ମୁଖ୍ୟମନ୍ତ୍ରୀ ଶ୍ରେଷ୍ଠ ଶିକ୍ଷା ପୁରସ୍କାର ରେ ସାମିଲ ହେଲା ରେଙ୍ଗାଲପାଲି ୟୁପି ସ୍କୁଲ।
କଳାହାଣ୍ଡି,୦୩/୦୯
ଓଡ଼ିଶା ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଚଳିତ ବର୍ଷ ଗୁରୁଦିବସ ଅବସରରେ ବିଭିନ୍ନ ଶିକ୍ଷାନୁଷ୍ଠନ ଗୁଡ଼ିକର ଉନ୍ନତି ଶିକ୍ଷାଦାନ, ଶୈଖିକ ପରିବେଶ, ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ହେତୁ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପ୍ରଦାନ କରାଯାଇଛି।କଳାହାଣ୍ଡି ଜିଲ୍ଲା ଶିକ୍ଷା ଅଧିକାରୀ ରାଜ୍ୟରେ ତୃତୀୟ ସ୍ଥାନ ପାଇବାକୁ ଯୋଗ୍ୟ ବିବେଚିତ ହୋଇଥିବା ବେଳେ ଜୟପାଟଣା ବ୍ଳକ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେଙ୍ଗାଲପାଲି ଶିକ୍ଷା ବର୍ଷ ୨୦୨୪ ପାଇ ଶ୍ରେଷ୍ଠ ଆଲୁମିନି ଓ ଶିକ୍ଷାବର୍ଷ ୨୦୨୫ ପାଇଁ ଶ୍ରେଷ୍ଠ ପ୍ରଧାନ ଶିକ୍ଷକ ଓ ଶ୍ରେଷ୍ଠ ବିଦ୍ୟାଳୟ ଭାବେ ମନୋନୀତ ହୋଇଛି। ଏହା ପୂର୍ବରୁ ମଧ୍ୟ ବିଦ୍ୟାଳୟ ଜିଲ୍ଲା, ବ୍ଲକ ସ୍ତରୀୟ ବିଭିନ୍ନ ପୁରସ୍କାର ଗ୍ରହଣ କରି ଏକ ଆଦର୍ଶ ଶିକ୍ଷାନୁଷ୍ଠାନ ଭାବେ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିଛି। ବିଦ୍ୟାଳୟକୁ ଶ୍ରେଷ୍ଠ ବିଦ୍ୟାଳୟ ରୂପେ ଗଢି ତୋଳିବାରେ ପ୍ରଧାନ ଶିକ୍ଷକ ଲଳିତ କୁମାର ନାଏକ ଙ୍କ ଅବଦାନ ଅତୁଳନୀୟ ଅଟେ। ବିଦ୍ୟାଳୟର ଆନୁସାଙ୍ଗିକ ବିକାଶ,ଶୈକ୍ଷିକ ଉନ୍ନତି, ଗୁଣାତ୍ମକ ମାନର ଶିକ୍ଷା ପ୍ରଦାନ ସମସ୍ତ ବିଦ୍ୟାଳୟ ଠାରୁ ସ୍ୱତନ୍ତ୍ର ଲାଭ କରିଛି। ବିଦ୍ୟାଳୟର ଗ୍ରାମ୍ୟ ଯୁବକ, ପରିଚାଳନା କମିଟି ଙ୍କ ସହଯୋଗ, ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀଙ୍କ ନିଷ୍ଟା, ଉଦ୍ୟମ ପ୍ରଶଂସାଯୋଗ୍ୟ। ରାଜ୍ୟ ସ୍ତରୀୟ ଶ୍ରେଷ୍ଠ ପୁରସ୍କାର ପାଇବା ଖବର ଶୁଣି ଅଞ୍ଚଳବାସୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳି ଯାଇଛି।ରାଜ୍ୟ ସ୍ତରରେ ବିଦ୍ୟାଳୟ ର ଉଲ୍ଲେଖନିୟ ସଫଳତାର ଶ୍ରେୟ ଗ୍ରାମବାସୀ, ସ୍ବେଛାସେବୀ ଶିକ୍ଷକ ଶିକ୍ଷୟତ୍ରୀ, ଅଭିଭାବକ, ପରିଚାଳନା କମିଟି ଓ ଛାତ୍ରଛାତ୍ରୀ ଙ୍କୁ ପ୍ରଧାନ ଶିକ୍ଷକ ଲଳିତ କୁମାର ନାଏକ ପ୍ରଦାନ କରିଛନ୍ତି।

