲ୍ଲୀ ପୋଲିସ କାର‌୍ୟ୍ୟାନୁଷ୍ଠାନ ଆରମ୍ଭ କରି ଦେଇଛି। ଦିଲ୍ଲୀ ପୋଲିସ ବ୍ରିଜଭୂଷଣଙ୍କ କର୍ମଚାରୀ ଏବଂ ନିକଟତରଙ୍କୁ ପଚରା ଉଚୁରା କରିଛି। ବୟାନ ରେକର୍ଡ ପାଇଁ ବ୍ରିଜଭୂଷଣଙ୍କ ଘର ଲକ୍ଷ୍ନୌ ଏବଂ ଗୋଣ୍ଡା ପହଞ୍ଚିଛି ଦିଲ୍ଲୀ ପୋଲିସ। ସେଠାରେ କର୍ମଚାରୀଙ୍କ ବୟାନ ରେକର୍ଡ କରିଛି।

ସୂତ୍ର ଅନୁଯାୟୀ, ପୋଲିସ ବ୍ରିଜଭୂଷଣଙ୍କ ଘରେ କାମ କରୁଥିବା ଲୋକଙ୍କ ନାମ ଏବଂ ଠିକଣାକୁ ପ୍ରମାଣ ଭାବେ ଏକତ୍ର କରିଛି। କୁହାଯାଉଛି ପୋଲିସ୍ ମୋଟ୍ ୧୨ ଜଣଙ୍କ ବୟାନ ରେକର୍ଡ କରିଛି। ପଚରା ଉଚୁରା ପରେ ପୋଲିସର ଟିମ୍ ଦିଲ୍ଲୀ ଫେରି ଆସିଛନ୍ତି। ହେଲେ ପୋଲିସ ପକ୍ଷରୁ ଅଦ୍ୟାବଧି କୌଣସି ଆନୁଷ୍ଠାନିକ ପ୍ରତିକ୍ରିୟା ଦିଆଯାଇ ନାହିଁ।

ବ୍ରିଜଭୂଷଣ ସିଂଙ୍କ ବିରୋଧରେ କୁସ୍ତିଯୋଦ୍ଧାମାନେ ଏପ୍ରିଲ ୨୧ରେ ଅଭିଯୋଗ କରିଥିଲେ ଏବଂ ଏପ୍ରିଲ ୨୮ରେ ପୋଲିସ ତାଙ୍କ ବିରୋଧରେ ଯୌନ ଉତ୍ପୀଡନର ୨ଟି ମାମଲା ରୁଜୁ କରିଥିଲା। ଅନ୍ୟପଟେ ଧାରଣା ଦେଉଥିବା କୁସ୍ତିଯୋଦ୍ଧାମାନେ ଜନ୍ତର ମନ୍ତରରୁ ଫେରି ଯାଇଛନ୍ତି ଏବଂ ନିଜ ଡ୍ୟୁଟିରେ ଯୋଗ ଦେଇଛନ୍ତି। ହେଲେ ଆନ୍ଦୋଳନ ସରିନଥିବା ପହିଲମାନମାନେ କହିଛନ୍ତି।

More Stories