Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମହିଳାମାନେ ପାଳିଲେ ପବିତ୍ର ହଳଷଷ୍ଠୀ ବ୍ରତ।

କଳାହାଣ୍ଡି,୦୨/୦୯
କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଲକ ଅନ୍ତର୍ଗତ ବାଙ୍କୀମୁଣ୍ଡା ଗ୍ରାମରେ ପବିତ୍ର ହଳଷଷ୍ଠୀ ବ୍ରତ ଶ୍ରଦ୍ଧା ଓ ଭକ୍ତିର ସହ ପାଳିତ ହୋଇଯାଇଛି। ଏହି ଅବସରରେ ଗ୍ରାମର ବହୁ ମହିଳା ଏକତ୍ରିତ ହୋଇ ପାରମ୍ପରିକ ରୀତିନୀତି ଅନୁଯାୟୀ ବ୍ରତ ପାଳନ କରିଥିଲେ।ସନ୍ତାନମାନଙ୍କର ଦୀର୍ଘାୟୁ, ସୁସ୍ଥ ଜୀବନ ଓ ମଙ୍ଗଳ କାମନା କରି ମାଆମାନେ ଏହି ବ୍ରତ ପାଳନ କରିଥିଲେ। ବ୍ରତ ଅବସରରେ ମହିଳାମାନେ ନିର୍ଦ୍ଦିଷ୍ଟ ପୂଜାବିଧି ଅନୁସରଣ କରି ହଳଷଷ୍ଠୀ ମାଆଙ୍କ ପୂଜାର୍ଚ୍ଚନା କରିଥିଲେ।ପୂଜାସ୍ଥଳୀରେ ମହିଳାମାନେ ଏକାଠି ହୋଇ ବ୍ରତ କଥା ଶ୍ରବଣ କରିବା ସହ ପରସ୍ପର ମଧ୍ୟରେ ଶୁଭେଚ୍ଛା ବିନିମୟ କରିଥିଲେ। ପାରମ୍ପରିକ ରୀତିନୀତି ଓ ଧାର୍ମିକ ପରିବେଶ ଯୋଗୁଁ ସମଗ୍ର ଗ୍ରାମରେ ଏକ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିଲା।ହଳଷଷ୍ଠୀ ବ୍ରତ ଓଡ଼ିଆ ସଂସ୍କୃତି ଓ ପରମ୍ପରାରେ ଏକ ବିଶେଷ ମହତ୍ତ୍ୱ ବହନ କରୁଥିବାରୁ ପ୍ରତିବର୍ଷ ବାଙ୍କୀମୁଣ୍ଡା ଗ୍ରାମରେ ମହିଳାମାନେ ଏହାକୁ ଶ୍ରଦ୍ଧାର ସହ ପାଳନ କରିଆସୁଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ