Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

BJD Crisis: ଛତ୍ରପୁରରେ ବିଜେଡିକୁ ବଡ଼ ଝଟକା, ଉପାଧ୍ୟକ୍ଷଙ୍କ ସମେତ ୧୦ କାଉନସିଲର ଛାଡ଼ିଲେ ଦଳ

ଗଞ୍ଜାମ: ଗଞ୍ଜାମ ଛତ୍ରପୁରରେ ବିଜେଡିକୁ ଲାଗିଛି ବଡ଼ ଝଟକା। ଛତ୍ରପୁର ପୌର ପରିଷଦର ଉପାଧ୍ୟକ୍ଷଙ୍କ ସମେତ ୧୦ ଜଣ କାଉନସିଲର ବିଜେଡି ଛାଡ଼ିଛନ୍ତି। ଆଜି ସମସ୍ତେ ଭୁବନେଶ୍ୱରରେ ବିଜେପିରେ ସାମିଲ ହେବାକୁ ଯାଉଛନ୍ତି। ଛତ୍ରପୁର ସର୍କିଟ୍‌ ହାଉସ୍‌ରୁ ବାହାରି ସମସ୍ତେ ଭୁବନେଶ୍ୱର ଅଭିମୁଖେ ଯାଇଛନ୍ତି।

ଛତ୍ରପୁର ପୌର ପରିଷଦରେ ମୋଟ ୧୪ଟି ୱାର୍ଡ ରହିଛି। ପୂର୍ବରୁ ୧୦ ଜଣ ବିଜେଡି, ୩ ଜଣ ବିଜେପି ଏବଂ ଜଣେ ସ୍ୱାଧୀନ କାଉନସିଲର ଥିଲେ। ପରେ ସ୍ୱାଧୀନ କାଉନସିଲର ବିଜେଡିରେ ଯୋଗଦେବା ପରେ ବିଜେଡି କାଉନସିଲରଙ୍କ ସଂଖ୍ୟା ୧୧ରେ ପହଞ୍ଚିଥିଲା। ଏବେ ସେହି ୧୧ ଜଣଙ୍କ ମଧ୍ୟରୁ ୧୦ ଜଣ ଦଳ ଛାଡ଼ିଛନ୍ତି।

ଏହି ଘଟଣା ପରେ ଛତ୍ରପୁର ପୌର ପରିଷଦର ରାଜନୈତିକ ସମୀକରଣ ବଦଳିବା ନେଇ ଚର୍ଚ୍ଚା ଜୋର ଧରିଛି। ଆଜି ଭୁବନେଶ୍ୱରରେ ଏହି ୧୦ କାଉନସିଲର ବିଧିବଦ୍ଧ ଭାବେ ଭାରତୀୟ ଜନତା ପାର୍ଟିରେ ଯୋଗଦେବେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ