Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Odisha Crime: ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ କଳହର କରୁଣ ପରିଣତି, କୀଟନାଶକ ପିଇ ଗୁରୁତର ଅବସ୍ଥାରେ କଟକ ବଡ ମେଡିକାଲକୁ ସ୍ଥାନାନ୍ତର

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ଅନ୍ତର୍ଗତ ଭୂଷଳ ପଞ୍ଚାୟତରେ ପାରିବାରିକ କଳହକୁ ନେଇ ଦମ୍ପତି କୀଟନାଶକ ପିଇ ଦେଇଥିବା ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଅସୁରବନ୍ଧ ଗ୍ରାମର ହୀରା ମଲ୍ଲିକ ଓ ବୈରାଗୀ ମଲ୍ଲିକଙ୍କ ବଡ଼ ପୁଅ ଚଗଲି ମଲ୍ଲିକ ଓ ତାଙ୍କ ପତ୍ନୀ ଗୁଣ୍ଡୁଚି ମଲ୍ଲିକଙ୍କ ମଧ୍ୟରେ ଗୁରୁବାର ସକାଳେ କୌଣସି କାରଣକୁ ନେଇ ବଚସା ହୋଇଥିବା ଜଣାପଡ଼ିଛି।

ସୂଚନା ଅନୁସାରେ, ଘରେ ଅନ୍ୟ କେହି ନଥିବା ସମୟରେ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ବଚସା ହୋଇଥିଲା। ଏହାପରେ ଚଗଲି ଘରେ ଥିବା କୀଟନାଶକ ପିଇ ଦେଇଥିବା ବେଳେ ତାଙ୍କୁ ଦେଖି ଗୁଣ୍ଡୁଚି ମଧ୍ୟ କୀଟନାଶକ ପିଇଥିବା କୁହାଯାଉଛି। ପରେ ଉଭୟ ଘରେ ଅଚେତ ହୋଇ ପଡ଼ିଥିବା ଦେଖି ଚଗଲିଙ୍କ ମା’ ହୀରା ପଡ଼ୋଶୀଙ୍କ ସହାୟତାରେ ଉଭୟଙ୍କୁ ତୁରନ୍ତ ଭୁବନ ଗୋଷ୍ଠୀ ଡାକ୍ତରଖାନାକୁ ନେଇଥିଲେ।

ଭୁବନ ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ ଉଭୟଙ୍କ ଅବସ୍ଥା ସଂକଟାପନ୍ନ ଥିବାରୁ ଡାକ୍ତର କଟକକୁ ସ୍ଥାନାନ୍ତର କରିଛନ୍ତି। ଚଗଲି ଓ ଗୁଣ୍ଡୁଚିଙ୍କର ଦୁଇଟି ଛୋଟ ଝିଅ ଓ ଗୋଟିଏ ପୁଅ ଥିବା ଜଣାପଡ଼ିଛି। ଘଟଣାର ପ୍ରକୃତ କାରଣ ନେଇ ଅଧିକ ତଥ୍ୟ ଜଣାପଡ଼ିନଥିବା ବେଳେ ପାରିବାରିକ କଳହକୁ ନେଇ ଏହି ପଦକ୍ଷେପ ନିଆଯାଇଥିବା ପ୍ରାଥମିକ ଭାବେ କୁହାଯାଉଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories