Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଦୁର୍ଗମ ଗାଇବନ୍ଧା ଗାଁ ରେ ସ୍ୱାସ୍ଥ୍ୟ ସେବା ସ୍ଥିତି ଅନୁଧ୍ୟାନ କଲେ କୋକସରା ମେଡ଼ିକାଲ ଟିମ।

କଳାହାଣ୍ଡି,୦୪/୦୯
କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ବରାଡୋଙ୍ଗା ପଞ୍ଚାୟତ ଆମପାଣି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଅଧୀନରେ ଥିବା ସାହାଜଖୋଲ ଜଙ୍ଗଲ ମଧ୍ୟରେ ଥିବା ଦୁର୍ଗମ ଓ ଅପହଞ୍ଚ ଇଲାକା ରେ ରହିଛି ଏକ ବନବାସୀ ଓ ଆଦିବାସୀ ଗ୍ରାମ ଗାଇବନ୍ଧା।ଏହି ଗ୍ରାମ ରେ କୋକସରା ସିଏଚସି ମେଡ଼ିକାଲ ଟିମ ପହଞ୍ଚି ଗ୍ରାମ ରେ ଲୋକଙ୍କ ସହ ସ୍ୱାସ୍ଥ୍ୟ ସେବା ଓ ସମସ୍ୟା ନେଇ ଲୋକଙ୍କୁ ସଚେତନ ସହ ଆଲୋଚନା କରିଛନ୍ତି। ଗ୍ରାମ ରେ ୧୫ ରୁ ଉର୍ଦ୍ଧ୍ବ ଆଦିବାସୀ ଜନଜାତି ର ପରିବାର ରହୁଥିବା ବେଳେ ଏହି ଗ୍ରାମ କୁ ଗମନାଗମନ ପାଇଁ ଆଜି ମଧ୍ୟ ରାସ୍ତା ନାହିଁ, ଜାତୀୟ ରାଜପଥ ୨୬ ଆମପାଣି ଘାଟି ରୁ ଘଞ୍ଚ ଜଙ୍ଗଲ ର ଆବୁଡା ଖାବୁଡା ରାସ୍ତା ଦେଇ ମୁଖ୍ୟ ରାସ୍ତା ରୁ ୫ କିମି ପାଦାଚଳା ରାସ୍ତା ରେ ଚାଲି ଯିବାକୁ ହୁଏ। ଗାଇବନ୍ଧା ଗ୍ରାମର ଗ୍ରାମବାସୀ ମାନେ ଅନେକ ସମସ୍ୟା ଦେଇ ଜଙ୍ଗଲ ମଧ୍ୟରେ ରହୁଥିବା ବେଳେ ଏମାନଙ୍କ ପାଇଁ ରାସ୍ତା,ସ୍ୱାସ୍ଥ୍ୟ ସେବା,ଶିକ୍ଷା, ବିଦ୍ୟୁତ, ପାନୀୟ ଜଳ,ପିଡ଼ିଏସ ଭଳି ମୌଳିକ ସମସ୍ୟା ରୁ ଦିର୍ଘ ବର୍ଷ ଧରି ବଞ୍ଚିତ ରହିଛନ୍ତି। ତେବେ ମଙ୍ଗଳବାର କୋକସରା ଗୋଷ୍ଠି ସ୍ଵାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡ଼ ତତ୍ୱଦର୍ଶୀ ଦାସ ଙ୍କ ନେତୃତ୍ୱରେ ଏକ ମେଡ଼ିକାଲ ଟିମ ଏହି ଉପାନ୍ତ ଗାଇବନ୍ଧା ଗାଁ କୁ ଦିର୍ଘ ୪ କିମି ଚାଲି ଚାଲି ପହଞ୍ଚି ଗ୍ରାମ ରେ ସ୍ୱାସ୍ଥ୍ୟ ସେବା ର ସ୍ଥିତି ଅନୁଧ୍ୟାନ କରିବା ସହ ସ୍ଥାନୀୟ ଗ୍ରାମବାସୀ ଙ୍କ ସହ ସ୍ୱାସ୍ଥ୍ୟ ସେବା ସମ୍ପର୍କିତ ବିଷୟରେ ପଚାରି ବୁଝିଥିଲେ। ମ୍ୟାଲେରିଆ ନିରାକରଣ ପାଇଁ ଔଷଧ ବୋଲା ମଶାରୀ ବଣ୍ଟନ କରିଥିଲେ। କୋକସରା ସିଏଚସି ମେଡ଼ିକାଲ ଟିମ ରେ ଡାକ୍ତର ଦେବେନ୍ଦ୍ର ମାଝୀ,ଜନସ୍ଵାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ (ପିଏଚଇଓ) ଶର୍ମିଳା ଛତ୍ରୀଆ,ପୁରୁଷ ସ୍ୱାସ୍ଥ୍ୟ କର୍ମି କୃଷ୍ଣ କାଣ୍ଡ, ସ୍ୱାସ୍ଥ୍ୟ ସେବିକା ବିଣା ମାଝୀ, ପ୍ଲାନ ଇଣ୍ଡିଆ ବିସି ଟୁନା ଦାସ, ଅଙ୍ଗନବାଡ଼ି, ଆଶା କର୍ମି ଗାଁ ରେ ପହଞ୍ଚି ଲୋକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ସହ ଗ୍ରାମବାସୀ ଙ୍କୁ ପାନୀୟ ଜଳ ଜନିତ ବିଭିନ୍ନ ରୋଗ ଓ ଏହାର ନିରାକରଣ ନେଇ ସଚେତନ କରିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ