ସ୍ଥାୟୀ ବିକାଶ ଲକ୍ଷ୍ୟ କୁ ନେଇ ଡିଗ୍ରୀ ମହାବିଦ୍ୟାଳୟ ରେ କର୍ମଶାଳା।
କଳାହାଣ୍ଡି,୦୪/୦୯
କୋକସରା ବ୍ଲକ ସଦର ପଞ୍ଚାୟତ ସମିତି ଡିଗ୍ରୀ ମହାବିଦ୍ୟାଳୟ ଠାରେ ଗୁରୁବାର ଛାତ୍ରଛାତ୍ରୀ ଙ୍କ ଭବିଷ୍ୟତ କାର୍ଯ୍ୟପନ୍ଥା କୁ ନେଇ ସ୍ଥାୟୀ ବିକାଶ କର୍ମଶାଳା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।। ମହାବିଦ୍ୟାଳୟ ର ଅଧ୍ୟକ୍ଷ ପୁଷ୍ପରାଜ ମେହେର ଙ୍କ ଅଧ୍ୟକ୍ଷତା ରେ ମୁଖ୍ୟ ଅତିଥି ଭାବେ କୃଷି ବିଶେଷଜ୍ଞ ତଥା ପରିବେଶବିଦ ବ୍ୟୋମକେଶ ପଣ୍ଡା ,ସମ୍ମାନିତ ଅତିଥି ଭାବେ ପୂର୍ବତନ କଲେଜ ଅଧ୍ୟକ୍ଷ ଗୁଣାକାର ପଣ୍ଡା, ଅଧ୍ୟାପକ ଅଶ୍ୱିନୀ କୁମାର ପଟ୍ଟନାୟକ ଉପସ୍ଥିତ ରହିଥିବା ବେଳେ ଅଧ୍ୟାପକ ସୁବ୍ରତ କୁମାର ବେହେରା ମଞ୍ଚ ସଂଯୋଜନା ସହ ଛାତ୍ରଛାତ୍ରୀ ଙ୍କ ମଧ୍ୟରେ ସ୍ଥାୟୀ ବିକାଶ ଲକ୍ଷ୍ୟ କର୍ମଶାଳା ର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ଛାତ୍ରଛାତ୍ରୀ ମାନେ ନିଜର ସ୍ଥାୟୀ ବିକାଶ ଲକ୍ଷ୍ୟ ନେଇ ନିଜର ଅନୁଭବ ବିଷୟରେ ମତ ପ୍ରକାଶ କରିଥିଲେ। ସ୍ଥାୟୀ ବିକାଶ ର ଲକ୍ଷ୍ୟ ମଧ୍ୟରେ ଦାରିଦ୍ର୍ୟ ନିରାକରଣ, କ୍ଷୁଧାମୁକ୍ତି, ଅର୍ଥନୈତିକ ଅସାମାନତା ହ୍ରାସ କରିବା,ଗୁଣାତ୍ମକ ଶିକ୍ଷା,ଭଲ ସ୍ୱାସ୍ଥ୍ୟ, ଲିଙ୍ଗଗତ ସମାନତା,ପରିବେଶ ସୁରକ୍ଷା ଭଳି ଭବିଷ୍ୟତ କାର୍ଯ୍ୟପନ୍ଥା ୨୦୩୦ ସୁଦ୍ଧା ନିଶ୍ଚିତ କରିବା ଲକ୍ଷ୍ୟ ରହିଛି। କାର୍ଯ୍ୟକ୍ରମ ରେ ଅଧ୍ୟାପିକା କନକ ମଞ୍ଜରୀ ବେହେରା, ଶୁଭଶ୍ରୀ ସାହୁ,ବେଦମୟୀ ବାରିକ ସମେତ ଛାତ୍ରଛାତ୍ରୀ ମାନେ ଉପସ୍ଥିତ ଥିଲେ। ପରିଶେଷରେ ଏହି କାର୍ଯ୍ୟକ୍ରମ ରେ ଭାଗ ନେଇଥିବା ଛାତ୍ରଛାତ୍ରୀ ଙ୍କୁ ମାନପତ୍ର ପ୍ରଦାନ କରା ଯାଇଥିଲା।

