Tamil Nadu CM: ବ୍ୟାରିକେଡ୍ ସୁରକ୍ଷା ବ୍ୟବସ୍ଥା ଭାଙ୍ଗି ବିଜୟଙ୍କ କାରକେଡ୍କୁ ଅଟକାଇବାକୁ ଉଦ୍ୟମ, ୬ ଜଣ ଅଟକ
ତାମିଲନାଡୁ: ତାମିଲନାଡୁ ସଚିବାଳୟ ବାହାରେ ମୁଖ୍ୟମନ୍ତ୍ରୀ ବିଜୟଙ୍କ କାରକେଡ୍ ଯିବା ସମୟରେ ସୁରକ୍ଷା ବ୍ୟବସ୍ଥା ଭାଙ୍ଗିବାକୁ ଉଦ୍ୟମ ହୋଇଥିବା ଅଭିଯୋଗ ହୋଇଛି। ଦୁଇଜଣ ବ୍ୟକ୍ତି ରସି ବ୍ୟାରିକେଡ୍ ଡେଇଁ ମୁଖ୍ୟମନ୍ତ୍ରୀଙ୍କ କାରକେଡ୍କୁ ଅଟକାଇବାକୁ ଚେଷ୍ଟା କରିଥିବା ଜଣାପଡ଼ିଛି। ଚେନ୍ନାଇରେ ଘଟିଥିବା ଏହି ଘଟଣା ପରେ କିଛି ସମୟ ପାଇଁ ମୁଖ୍ୟମନ୍ତ୍ରୀଙ୍କ କାରକେଡ୍ ଚାରିପାଖରେ ସୁରକ୍ଷା ବ୍ୟବସ୍ଥା ପ୍ରଭାବିତ ହୋଇଥିଲା।
ଘଟଣା ସମୟରେ ସୁରକ୍ଷାକର୍ମୀ ଓ ପୁଲିସ ତୁରନ୍ତ ହସ୍ତକ୍ଷେପ କରିଥିଲେ। ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିବା ସହ ୬ ଜଣଙ୍କୁ ପୁଲିସ ଅଟକ ରଖିଥିଲା। ତେବେ ଏହି ଲୋକମାନେ କେଉଁ ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀଙ୍କ କାରକେଡ୍କୁ ଅଟକାଇବାକୁ ଉଦ୍ୟମ କରିଥିଲେ, ସେନେଇ ପୁଲିସ ପକ୍ଷରୁ ତଦନ୍ତ କରାଯାଉଛି।
ଏହି ଘଟଣା ପରେ ସଚିବାଳୟ ଅଞ୍ଚଳରେ ମୁଖ୍ୟମନ୍ତ୍ରୀଙ୍କ ଗତିବିଧି ସମୟରେ ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠିଛି। ପୁଲିସ ଅଟକ ରଖିଥିବା ୬ ଜଣଙ୍କ ବିରୋଧରେ କି ପଦକ୍ଷେପ ନିଆଯିବ ଏବଂ ଘଟଣା ପଛରେ ଥିବା କାରଣ କଣ, ତାହା ତଦନ୍ତ ପରେ ସ୍ପଷ୍ଟ ହେବ।

